ଭୁବନେଶ୍ୱର, ୪।୧୨ (ବ୍ୟୁରୋ): ରାଜ୍ୟ ସରକାର ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜର ସମସ୍ୟାକୁ ଅଣଦେଖା କରିବା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟର ୩୧୪ଟି ବ୍ଲକ୍ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ୟାର ସମାଧାନ ନ କଲେ ସମିତି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବରୁ ସରକାରଙ୍କୁ ଚରମ ଚେତାବନୀ ଦେଇଥିଲା। ତେବେ ପ୍ରାରମ୍ଭିକ ଭାବେ ରାଜ୍ୟର ସମସ୍ତ ବ୍ଲକରେ ଶତାଧିକ ସଂଖ୍ୟାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଟୁଆରରେ ଆସି ବ୍ଲକ୍ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛିନ୍ତି। ରବିବାର ରାଜ୍ୟର ସମସ୍ତ ଜିଲାର ସଦର ମହକୁମାରେ ସମନ୍ବୟ ସମିତିର କନ୍ଭେନଶନ ଅନୁଷ୍ଠିତ ହେବାସହ ୭ ତାରିଖରେ ଜିଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସ୍ମାରକପତ୍ର ଉପରୋକ୍ତ ଅଧିକାରୀମାନଙ୍କୁ ପୁଣି ପ୍ରଦାନ କରାଯିବ। ଏହାସତ୍ତ୍ବେ ସରକାର ଦାବି ପୂରଣ ନ କଲେ ଡିସେମ୍ବର ୧୭ ତାରିଖରେ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ମହାସମାବେଶ କରିବାକୁ ବାଧ୍ୟହେବେ ବୋଲି ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ପବିତ୍ର ମହାଲା ଚେତାବନୀ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି
ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...
ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...
ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ…
ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...
ପରମାଣୁ କ୍ଷମତା ବୃଦ୍ଧି କରିବ ଭାରତ: ଓଡ଼ିଶା ସମେତ ୩୦ଟି ସ୍ଥାନରେ ହେବ ନୂତନ ପ୍ରକଳ୍ପ
ନୂଆଦିଲ୍ଲୀ,୮ା୧: ଓଡ଼ିଶାରେ ସ୍ଥାପନା ହେବ ପରମାଣୁ ଶକ୍ତି କେନ୍ଦ୍ର। ଭାରତର ସବୁଠାରୁ ବଡ଼ ସରକାରୀ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏନଟିପିସି ଦେଶରେ ପରମାଣୁ ଶକ୍ତି କ୍ଷମତା...
ଡିପୋଜିଟ୍ ପାଇଁ ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…
ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ...
ଚଳିତ ବର୍ଷ ଓଡ଼ିଶାରେ ୫୫ ଦିନ ବନ୍ଦ ରହିବ ବ୍ୟାଙ୍କ; ଜାଣନ୍ତୁ ସମ୍ପୂର୍ଣ୍ଣ ଛୁଟି ତାଲିକା
ଭୁବନେଶ୍ୱର,୮ା୧: ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଜାତୀୟ ଛୁଟିଦିନ, ଆଞ୍ଚଳିକ ପର୍ବପର୍ବାଣୀ ଏବଂ ଦ୍ୱିତୀୟ ଓ...
ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀଙ୍କୁ ମିଳିଲା ବାଡ଼ ଦାୟିତ୍ୱ
ଭୁବନେଶ୍ୱର,୮ା୧: ଓଡ଼ିଶାର ଅବସରପ୍ରାପ୍ତ ଆଇଏଫଏସ (IFS) ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ପୁନର୍ଗଠିତ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ର ଷ୍ଟିଅରିଂ କମିଟିରେ ସୁଶାନ୍ତ...
୨ ସପ୍ତାହ ଯାଏ ଶୀତରୁ ନାହିଁ ନିସ୍ତାର
ଭୁବନେଶ୍ୱର,୮ା୧: ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏ ଶୀତ ଜାରି ରହିବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଗୁରୁବାର ସୂଚନା ଦେଇଛନ୍ତି। ରାଜ୍ୟର...
Archives


