ଆମେରିକା ସ୍କୁଲରେ ମୋବାଇଲ ମନା…

ମାସାଚୁସେଟ୍ସ,୪।୧୨ : ଆମେରିକାର ମାସାଚୁସେଟ୍ସର ବକ୍ସଟନ ହାଇସ୍କୁଲରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଦ୍ୟାଳୟ ପରିଚାଳନା ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଛାତ୍ର, ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ୧୪ ଏକର କ୍ୟାମ୍ପସରେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିଛନ୍ତି।

ଯେତେବେଳେ କରୋନା ପରେ ଅଫଲାଇନ କ୍ଲାସ ଆରମ୍ଭ ହେଲା, ଆମେ ଅନୁଭବ କଲୁ ଯେ ଛାତ୍ରମାନେ ଦିନସାରା ମୋବାଇଲରେ ବ୍ୟସ୍ତ ରହୁଥିଲେ ଏବଂ ସହପାଠୀ ଛାତ୍ରମାନଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ ବୋଲି ବିଦ୍ୟାଳୟର ମୁଖ୍ୟ ପିଟର ବେକ କହିଛନ୍ତି। ଏହା ଅନୁଭବ ହେଲା ଯେ ଛାତ୍ରମାନେ ଅନ୍ୟ ବିଦ୍ୟାଳୟର ସାଥୀ ଏବଂ ଶିକ୍ଷକମାନଙ୍କ ସହ ସମନ୍ବୟ ରକ୍ଷା କରିବାରେ ଅସଫଳ ହୋଇପଡୁଥିଲେ। ଏହା ସହିତ ସେ ଶ୍ରେଣୀରେ ବସିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପିଟର ବେକ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମୋବାଇଲ ଫୋନ ଉପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି, ଯାହାର ସକାରାତ୍ମକ ପ୍ରଭାବ ଦେଖାଇବା ଆରମ୍ଭ କରିଛି। ସେ କହିଛନ୍ତି ଯେ ଛାତ୍ରମାନେ ବଦଳୁଛନ୍ତି ଏବଂ ସେମାନେ ସହପାଠୀ ଛାତ୍ରମାନଙ୍କ ସହ ସମନ୍ବୟ ରକ୍ଷା କରୁଛନ୍ତି ଏବଂ ପୂର୍ବ ଭଳି ଫୋନରେ ସୋସିଆଲ ମିଡ଼ିଆରେ ବ୍ୟସ୍ତ ରହୁ ନାହାନ୍ତି। ଫଳରେ ସେମାନେ କ୍ଲାସ ସମୟରେ ଅନ୍ୟ ସହପାଠୀମାନଙ୍କ ସହିତ ମଧ୍ୟ ମିଳାମିଶା କରୁଛନ୍ତି।

ସ୍କୁଲ ମ୍ୟାନେଜମେଣ୍ଟ କହିଛି ଯେ ଯେତେବେଳେ ସ୍କୁଲରେ ମୋବାଇଲ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ସେତେବେଳେ ଏହା ଛାତ୍ରମାନଙ୍କୁ ଏହା ଭୟଭୀତ କରିଥିଲା। ସେମାନେ ଅନୁଭବ କରୁଥିଲେ ଫୋନ ବିନା ସେମାନେ କିପରି ବଞ୍ଚିବେ ଯାହା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି।

ବାସ୍ତବରେ, ନିର୍ଦ୍ଦେଶ ଅନୁଯାୟୀ, ବିଦ୍ୟାଳୟ ନିକଟରେ ରହୁଥିବା ଛାତ୍ରମାନଙ୍କୁ ମୋବାଇଲ ଫୋନ ଘରେ ଛାଡିଦେବାକୁ କୁହାଯାଇଥିବାବେଳେ ବୋର୍ଡିଂ ଛାତ୍ରମାନଙ୍କ ମୋବାଇଲ ଫୋନ ବିଦ୍ୟାଳୟରେ ଜମା କରାଯାଇଥିଲା। ଯାହା ସେମାନଙ୍କୁ କ୍ଲାସ ପରେ ଦିଆଯାଉଥିଲା। ତଥାପି, ସେମାନଙ୍କୁ ବିକଳ୍ପ ଭାବରେ ଏକ ଛୋଟ ଫୋନ ଦିଆଯାଇଥିଲା। ଯାହା କେବଳ ମେସେଜିଂ ଏବଂ କଲିଂ ପାଇଁ ବ୍ୟବହୃତ ହୋଇ ପାରିବ। ଏହା ବ୍ୟତୀତ ଛାତ୍ରମାନେ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଡେସ୍କଟପ ବ୍ୟବହାର କରଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

ଇସ୍ରାଏଲ୍‌ ସେନା ଘାଟି ଉପରେ ହେଜବୁଲ୍ଲାର ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୭ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ...

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର...

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri