Posted inଜାତୀୟ

ସୋସିଆଲ ମିଡ଼ିଆର ବିକାଶ ସହିତ ବଢୁଛି ମିଥ୍ୟା ଖବରର ପ୍ରସାରଣ : ଅନୁରାଗ ଠାକୁର…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର କହିଛନ୍ତି ଯେ ସୋସିଆଲ ମିଡିଆର ଦ୍ରୁତ ବିକାଶ ସହିତ ମିଥ୍ୟା ଖବରର ପ୍ରସାରଣ ମଧ୍ୟ ବୃଦ୍ଧି ପାଇଛି। ଏସିଆ-ପାସିଫିକ ବ୍ରଡକାଷ୍ଟିଂ ୟୁନିଅନ (ଏବିୟୁ) ସାଧାରଣ ସଭା ୨୦୨୨ରେ ଯୋଗଦେଇ ସେ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯେଉଁ ବେଗରେ ସୂଚନା ପ୍ରସାର କରାଯାଉଛି ସେକ୍ଷେତ୍ରରେ, ଗୁରୁତ୍ୱପୂର୍ଣ୍ଣ ହେଉଛି ସଠିକତା। ମିଥ୍ୟା ଖବର ସମ୍ପର୍କରେ ଠାକୁର କହିଛନ୍ତି ଯେ ଯାଞ୍ଚ ହୋଇ ନଥିବା ଦାବିକୁ ପ୍ରତିହତ କରିବା ଏବଂ ସତ୍ୟକୁ ଲୋକଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କେନ୍ଦ୍ର ପ୍ରେସ ସୂଚନା ବ୍ୟୁରୋରେ ଏକ ଫ୍ୟାକ୍ଟ ଚେକ ୟୁନିଟ ପ୍ରତିଷ୍ଠା କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ ଦାୟିତ୍ୱବୋଧ ଗଣମାଧ୍ୟମ ସଂଗଠନଗୁଡ଼ିକ ପାଇଁ ସର୍ବୋଚ୍ଚ ମାର୍ଗଦର୍ଶିକା ହେବା ଉଚିତ। ସେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓକୁ ସର୍ବଦା ସତ୍ୟ ରିପୋର୍ଟ କରୁଥିବା ଦ୍ୱାରା ଲୋକଙ୍କ ବିଶ୍ୱାସ ଜିତିବା ନେଇ ଶ୍ରେୟ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଦର୍ଶାଇଛନ୍ତି ।

କରୋନା ମହାମାରୀ ସମୟରେ ଘରେ ଅଟକି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା କ୍ଷେତ୍ରରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମିଡିଆ ହିଁ ଏଭଳି ସଙ୍କଟ ସମୟରେ ଲୋକଙ୍କୁ ବାହ୍ୟ ଜଗତ ସହିତ ଯୋଡିଥିଲା। ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଗଣମାଧ୍ୟମ ଦ୍ୱାରା କରୋନା ସଚେତନତା ବାର୍ତ୍ତା, ଗୁରୁତ୍ୱପୂର୍ଣ୍ଣ ସରକାରୀ ନିର୍ଦ୍ଦେଶାବଳୀ ଏବଂ ଡାକ୍ତରଙ୍କ ସହ ମାଗଣା ଅନଲାଇନ ପରାମର୍ଶ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚି ପାରିଥିଲା।

ପ୍ରସାର ଭାରତୀ ମହାମାରୀ ସମୟରେ ଶହେରୁ ଅଧିକ ସଦସ୍ୟଙ୍କୁ ହରାଇଥିଲେ ମଧ୍ୟ ଏହା ସର୍ବସାଧାରଣଙ୍କ ପାଇଁ କର୍ତ୍ତବ୍ୟ ଜାରି ରଖିବା ବନ୍ଦ କରି ନଥିଲା। ଗଣମାଧ୍ୟମ ସରକାର ଏବଂ ଲୋକଙ୍କ ମଧ୍ୟରେ ଏକ ଲିଙ୍କ ଭାବରେ କାର୍ଯ୍ୟ କରିବା ଉଚିତ ତଥା ଉଭୟ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ନିରନ୍ତର ମତାମତ ପ୍ରଦାନ କରିବା ଜରୁରୀ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri