Odisha Elections 2024

ବରଗଡ଼ ଧନୁଯାତ୍ରା: ପୂର୍ବାଭ୍ୟାସ ଆରମ୍ଭ କଲେ ମଥୁରା କଳାକାର

ବରଗଡ଼ ଅଫିସ୍‌,୯।୧୨: ଆସନ୍ତା ୨୭ତାରିଖ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ଏହା ପୂର୍ବରୁ ଅଭିନୟ ପାଇଁ ମନୋନୀତ କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଛି। ଗତ ୫ତାରିଖରୁ ଗୋପପୁର କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଥିଲା। ଶୁକ୍ରବାରରୁ ମଥୁରାନଗରୀ କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପ ପରିସରରେ ବାଗ୍‌ଦେବୀ ସରସ୍ବତୀଙ୍କ ପୂଜାର୍ଚ୍ଚନା ସହିତ ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋ କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, କଳାକାର ସମନ୍ବୟ କମିଟିର ସହ-ଆବାହାକ ଅଶୋକ ବେହେରା, ନାଟ୍ୟ ନିର୍ଦ୍ଦେଶକ ନକୁଳ ବାଦୀ, ଭୁବନ ଭୋଇ, କଂସ ଅଭିନେତା ହୃଷିକେଶ ଭୋଇ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଶୁଭାରମ୍ଭ ପରେ କଳାକାରଙ୍କ ପୂର୍ବାଭ୍ୟାସ ଚାଲିଥିଲା। କଂସ ଅଭିନେତା ହୃଷିକେଶ ଭୋଇ, ଉଗ୍ରସେନ ଅଭିନେତା ଆର୍ତ୍ତତ୍ରାଣ ମହାପାତ୍ର, ମହାମନ୍ତ୍ରୀ ଅଭିନେତା ଗୋଲାପ ଚନ୍ଦ୍ର ଦାଶ, ବସୁଦେବ ଅଭିନେତା ମନୋଜ କୁମାର ସାହୁ, ଦେବକୀ ଚରିତ୍ର ପାଇଁ ମନୋନୀତ କନକ ଦଣ୍ଡସେନା, ମୁଖ୍ୟ ସେନାପତି ଦୟାନନ୍ଦ ମାଝୀ, ଚାଣୁର ଅଭିନେତା ମୁନେଶ ଚନ୍ଦ୍ର ଆଚାର୍ଯ୍ୟ, ଗର୍ଗମୁନି ଅଭିନେତା ଅଇଁଠୁ ସାହୁ, ସେନାପତି ଚନ୍ଦ୍ରକେତୁ ଅଭିନେତା ସଂଗ୍ରାମ ଦେହୁରୀ ଏବଂ ଅନ୍ୟ ପାର୍ଶ୍ୱ କଳାକାରମାନେ ଉପସ୍ଥିତ ରହି ପୂର୍ବାଭ୍ୟାସ କରିଥିଲେ। ପୂର୍ବାଭ୍ୟାସର ପ୍ରଥମ ଦିବସରେ ଦେବକୀ-ବସୁଦେବଙ୍କ ବିବାହ ଦୃଶ୍ୟଭିନୟ ନେଇ କଳକାରମାନେ ପୂର୍ବାଭ୍ୟାସ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri