୪ ଦଶନ୍ଧିର ଦାବି, ହୋଇପାରୁନି ଘୁମୁସର ଜିଲା

ବ୍ରହ୍ମପୁର ଅଫିସ,୯ା୧୨:ରାଜ୍ୟରେ ନୂଆ ଜିଲା ଗଠନ ଦାବି ସମ୍ପ୍ରତି ବଢ଼ିବାରେ ଲାଗିଛି। ଆସନ୍ତା ୨୦୨୩ରେ ପଦ୍ମପୁରକୁ ଜିଲା ମାନ୍ୟତା ଦିଆଯିବ ବୋଲି ନବୀନ ପଟ୍ଟନାୟକ ସୂଚନା ଦେବା ପରେ ବିଜେଡି ଅଡ଼ୁଆରେ ପଡ଼ିଛି। ୪ ଦଶନ୍ଧିର ଦାବି ଘୁମୁସର ଜିଲା ଗଠନ ହୋଇ ନ ଥିବା ବେଳେ ଏବେ ଗଞ୍ଜାମର ଆସିକା, କନ୍ଧମାଳର ବାଲିଗୁଡ଼ା ଓ ଅନୁଗୋଳର ତାଳଚେରକୁ ଜିଲା ଘୋଷଣା ପାଇଁ ସ୍ବର ଉଠିଛି। ଆଉ ମାତ୍ର ବର୍ଷକ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଜିଲା ପ୍ରସଙ୍ଗ ଶାସକ ଦଳକୁ ସମସ୍ୟାରେ ପକାଇବାର ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।
ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲା ଗଞ୍ଜାମରେ ୩ ସବଡିଭିଜନ, ୨୨ ବ୍ଲକ ଓ ୫୦୩ ଗ୍ରାମପଞ୍ଚାୟତ ଅଛି। ୩ ହଜାରରୁ ଊର୍ଦ୍ଧ୍ୱ ରାଜସ୍ବ ଗ୍ରାମ ଜିଲାରେ ଅଛି। ପ୍ରଶାସନିକ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏବଂ ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ଗଞ୍ଜାମ ଜିଲା ବିଭାଜନ ଜରୁରୀ ହୋଇଯାଇଛି। ସୋରଡ଼ା ଓ ଭଞ୍ଜନଗର ଠାରୁ ଜିଲା ସଦର ମହକୁମା ଶତାଧିକ କିଲୋମିଟର ଦୂରତା ହୋଇଥିବାରୁ ଦୀର୍ଘବର୍ଷର ଜନ ଦାବି ଘୁମୁସର ଜିଲା ଘୋଷଣା ଅପରିହାର୍ଯ୍ୟ ହୋଇଛି। ଏହା ଭିତରେ ଏବେ କେଁ ପଶିଛି ଓ ଆସିକା ଅଞ୍ଚଳବାସୀଙ୍କ ପକ୍ଷରୁ ଋଷିକୂଲ୍ୟା ଜିଲା ଗଠନ ସ୍ବର ଉଠିଛି। ତେଣୁ ରାଜନୈତିକ ସମସ୍ୟା ଉପୁଜିଛି।
୧୯୮୦ରେ କଂଗ୍ରେସ ଶାସନର ଘୁମୁସର ଜିଲା ଦାବି ଆରମ୍ଭ ହୋଇଥିଲା। ସେତେବେଳେ ଭଞ୍ଜନଗର ବିଧାୟକ ଥିଲେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ଓ ଏମପି ସ୍ବର୍ଗତ ସୋମନାଥ ରଥ। ଆନ୍ଦୋଳନ ଜୋର ଧରିଥିଲା ଏବଂ କାନ୍ଥ ବାଡ଼ ଓ ଚଳାଚଳ କରୁଥିବା ବସଗୁଡିକରେ ଦାବି ସମ୍ବଳିତ ପୋଷ୍ଟର ଲଗାଯାଇଥିଲା। ପରବର୍ତ୍ତି ପର୍ଯ୍ୟାୟରେ କଂଗ୍ରେସରୁ ଉମାକାନ୍ତ ମିଶ୍ର ଓ ଜନତା ଦଳର ରାମକୃଷ୍ଣ ଗୌଡ଼ ବିଧାୟକ ହୋଇଥିଲେ। ୧୯୯୫ରୁ ୨୦୧୯ ମଧ୍ୟରେ ଲଗାତର ବିଧାୟକ ହୋଇଛନ୍ତି ବର୍ତ୍ତମାନର ବାଚସ୍ପତି ବିକ୍ରମ କେଶରୀ ଆରୁଖ। ପୂର୍ବରୁ ସେ ୩ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିଲେ। ଘୁମୁସର ଜିଲା ପାଇଁ ନିର୍ବାଚିତ ଜନ ପ୍ରତିନିଧିମାନେ ଗୃହରେ ପ୍ରସଙ୍ଗ ଉଠାଇ ନ ଥିବା ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି। ଇତିମଧ୍ୟରେ ଓକିଲ ସଂଘ ପକ୍ଷରୁ ଘୁମୁସର ଜିଲା ନିମନ୍ତେ ତୀବ୍ର ସ୍ବର ଉତ୍ତୋଳନ କରାଯାଇଛି। ଗୋବରାରୁ ଆନ୍ଦୋଳନକୁ ତେଜିବାର ଚେତାବନୀ ଦିଆଯାଇଛି। ଗତ ୨୦୨୧ ସେପ୍ଟେମ୍ବର ୧୫ରେ ଭଞ୍ଜନଗରରେ ଅନୁଷ୍ଠିତ ହୋଇଥିଲା ଗଞ୍ଜାମ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଶାସକ ଦଳର ସବୁ ନେତା ଯୋଗ ଦେଇଥିଲେ। ତେବେ ୪ ଦଶନ୍ଧିର ନ୍ୟାର୍ଯ୍ୟ ଦାବି ଘୁମୁସର ଜିଲା ଗଠନ ପାଇଁ ଜଣେ ବି ପ୍ରସଙ୍ଗ ଉଠାଇ ନ ଥିଲେ। ଦଳର ରାଜନୈତିକ ଚିଠା ପ୍ରସ୍ତାବରେ ମଧ୍ୟ ଦାବି କରାଯାଇ ନ ଥିଲା। ପଦ୍ମପୁର ଜିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପକ୍ଷରୁ ନୁହେଁ ବିଜେଡି ସଭାପତି ଭାବେ ସୂଚନା ଦେଇଛନ୍ତି। ଅପରପକ୍ଷରେ ଚଳିତ ମାସ ୧ ତାରିଖରେ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ରାଜ୍ୟରେ ନୂଆ ଜିଲା ଗଠନର ପ୍ରସ୍ତାବ ନ ଥିବା ଦର୍ଶାଇଛନ୍ତି। ଫଳରେ ପଦ୍ମପୁର ଜିଲା ହେବ କି ନାହିଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଘୁମୁସରକୁ ଚ୍ୟାଲେଞ୍ଜ କରି ଆସିକା ଅଞ୍ଚଳବାସୀ ଋଷିକୁଲ୍ୟା ଜିଲା ଦାବି କରିଛନ୍ତି। ବିଜେଡି ସରକାର କ’ଣ ପଦକ୍ଷେପ ନେବେ ସେନେଇ ଜିଲାର ସଚେତନ ମହଲ ସତର୍କ ଦୃଷ୍ଟି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri