ସର୍ଭେ ନାହିଁ, ଚାଲିଛି ପ୍ରକଳ୍ପ ନିର୍ମାଣ

ନୟାଗଡ଼ ଅଫିସ,୨୭।୧୧: ନୟାଗଡ଼ ବ୍ଲକର ସୁନାଲଟି ଗଁା ନିକଟରେ କୁସୁମୀ ନଦୀ ଉପରେ ନିର୍ମାଣଧୀନ କୁସୁମୀ ବ୍ୟାରେଜକୁ ବିରୋଧ କରାଯାଇଛି। ବୁଡ଼ି ଅଞ୍ଚଳର ସର୍ଭେ କରା ନ ଯାଇ ବ୍ୟାରେଜ ନିର୍ମାଣ କରାଯାଉଥିବାରୁ ଗ୍ରାମବାସୀ ତାତିଛନ୍ତି।  ବ୍ୟାରେଜ ପ୍ରଭାବରେ ଉପର ମୁଣ୍ଡରେ କୃଷ୍ଣପ୍ରସାଦ, ସୁନାଲଟି ଓ ଲାଠିପଡ଼ା ଆଦି ୩ ଗଁାର ପ୍ରାୟ ୨୫୦ ଚାଷୀଙ୍କ ୫୫ ଏକରରୁ ଊର୍ଦ୍ଧ୍ୱ ଜମିର ଫସଲ ବୁଡିବାକୁ ଯାଉଛି । ଜଳସମ୍ପଦ ବିଭାଗ ଠିକ ଭାବେ ଅନୁଧ୍ୟାନ କରି ନ ଥିବାରୁ ପ୍ରତିବାଦ ଉଠିଛି। କ୍ଷତିଗସ୍ତ ହେବାକୁ ଥିବା ଚାଷୀଙ୍କୁ କ୍ଷତିପୂରଣ ନ ଦେଇ ଜଳସମ୍ପଦ ବିଭାଗ ଜୋର ଜବରଦସ୍ତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି। ପ୍ରଶାସନ ନ ଶୁଣିଲେ ଆନ୍ଦୋଳନ ତ୍ୱରାନ୍ବିତ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

କୁସୁମୀ ବ୍ୟାରେଜ ପାଇଁ ୩୨୯ କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରକଳ୍ପ ନିର୍ମାଣ ହେଲେ ନୟାଗଡ଼, ଖଣ୍ଡପଡ଼ା, ଭାପୁର ଓ ଖୋର୍ଦ୍ଧା ଜିଲାର ସୀମାନ୍ତ ଅଞ୍ଚଳର ୩୮ ଗଁାର ଚାଷୀ ଉପକୃତ ହେବେ। ମରୁଡ଼ି ସମୟରେ ୩୭୪୫ ହେକ୍ଟର ଜମିରେ ଜଳସେଚିତ ହୋଇ ପାରିବ । ୨୦୧୪ରେ କୁସୁମୀ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
୨୦୧୯ରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି। ୧୦୦ ମିଟର ଲମ୍ବ ଓ ୬୮ ମିଟର ବନ୍ଧ ବାନ୍ଧିବା ପାଇଁ ବ୍ୟାରେଜ କାମ ଆଗେଇ ଚାଲିଛି। ବ୍ୟାରେଜରୁ ପାଣି ନିଷ୍କାସନ ପାଇଁ ରହିଛି ୮ଟି ସ୍ଲୁଇଜ୍‌ ଗେଟ। ଜମିକୁ ଜଳଯୋଗାଣ ପାଇଁ ବ୍ୟାରେଜରୁ କୋନାଲ ପରିବର୍ତ୍ତେ ହୋମ ପାଇପ୍‌ର ବ୍ୟବସ୍ଥା ରହିଛି । ବ୍ୟାରେଜ ନିର୍ମାଣ ପାଇଁ ୧୧ ଏକର ବେସରକାରୀ ଜମି ଯାଉଛି । ଏଥିପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ତେବେ କେତେ ଜମି ବୁଡିବ ସେନେଇ ସର୍ଭେ ହୋଇ ନ ଥିବାରୁ ଚାଷୀମାନେ ନିଜ ଜମିର ସ୍ଥିତି ସମ୍ପର୍କେରେ ଜାଣି ପାରୁ ନାହାନ୍ତି । ଏହାକୁ ନେଇ ବ୍ୟାରେଜ ନିର୍ମାଣ ପ୍ରତି ଚାଷୀଙ୍କ ସନ୍ଦେହ ବଢ଼ାଇଛି । ୨୦୨୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି।

ପ୍ରକଳ୍ପର କାର୍ଯ୍ୟକୁ ଚାଷୀ ବିରୋଧ କରୁ ନାହାନ୍ତି। କିନ୍ତୁ ପ୍ରକଳ୍ପ ନିର୍ମାଣ ହେଲେ ଚାଷୀଙ୍କ ଜମି ବୁଡିବାକୁ ଯାଉଥିବାବେଳେ ଜମି ଅଧିଗ୍ରହଣ ନ କରି ଓ କ୍ଷତିପୂରଣ ନ ଦେଇ ପ୍ରକଳ୍ପ କାମ ଚାଲୁ ରହିଛି । କୃଷ୍ଣପ୍ରସାଦ ଗଁାର ଚାଷୀ ଗୌରାଙ୍ଗ ପ୍ରଧାନ ଓ ଶରତ ଚନ୍ଦ୍ର ଚମ୍ପତି କୁହନ୍ତି, ବ୍ୟାରେଜ ହେଉ, ଆମର ପ୍ରତିବାଦ ନାହିଁ । କିନ୍ତୁ ବ୍ୟାରେଜ ଯେଉଁ ଅଞ୍ଚଳରେ କରାଗଲା ଯେପରି ସର୍ଭେ ହୋଇ ଜମି ଅଧିଗ୍ରହଣ କରାଗଲା ସେପରି ବୁଡି ଅଞ୍ଚଳ ପାଇଁ କରାଯାଉ ନାହିଁ । ବ୍ୟାରେଜ ଦ୍ୱାରା କେତେ ଜମି ବୁଡ଼ିବ ସେନେଇ ଜଳସମ୍ପଦ ବିଭାଗ ରିପୋର୍ଟ ଦେଇ ପାରୁ ନାହିଁ। ଏଣୁ ବେସରକାରୀ ଭାବେ ଆମେ ଅନୁଭବ କରୁଛୁ ଆମ ୩ ଗଁାର ୫୫ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ବ୍ୟାରେଜ ଯୋଗୁ ବୁଡିବାର ଆଶଙ୍କା ରହିଛି। ସେଥିପାଇଁ ଆମେ ପ୍ରତିବାଦ କରୁଛୁ। ନ୍ୟାୟ ନ ମିଳିଲେ ଆମେ ଆନ୍ଦୋଳନକୁ ତ୍ୱରାନ୍ବିତ କରିବୁ।

ଧାନକଟା ପରେ କରାଯିବ ସର୍ଭେ

ଧାନକଟାଯିବା ପରେ ସର୍ଭେ କରାଯିବ ବୋଲି ଜିଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାଶ କୁହନ୍ତି, ପ୍ରକଳ୍ପ ପାଇଁ ବୁଡି ଅଞ୍ଚଳ ପାଇଁ ସର୍ଭେ ହୋଇ ନ ଥିଲା। ଏଣୁ ଧାନକଟା ଶେଷ ପରେ ବୁଡି ଅଞ୍ଚଳର ସର୍ଭେ କରାଯିବ। ଯେଉଁମାନଙ୍କ ଚାଷ ଜମି କ୍ଷତି ହେବ ସେମାନଙ୍କ ଜମି ଅଧିଗ୍ରହଣ କରାଯାଇ କ୍ଷତିପୂରଣ ଦିଆଯିବ। ବ୍ୟାରେଜ ନିର୍ମାଣ ପରେ ଯଦି ଚାଷ ଜମି କ୍ଷତି ହୁଏ ତେବେ ମଧ୍ୟ ସେ ସମୟରେ ପୁଣି ସର୍ଭେ କରାଯାଇ କ୍ଷତି ଭରଣା କରାଯିବ। ଏନେଇ ଚାଷୀଙ୍କ ସହ ଆଲୋଚନା କରାଯାଇଛି । ଚାଷୀ ଆମ କଥାରେ ସହମତି ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି । ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, କାମ ଚାଲିଛି । ମୁଁ ନିର୍ମାଣସ୍ଥଳକୁ ଯାଇ ଅନୁଧ୍ୟାନ କରି ଆସିଛି । ଜମିରେ ପାଣି ମାଡିବାର ଚାଷୀମାନେ ଯେଉଁ ଆଶଙ୍କା କରୁଛନ୍ତି ସେନେଇ ଜଳସମ୍ପଦ ବିଭାଗର ନିର୍ବରହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଟେକ୍‌ନିକାଲ କାଲକୁଲେଶନ ପରେ ଜମିରେ ପାଣି ମାଡିବ କି ନମାଡ଼ି ବୋଲି ଜଣା ପଡିବ । ଏହାପରେ ଜମି ଅଧିଗ୍ରହଣ କରାଯାଇ କ୍ଷତିପୂରଣ ଦିଆଯିବ। ଏଥିପାଇଁ ସରକାରୀ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି। ତେବେ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ବିରୋଧ କରା ନ ଯାଉ ବୋଲି ଚାଷୀଙ୍କୁ ସେ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri