ମୋରାଲିଟି ପୋଲିସ ହଟିଲା

ତେହରାନ,୫ା୧୨: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଅଁାଇଛନ୍ତି ଇରାନର ଇବ୍ରାହିମ ରଇସି ସରକାର। ଧର୍ମୀୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ମୋରାଲିଟି ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ଦେଶରେ ମୁଣ୍ଡ ଟେକିଥିବା ହିଜାବ ବିରୋଧୀ ଆନ୍ଦୋଳନ ଅନେକ ରାଷ୍ଟ୍ରକୁ ବ୍ୟାପିବା ପରେ ତେହରାନ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରଇସିଙ୍କ ଅତି ରକ୍ଷଣଶୀଳ ସରକାର ରବିବାର ମୋରାଲିଟି ପୋଲିସକୁ ଉଚ୍ଛେଦ କରିବା ସହ ମହିଳାଙ୍କ ଡ୍ରେସ୍‌ କୋଡ୍‌ର ସମୀକ୍ଷା କରିବା ନେଇ ଘୋଷଣା କରିଛନ୍ତି।

ନ୍ୟାୟପାଳିକା ସହ ମୋରାଲିଟି ପୋଲିସର କିଛି ସମ୍ପର୍କ ନାହିଁ। ଏହି ପୋଲିସ ବାହିନୀକୁ ଉଚ୍ଛେଦ କରାଯାଇଛି ବୋଲି ଆଟର୍ନି ଜେନେରାଲ ମହମ୍ମଦ ଜାଫର ମୋଣ୍ଟାଜେରି ସ୍ପଷ୍ଟ କରିଛନ୍ତି।

ଗତ ସେପ୍ଟେମ୍ବରରେ ୧୩ରେ ୨୨ ବର୍ଷୀୟା କୁର୍ଦ୍ଦିଶ ବଂଶୋଦ୍ଭବ ମହସା ଅମିନି ଉଚିତ ଢଙ୍ଗରେ ହିଜାବ ପରିଧାନ କରି ନ ଥିବା ଦର୍ଶାଇ ମୋରାଲିଟି ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାର ୩ ଦିନ ପରେ ଅର୍ଥାତ୍‌ ୧୬ ତାରିଖରେ ପୋଲିସ ହାଜତରେ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ବର୍ବରତାରେ ମହସାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ସେବେଠୁ ଏହାର ପ୍ରତିବାଦରେ ଯୁବପିଢ଼ି ହିଜାବ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ୧୯୭୯ ଇସ୍‌ଲାମୀୟ ବିପ୍ଳବ ପରଠୁ ଇରାନ ଆମେରିକା ସମର୍ଥିତ ରାଜତନ୍ତ୍ରକୁ ପ୍ରତ୍ୟାଖ୍ୟାନ କରି ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ କରିଥିଲା। କିଏ କିପରି ପୋଷାକ ପିନ୍ଧୁଛନ୍ତି ତାହା ଉପରେ ସରକାରୀ ଅଧିକାରୀମାନଙ୍କ କଡ଼ା ନଜର ରହିଥିଲା।

ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅହମାଦିନେଜାଦଙ୍କ ଅମଳରେ ମୋରାଲିଟି ପୋଲିସ (ଗସ୍‌ହତ୍‌-ଇ-ଏର୍ଶାଦ) ବା ଗାଇଡେନ୍ସ ପାଟ୍ରୋଲ ପ୍ରତିଷ୍ଠା କରାଯାଇଥିଲା। ମର୍ଯ୍ୟାଦା ଓ ହିଜାବ ସଂସ୍କୃତିର ପ୍ରସାର ଥିଲା ସୁପ୍ରିମ କାଉନ୍‌ସିଲ ଅଧୀନ ଏହି ପୋଲିସର ଦାୟିତ୍ୱ। ୧୯୮୩ରେ ହିଜାବ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ୨୦୦୬ରୁ ମୋରାଲିଟି ପୋଲିସ ୟୁନିଟ୍‌ ଡ୍ରେସ୍‌ କୋଡ୍‌ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିଆସୁଥିଲା। ଛୋଟ ବସ୍ତ୍ର କିମ୍ବା ଜିନ୍ସ ପିନ୍ଧିବା ମହିଳାଙ୍କ ପାଇଁ ସ୍ବପ୍ନ ହୋଇଯାଇଥିଲା। ଏବେ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ଅଧୀନରେ ଥିବା ସୁପ୍ରିମ କାଉନ୍‌ସିଲ ହିଜାବ ପରିଧାନକୁ ଆହୁରି କଡ଼ାକଡ଼ି କରିଥିଲା, ଯାହାର ପରିଣାମ ସ୍ବରୂପ ମହସାଙ୍କୁ ପ୍ରାଣବଳି ଦେବାକୁ ପଡ଼ିଲା। ମହସାଙ୍କ ମୃତ୍ୟୁ ପରେ ଆନ୍ଦୋଳନକାରୀ ଯୁବତୀମାନେ ନିଜ ଚୁଟି କାଟି ନିଜ ନିଜ ହିଜାବକୁ ଜାଳିବାରେ ଲାଗିଥିଲେ। ସରକାର ବିରୋଧୀ ସ୍ଲୋଗାନର ଧ୍ୱନିରେ ରାଜଧାନୀ ତେହରାନ ପ୍ରକମ୍ପିତ ହୋଇଥିଲା। ପୋଲିସ ସେମାନଙ୍କୁ ଘଉଡ଼ିବାକୁ ଯାଇ ଅନେକ ସ୍ଥାନରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିଲା।

ଆନ୍ଦୋଳନକାରୀମାନେ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବିରୋଧରେ ନାରାବାଜି କରି ଦେଶରେ ଇସ୍‌ଲାମିକ୍‌ ସରକାର ଉଚ୍ଛେଦ ପାଇଁ ମଧ୍ୟ ଦାବି କରିଥିଲେ। ସାମାଜିକ ଗଣମାଧ୍ୟମରେ ଏସବୁ ବହୁଳ ପ୍ରସାରିତ ହେବା ପରେ ଆମେରିକା ସମେତ ବିଭିନ୍ନ ଦେଶରେ ଇରାନ ବିରୋଧୀ ମନୋଭାବ ବଢ଼ିବାରେ ଲାଗିଥିଲା। ପୋଲିସର ଲାଠିମାଡ଼ ଓ ଗୁଳିରେ ପ୍ରାୟ ୩୦୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ବହୁସଂଖ୍ୟକ ଲୋକ ଆହତ ହୋଇଥିବା ଜାତିସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମୃତକଙ୍କ ପ୍ରକୃତ ସଂଖ୍ୟା ୪୪୮ ବୋଲି ଓସ୍‌ଲୋର ଏନ୍‌ଜିଓ ଇରାନ ହ୍ୟୁମାନ୍‌ ରାଇଟ୍ସ ଗତ ମଙ୍ଗଳବାର କହିଥିଲା। କିନ୍ତୁ ଇରାନର ସିକ୍ୟୁରିଟି କାଉନ୍‌ସିଲ ଏହାକୁ ଖଣ୍ଡନ କରିବା ସହ ମୃତ୍ୟୁସଂଖ୍ୟା ୨୦୦ ମଧ୍ୟରେ ସୀମିତ ବୋଲି କହିଛି। ଏଥିସହ ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ସମାଲୋଚନା କରିଛି। ରଷ୍ଟ୍ରେପତି ରଇସି ବୁଧବାର ଷ୍ଟୁଡେଣ୍ଟ ଡେ ପାଳନ ଅବସରରେ ତେହରାନ ୟୁନିଭର୍ସିଟିରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାକୁ ଥିବାବେଳେ ଛାତ୍ରୀଛାତ୍ରମାନେ ରବିବାରଠାରୁ ୩ ଦିନିଆ ଷ୍ଟ୍ରାଇକ୍‌ର ଆହ୍ବାନ ଦେଇଥିଲେ। ଏହାର ଅବ୍ୟବହିତ ପୂର୍ବରୁ ରଇସି ସରକାର ଦେଶ ଭିତର ଓ ବାହାର ଚାପରେ ଆସି ମୁଣ୍ଡ ନୁଅଁାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri