ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ ରେପୋ ରେଟକୁ ବୃଦ୍ଧି କରିବାକୁ ପସନ୍ଦ କରିଛନ୍ତି ଏବଂ ଏହା ପରେ ଆରବିଆଇ ରେପୋ ରେଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ମିଶାଇ ଆରବିଆଇ କ୍ରମାଗତ ପଞ୍ଚମ ଥର ପାଇଁ ସୁଧ ହାର ବୃଦ୍ଧି କରିଛି।

ଏହାଦ୍ୱାରା ସାଧାରଣ ଲୋକଙ୍କ ଉପରେ ଋଣ ବୋଝ ବୃଦ୍ଧି ପାଇବ। ଋଣର ଇଏମ୍‌ଆଇ ବୃଦ୍ଧି ହେବ। ଫଳରେ ଋଣ ନେବା ମହଙ୍ଗା ହେବ। ରେପୋ ରେଟରେ ବୃଦ୍ଧି ଯୋଗୁ ବ୍ୟାଙ୍କଗୁଡିକର ଋଣ ହାର ବୃଦ୍ଧି ପାଇବା ଦ୍ୱାରା ଗ୍ରାହକମାନେ ପ୍ରଭାବିତ ହେବେ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆମେ ଆଉ ଏକ ଆହ୍ବାନପୂର୍ଣ୍ଣ ବର୍ଷର ଶେଷରେ ପହଞ୍ଚିଛୁ। କେବଳ ଦେଶରେ ନୁହେଁ ବିଶ୍ୱର ଅନେକ ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱର ସଙ୍କଟ ଜନକ ପରିସ୍ଥିତି ଯୋଗୁଁ ଦେଶରେ ଯୋଗାଣ ଶୃଙ୍ଖଳା ପରିସ୍ଥିତି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। କ୍ରମାଗତ ଆଠ ମାସ ଧରି ବ୍ୟାଙ୍କ ଋଣ ଅଭିବୃଦ୍ଧି ଦୁଇ ଅଙ୍କରୁ ଅଧିକ ଥିବାବେଳେ ଦରଦାମ ବୃଦ୍ଧି ଉପର ସ୍ତରରେ ରହିଛି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଭାରତର ଅର୍ଥନୀତି ତଥାପି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ ଏବଂ ଭାରତର ମାକ୍ରୋ ଅର୍ଥନୈତିକ ମୌଳିକତା ସୁଦୃଢ଼ ରହିଛି। ସରକାରଙ୍କ କ୍ୟାପେକ୍ସରୁ ଅର୍ଥନୀତି ଉପକୃତ ହୋଇଛି। ଚଳିତ ବର୍ଷ ମହଙ୍ଗା ବୃଦ୍ଧିର ସ୍ଥିର ଲକ୍ଷ୍ୟ ବହୁ ଦୂରରେ ଅଛି।

ଯଦିଓ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟିଛି। ୨୦୨୩ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) ର ଆକଳନ ୭ ପ୍ରତିଶତରୁ ୬.୮ ପ୍ରତିଶତକୁ ହ୍ରାସ କରାଯାଇଛି। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଅନେକ ଅନିଶ୍ଚିତତା ରହିଛି ଏବଂ ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବା ସ୍ବାଭାବିକ। ତଥାପି ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା ରହିଛି।

ଗତ ତିନୋଟି ଏମପିସି ବୈଠକରେ ଆରବିଆଇ ରେପୋ ରେଟକୁ ୧.୯୦ ପ୍ରତିଶତ ବୃଦ୍ଧି କରିଛି। ସେଥିମଧ୍ୟରୁ ମେ ମାସରେ ୪୦ ଆଧାର ପଏଣ୍ଟ ଏବଂ ଜୁନ ଏବଂ ଅଗଷ୍ଟରେ ୫୦-୫୦ ଆଧାର ପଏଣ୍ଟ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri