ମଜୁରି ନ ଦେବା ଦିନେଶଙ୍କ ପାଇଁ କାଳ ହେଲା

ମହାକାଳପଡ଼ା,୩୦ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଖରିନାସୀ ମୁଖ୍ୟ ରାସ୍ତାପାଶର୍‌ବ ମା’ମନସା ଜ୍ୟୋତି ବୈଦ୍ୟ ଫ୍ଲାଏ ଆଶ୍‌ ଇଟା ଫ୍ୟାକ୍ଟ୍ରି ମାଲିକ ଦିନେଶ ବୈଦ (୩୪)ଙ୍କୁ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକ ତଥା ଭଦ୍ରକ ଜିଲା ପୀରହାଟ ଥାନା ତଳଦପା ଗଁାର ପରମାନନ୍ଦ ମଲ୍ଲିକ (୪୦)ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଉକ୍ତ ଘଟଣା ପରଠୁ ପରମାନନ୍ଦ ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ୍‌ ସ୍କ୍ବାଡ୍‌ ଜମ୍ବୁ ସାମୁଦ୍ରିକ ଥାନା ଆଇଆଇସି ପରେଶ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା। ସେମାନେ ପରମାନନ୍ଦଙ୍କ ମୋବାଇଲକୁ ଟ୍ରାକିଂ କରି କେନ୍ଦ୍ରାପଡ଼ା ନିକଟ ଦୁହୁରିଆ ଛକରୁ ମଙ୍ଗଳବାର ସକାଳେ ଗିରଫ କରିଥିଲେ।
ଗିରଫ ପରେ ପରମାନନ୍ଦ କହିଛନ୍ତି, ମାଲିକ ଦିନେଶ ଠିକ୍‌ ଭାବେ ମଜୁରୀ ଦେଉ ନ ଥିଲେ। ଯେବେ ମଜୁରୀ ମାଗିଛି ସେ ମୋତେ ମାରଧର କରନ୍ତି। ଘଟଣାଦିନ ରାତି ୧୦ଟା ପରେ ଅନ୍ୟ ଶ୍ରମିକମାନେ କାମ ସାରି ଘରକୁ ଫେରିଥିଲେ। ଆମେ କୁକୁଡ଼ା ମାଂସ ଭୋଜି କରି ଖାଇଥିଲୁ। ଏହାପରେ ମଜୁରୀ ମାଗିବାରୁ ଦିନେଶ ତାଙ୍କୁ ଦୁଇ ଚାପୁଡ଼ା ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପରମାନନ୍ଦ ପାହାଚରେ ବସିଥିବା ଦିନେଶଙ୍କ ମୁଣ୍ଡକୁ ଏକ ଶାବଳରେ ଜୋରରେ ପିଟି ଦେଇଥିଲେ। ଦିନେଶ ତଳେ ପଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ପୁଣି ଥରେ ଶାବଳରେ ପିଟିଥିଲେ। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେତୁ ଦିନେଶ ଚେତା ଶୂନ୍ୟ ହୋଇ ପଡିଥିଲେ। ଘଟଣାସ୍ଥଳରେ ଦିନେଶଙ୍କ ମୃତ୍ୟୁ ଘଟିଥିଲା। ପରେ ପରମାନନ୍ଦ ଚମ୍ପଟ ମାରିଥିଲେ। ସେ ସାଇକେଲରେ କିଛି ବାଟ ଯାଇଥିଲେ। ପରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧରେ ସାଇକେଲକୁ ଫିଙ୍ଗି ଏକ ଡାଲା ଅଟୋରେ କେନାଲ ବ୍ରିଜ ଦେଇ ବସ୍‌ରେ କଟକ ବାଦାମବାଡିରେ ପହଞ୍ଚତ୍ ଥିଲେ। ସେଠାରୁ ଏକ ଅଟୋରିକ୍ସାରେ ହାଇକୋର୍ଟ ଛକ, ଝାଞ୍ଜିରିମଙ୍ଗଳା ଆଦି ଅଞ୍ଚଳ ବୁଲିବା ପରେ ଘରକୁ ଯିବା ବାଟ ପାଇ ନ ଥିଲେ। ଶେଷରେ ସେ ଏକ ଅଟୋରିକ୍ସା ଭଡ଼ା କରି କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥିଲେ। ପୋଲିସର ସ୍ପେଶାଲ ସ୍କ୍ବାଡ ଅଟୋରିକ୍ସାକୁ ଦୁହୁରିଆ ଛକରେ ଅଟକାଇ ତାଙ୍କୁ ମାଡ଼ି ବସିଥିଲା। ହେଲେ ପୋଲିସକୁ ଚାପୁଡ଼ା ମାରି ସେ ଚାଷ ଜମିରେ ଦୌଡ଼ି ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ପରେ ପୋଲିସ ପରମାନନ୍ଦଙ୍କୁ ଘଟଣାସ୍ଥଳକୁ ଆଣି ସିନ ରିକ୍ରିଏଶନ କରିଥିଲା। ଏହି ହତ୍ୟା ପଛରେ ପରମାନନ୍ଦ ଛଡ଼ା ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସର ସ୍ପେଶାଲ ସ୍କ୍ବାଡ ଛାନ୍‌ଭିନ୍‌ କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳ ସହ ପୋଲିସ ପରମାନନ୍ଦଙ୍କ ମୋବାଇଲ, ମନିପର୍ସରୁ ୧୧୨ଟଙ୍କା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri