ମାଆ କୋଳକୁ ଫେରିଲା ୬ ଦିନର ପୁଅ

କେନ୍ଦ୍ରାପଡ଼ା ଅଫିସ, ୨ା୧୨:କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଶିଶୁପୁତ୍ର ନିଖୋଜ ହେବା ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି ା ଚାଇଲ୍ଡ ୱେଲଫେୟାର କମିଟି (ସିଡବ୍ଲ୍ୟୁସି)ର ତଦନ୍ତ ଓ ତପତ୍ରତା ଯୋଗୁ ମାଆ କୋଳକୁ ୬ ଦିନର ପୁଅ ଫେରିଛି ା ତେବେ ଏହି ନିଖୋଜ ଘଟଣା ବହୁ ରହସ୍ୟ ଓ ପ୍ରଶ୍ନ ଆଗକୁ ଆଣିଛି ା କେଉଁ କାରଣ ଯୋଗୁ ଶିଶୁ ପୁତ୍ରକୁ କଳାହାଣ୍ଡି ଜିଲାର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା ତାହାର ସ୍ପଷ୍ଟ ଉତ୍ତର ଏଯାଏ ମିଳିନାହିଁ ା ସେହିପରି ଶିଶୁ ପୁତ୍ରକୁ ହସ୍ତାନ୍ତର କରିଥିବା ଗ୍ରାମର ଜଣେ ମଧ୍ୟସ୍ଥଙ୍କୁ ବର୍ତ୍ତମାନ ସୁଦ୍ଧା ତଦନ୍ତ ପରିସରକୁ ଅଣାଯାଇନାହିଁ ା ଡାକ୍ତରଖାନା ଛାଡ଼ିବା ପରେ ଏହି ଶିଶୁକୁ ହସ୍ତାନ୍ତର କରାଯାଇଥିଲା ା ଏଥିପାଇଁ ଟଙ୍କା କାରବାର, ଲୋକଲଜ୍ଜା ଅଥବା ଆର୍ଥିକ ପରିସ୍ଥିତି ଦାୟୀ କି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ା ତେବେ ଏ ସମ୍ପର୍କରେ ସମ୍ପୃକ୍ତ ମହିଳା କହିଛନ୍ତି, ତାଙ୍କର ଗୋଟିଏ ୨୨ ବର୍ଷର ପୁଅ ଅଛି ା ସେହିପରି ଝିଅର ବୟସ ୧୭ ା ଗତ ୨୫ ତାରିଖରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲାା ସ୍ବାମୀ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଛି। ପୁଅର ଲାଲନପାଳନ ପାଇଁ କଳାହାଣ୍ଡି ଜିଲାରେ ଥିବା ମାଉସୀ ଝିଅ ଭଉଣୀଙ୍କୁ ଦେଇଥିଲି ା ଏବେ ପୁଅ ମୋ କୋଳକୁ ଫେରି ଆସିବା ପରେ ଖୁସି ଲାଗୁଛି ା ଆଉ କାହାକୁ ଲାଳନପାଳନ ପାଇଁ ହସ୍ତାନ୍ତର କରାଯିବ ନାହିଁ ା ଏହି ହସ୍ତାନ୍ତରରେ ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ସହାୟତା କରିଥିଲେ ବୋଲି ସେ ପ୍ରକାଶ କରିବା ସହ ପୁଅ ବିକ୍ରି ହୋଇ ନ ଥିବା କହିଛନ୍ତି ା
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମାନବାଧିକାର କର୍ମୀ ସାଗର ଜେନା, ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି, ଏହି ଶିଶୁ ହସ୍ତାନ୍ତର ଘଟଣା ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏହାର ତଦନ୍ତ ହେଲେ ଶିଶୁ ଚାଲାଣ ଘଟଣାର ରହସ୍ୟ ଖୋଲିବ ା ସିଡବ୍ଲ୍ୟୁସି ସଦସ୍ୟା ତଥା ଏହି କମିଟିର ପୂର୍ବତନ ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର କହିଛନ୍ତି, ଶିଶୁର ଲାଳନ ପାଳନ ପ୍ରତି ସମ୍ପୃକ୍ତ ଗ୍ରାମର ଆଶା ଓ ପୋଲିସଙ୍କୁ ନଜର ରଖିବାକୁ ଚିଠି ହେବ। ଏଥିସହିତ ଘଟଣାର ତଦନ୍ତ ପାଇଁ କମିଟି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଓ ସ୍ଥାନୀୟ ପୋଲିସକୁ ଚିଠି ଲେଖାଯିବ ା ଗତ ନଭେମ୍ବର ୨୫ରେ ସମ୍ପୃକ୍ତା ମହିଳା ଶିଶୁପୁତ୍ର ଜନ୍ମ ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରିଥିଲେ ା ତେବେ ଘରେ ପହଞ୍ଚତ୍ବା ସମୟରେ ପୁଅ ସାଥିରେ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇଥିଲା ା ଏହି ଘଟଣା ନଜରକୁ ଆସିବା ପରେ କମିଟି ପକ୍ଷରୁ ତଦନ୍ତ ପାଇଁ ଏକ ଟିମ୍‌ ଗଠନ ହୋଇଥିଲା। ଚାଇଲ୍ଡ ଲାଇନ କୋଅର୍ଡିନେଟର ବାଣୀପ୍ରିୟା ପଣ୍ଡା, ଟିମ୍‌ ଲିଡର ଅମରେଶ ପାଣି, ସ୍ବେଚ୍ଛାସେବୀ ସନ୍ଦୀପ କୁମାର ସିଂ, ଆଶାସାଥୀ ମଞ୍ଜୁଲତା ସାମଲ ଓ ଆଳି ଆଇଆଇସି ଦିଲ୍ଲୀପ କୁମାର ସାମଲଙ୍କ ସହଯୋଗରେ ବୁଧବାର ସନ୍ଧ୍ୟାରେ ଶିଶୁପୁତ୍ରକୁ ଆଣି ମାଆଙ୍କୁ ଦିଆଯାଇଥିଲା। ଗୁରୁବାର ଏହି ଦମ୍ପତି କାର୍ଯ୍ୟାଳୟରେ ହାଜର ହୋଇ ପୁଅର ଦାୟିତ୍ୱ ନେଇଥିବା ଲିଖିତ ଆକାରରେ ଜଣାଇଛନ୍ତି ା ଅପରପକ୍ଷେ ଶିଶୁର ଯତ୍ନରେ ସମସ୍ୟା ଥିଲେ ସରକାରଙ୍କ ପକ୍ଷରୁ କେଉଁ ପ୍ରକାର ସହଯୋଗ ଦିଆଯାଇପାରିବ ବୋଲି ସମ୍ପୃକ୍ତ ଦମ୍ପତିଙ୍କୁ ଜଣାଇ ଦିଆଯାଇଥିବା ସଦସ୍ୟା ମହାପାତ୍ର ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri