କଟନୀ ଛଟନୀରେ ଚାଲିଛି ଧାନ କିଣା

ନୂଆପଡ଼ା ଅଫିସ,୬।୧୨: ନୂଆପଡା ଜିଲାରେ ଚାଷୀ ସୁବିଧାରେ ଧାନ ବିକ୍ରୟ କରି ଉଚିତ ପାଉଣା ପାଇବା ପାଇଁ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ଜିଲାରେ ୨୬ଟି ପ୍ରାଥମିକ କୃଷି ସମବାୟ ସମିତିରୁ ୫୭ଟି ଓ ସ୍ବୟଂ ସହାୟକ ମହିଳା ଗୋଷ୍ଠି ମାଧ୍ୟମରେ ୧୫ଟି ମୋଟ ୭୨ଟି ମଣ୍ଡି ଖୋଲାଯାଇ ଖରିଫ ଧାନ କ୍ରୟ କରାଯାଉଛି। ହେଲେ ଜିଲାର କିଛି ମଣ୍ଡିରେ ୩ ରୁ ୫ କିଲୋଗ୍ରାମ ଧାନ କଟନୀ ଛଟନୀ କରୁଥିବା ଅଭିଯୋଗ ହେଉଛି। କୋମନା ବ୍ଲ ତରବୋଡ ମଣ୍ଡିରେ ୨ ରୁ ୩ କିଲୋଗ୍ରାମ ଧାନ କଟନୀ ଛଟନୀ ହେଉଥିବା ବେଳେ କାଣ୍ଡେତରା ମଣ୍ଡିରେ ୩ରୁ ୫ କିଲୋଗ୍ରାମ ଧାନ କଟନୀ ଛଟନୀ କରୁଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ବିନା କଟନୀ ଛଟନୀରେ ମିଲର୍ସ ଧାନ ନ ଉଠାଇବାରୁ ଚାଷୀ ବାଧ୍ୟ ହୋଇ ୩ କିଲୋଗ୍ରାମ ଧାନ କାଟିବା ପାଇଁ ମିଲର୍ସ ସହିତ ଚୁକ୍ତି କରିବା ପରେ କାଣ୍ଡେତରା ମଣ୍ଡିରୁ ଧାନ ଉଠାଣ ହେଉଛି। ମିଲର୍ସ ଚାଷୀଙ୍କୁ ଗନିବେଗ ଦେବାର ନିୟମ ରହିଥିଲେ ମଧ୍ୟ ତାହା ଦେଇନାହାନ୍ତି। ଚାଷୀ ବେଗ ପ୍ରତି ୩୫ ରୁ ୪୦ ଟଙ୍କାରେ କ୍ରୟ କରୁଛି। କୁଇଣ୍ଟଲ ପ୍ରତି ଦୁଇଟି ବେଗ ଓ ୩ କିଲୋଗ୍ରାମ ଧାନ ଚାଷୀ ଠାରୁ ମିଲର୍ସ ନେଉଛି। ଚାଷୀଙ୍କୁ ମିଲର୍ସ ଶୋଷଣ କରି ଚାଲିଛି। କୁଇଣ୍ଟାଲ ପ୍ରତି ଚାଷୀ ୧୩୦ରୁ ୧୪୦ ଟଙ୍କା କ୍ଷତି ସହୁଛି। ମିଲର୍ସମାନେ ବିନା କଟନୀ ଛଟନୀରେ ଚାଷୀମାନଙ୍କଠାରୁ ମଣ୍ଡିରୁ ଧାନ ଉଠାଇବେ। ଯେଉଁ ମିଲ ମାଲିକମାନେ ଚାଷୀଙ୍କ ଧାନରୁ କଟନୀ ଛଟନୀ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯିବ। ସେଥିରେ ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ବାଦ ପଡିବେନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପାଣିଗାର କି କାର୍ଯ୍ୟକାରୀ ହେଉଛି ଦେଖାଯାଉ ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri