ନ୍ୟୁଜିଲାଣ୍ଡ ୨ପ୍ରଧାନମନ୍ତ୍ରୀଙ୍କୁ ଖବରଦାତାଙ୍କ ଅଜବ ପ୍ରଶ୍ନ

ଓ୍ବେଲିଂଟନ୍‌: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମାରିନ (୩୭) ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ (୪୨)ଙ୍କୁ ଭେଟିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡରେ ଜେସିଣ୍ଡା ଏକ ମିଳିତ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଜଣେ ଖବରଦାତାଙ୍କ ପ୍ରଶ୍ନକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଜାତୀୟ ଗଣମାଧ୍ୟମର ଜଣେ ରିପୋର୍ଟର ଜେସିଣ୍ଡାଙ୍କୁ ପ୍ରଶ୍ନ କରିଥିଲେ ଯେ, ସମବୟସ୍କା ହୋଇଥିବା ଯୋଗୁ ଆପଣମାନଙ୍କ ଭିତରେ ବହୁତଗୁଡ଼ିଏ ସାମଞ୍ଜସ୍ୟ ରହିଛି। ସେଥିଲାଗି ଆପଣ ଦୁହେଁ ଏକାଠି ହୋଇଛନ୍ତି? ଉତ୍ତରରେ ଜେସିଣ୍ଡା କହିଛନ୍ତି, ରାଜନୀତିରେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ସକ୍ରିୟ। ଦୁଇଜଣ ମହିଳା କେବଳ ନିଜର ଲିଙ୍ଗଗତ କାରଣରୁ ପରସ୍ପରକୁ ସାକ୍ଷାତ କରନ୍ତି ନାହିଁ। ଏହାପରେ ଜେସିଣ୍ଡା ଖବରଦାତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜନ୍‌ କିଙ୍କ ସାକ୍ଷାତ ହୋଇଥିଲା ସେତେବେଳେ କୌଣସି ବ୍ୟକ୍ତି ତାଙ୍କୁ ଏ ପ୍ରକାର ପ୍ରଶ୍ନ କରିଥିଲେ କି? କାରଣ ସେ ସମୟରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବୟସ ପାଖାପାଖି ସମାନ ଥିଲା। ନ୍ୟୁଜିଲାଣ୍ଡ ଓ ଫିନ୍‌ଲାଣ୍ଡ ମଧ୍ୟରେ ବାଣିଜ୍ୟଭିତ୍ତିକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିବାବେଳେ ବୈଶ୍ୱିକ ସଙ୍କଟ ଜଳବାୟୁ ପରିବର୍ତ୍ତନ ଓ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କରେ ଆଲୋଚନା ହୋଇଥିବା ଜେସିଣ୍ଡା କହିଛନ୍ତି।
ଏହି ଖବରଦାତା ସମ୍ମିଳନୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜେସିଣ୍ଡା ୨୦୧୭ରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବାବେଳେ ୨୦୧୯ରେ ସନ୍ନା ମାରିନ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ବିଶ୍ୱର ପାଖାପାଖି ୧୩ ରାଷ୍ଟ୍ରରେ ମହିଳା ରାଷ୍ଟ୍ରମୁଖ୍ୟ ରହିଛନ୍ତି। ୧୯୯୭ରେ ନ୍ୟୁଜିଲାଣ୍ଡ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କୁ ପାଇଥିବାବେଳେ ୨୦୦୦ରେ ଜଣେ ମହିଳା ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri