ଦର୍ପଣ ଗଡ଼ ମନ୍ଦିରରୁ ଚୋରି ମୂର୍ତ୍ତି ଦିଲ୍ଲୀରୁ ଜବତ

ଚଣ୍ଡିଖୋଲ,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ଗ୍ରାମ ଦେବତୀ ମା’କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଦିଲ୍ଲୀରୁ ଜବତ କରାଯାଇଛି। କିଛିଦିନ ତଳେ ଦିଲ୍ଲୀ ଏୟାର ପୋର୍ଟରୁ ଏହି ମୂର୍ତ୍ତି ଜବତ ହୋଇଥିବା ନ଼େଇ ସୋମବାର ଚଣ୍ଡିଖୋଲ କୋର୍ଟର ଆଇନଜୀବୀ ଉଦୟନାଥ ସାହୁ ଦାବି କରିଛନ୍ତି। ଏ ସମ୍ପର୍କରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକ କହିଛନ୍ତି, ଦେଢ଼ ମାସ ତଳେ ଏକ ମୂର୍ତ୍ତି ଦିଲ୍ଲୀ ଏୟାର ପୋର୍ଟରୁ ଜବତ ହୋଇଥିଲା। ସେ ନେଇ ଆମ ପାଖକୁ ଖବର ଆସିଥିଲା। ଆମେ ଦର୍ପଣ ଗଡ଼ରୁ ଚୋରି ହୋଇଥିବା ମୂର୍ତ୍ତିର ଫୋଟୋ ପଠାଇଥିଲୁ। ହେଲେ ଏ ପର୍ଯ୍ୟନ୍ତ ଆମକୁ କୌଣସି ଖବର ଆସିନାହିଁ।
ସୂଚନାଥାଉକି, ଏହି ମୂର୍ତ୍ତି ଚୋରି ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜି ଥିଲେ ମଧ୍ୟ ପାଇ ନ ଥିଲା। ମୂର୍ତ୍ତିଟି ଅଷ୍ଟ ଧାତୁ ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ। ୨୦୦ବର୍ଷ ତଳେ ମୂର୍ତ୍ତିଟି ସ୍ଥାପନ କରାଯାଇଥିଲା। ସାହୁଙ୍କ କହିବାକଥା, ଏହି ମୂର୍ତ୍ତିଟିକୁ ବିଦେଶ ଚାଲାଣ ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ପକ୍ଷରୁ ଜବତ କରଯାଇଛି। ଦୁର୍ବୃତ୍ତମାନେ ମୂର୍ତ୍ତିଟିକୁ ବିଦେଶ ଚାଲାଣ କରିବା ନିମନ୍ତେ କାର୍ଗୋରେ ବୁକ୍‌ିଂ କରି ସାରିଥିଲେ। ତେବେ ଏଥିପାଇଁ ଏଏସ୍‌ଆଇର ଏନ୍‌ଓସି ଆଣିବାର ନିୟମ ରହିଥିବା ବେଳେ ତାହା ନ ଥିବାରୁ ଏହାକୁ ଏଏସ୍‌ଆଇ ଜବତ କରିଥିଲା। ମୂର୍ତ୍ତି ଜବତ ପରେ ଯାଜପୁର ଏସ୍‌ପି ରାହୁଲ ପି.ଆର୍‌ଙ୍କୁ ଏଏସ୍‌ଆଇ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁୟାରୀ ୧୧ରେ ଏହି ମୂର୍ତ୍ତି ଚୋରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri