ଫଟୋ ଫିଲ୍ଟର…

ବର୍ତ୍ତମାନ ଅଳ୍ପ ବୟସରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ୍‌ ମିଡିଆ ବ୍ୟବହାର କରୁଛନ୍ତି। ଯେଉଁଥିରେ ନିଜର ଭଳିକି ଭଳି ଫଟୋ, ଭିଡିଓ ପୋଷ୍ଟ କରିବାରେ ଅନେକେ ବେଶ୍‌ ଆକ୍ଟିଭ୍‌। ତେବେ ଆଶ୍ଚର୍ଯ୍ୟର କଥା ଏବେ ଫଟୋରେ କିଏ କଳା, ଗୋରା, ସୁନ୍ଦର, ଅସୁନ୍ଦର ଜାଣିବା ମୁକ୍ସିଲ୍‌। କାରଣ ଏବେ ସୋସିଆଲ୍‌ ମିଡିଆ ଏବେ ସମସ୍ତେ ସୁନ୍ଦର। ତେବେ ଖୁବ୍‌ ସୁନ୍ଦର ତଥା ଆଇକ୍ୟାଚି ଦେଖାଯାଉଥିବା ଫଟୋ ପଛରେ ରହିଛି ବିଭିନ୍ନ ଏଡିଟିଂ ଆପ୍‌ରେ ଥିବା ଫଟୋ ଫିଲ୍ଟରର କମାଲ। ତେଣୁ ଏହା ଯେମିତି ପାଲଟିଛି ଅନେକଙ୍କ ପାଇଁ ଖୁବ୍‌ ଦରକାରୀ। ତେବେ ଏହାକୁ ବ୍ୟବହାର କରିବାରେ ସର୍ବାଧିକ କ୍ରେଜ୍‌ ମିଳୁଛି ଯୁବପିଢିଙ୍କ ପାଖରେ। ଜାଣିବା ଏଭଳି ଆପ୍‌ର ବ୍ୟବହାର କାହଁକି ବଢୁଛି ଏବଂ ଏହାଦ୍ୱାରା କ’ଣ ପ୍ରଭାବ ପଡୁଛି…
ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ: କୁହାଯାଏ ଏକ ସୁନ୍ଦର ଚେହେରା ମଧ୍ୟ ବ୍ୟକ୍ତିତ୍ୱକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଯେଉଁଥିପାଇଁ ସମାଜରେ ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ସୃଷ୍ଟି କରିବା ଲକ୍ଷ୍ୟରେ ଅନେକେ ସୋସିଆଲ୍‌ ସାଇଟ୍‌ ନିଜର ଭଲ ଭଲ ପ୍ରୋଫାଇଲ୍‌ ପିକ୍ଚର ଦେଇଥାନ୍ତି। ଆଉ ଏଥିପାଇଁ ଅନେକେ ଫଟୋ ଫିଲ୍ଟରର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି। ଯଦିଓ ଏହାଦ୍ୱାରା ସେମାନଙ୍କ ବାସ୍ତବ ଚିତ୍ର ଲୁଚିଯାଉଛି, ଯାହାକି ପରବର୍ତ୍ତି ସମୟରେ ଜଣାପଡିଲେ ସେମାନଙ୍କ ବ୍ୟକ୍ତିତ୍ୱରେ ଆଞ୍ଚ ଆସିପାରେ ସେ ଦିଗରେ ସେମାନେ ସଚେତନ ନଥାନ୍ତି।
ଅଧିକ ଲାଇକ୍‌ କମେଣ୍ଟ ପାଇବା ଲକ୍ଷ୍ୟ: ଆଜିକାଲି ଫଟୋ ଫିଲ୍ଟର ବ୍ୟବହାର କରି ଫ୍ଲଲେସ୍‌ ସ୍କିନ୍‌, ଗୋରା ରଙ୍ଗ ସାଙ୍ଗକୁ ମେକ୍‌ଅପ୍‌ ଅପ୍ସନ ଫଟୋକୁ ସମ୍ପୂର୍ଣ୍ଣ ସୁନ୍ଦର କରିପାରୁଛି। ଯାହାକି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବେଶ୍‌ ସାହାଯ୍ୟ କରିଥାଏ। ତେଣୁ ସୋସିଆଲ୍‌ ସାଇଟ୍‌ରେ ନିଜର ଏଭଳି ଫଟୋ ପୋଷ୍ଟ କରି ଅଧିକ ଲାଇକ୍‌ ଏବଂ କମେଣ୍ଟ ପାଇବାର ନିଶା ଯୁବପିଢିଙ୍କୁ ଘାରିଛି।
ସୌନ୍ଦର୍ଯ୍ୟ ମାୟାଜାଲରେ ଅନ୍ୟକୁ ଫସାଇବା: ସୋସିଆଲ୍‌ ମିଡିଆରେ ଆକର୍ଷଣୀୟ ଚେହେରା ଦେଖାଇ ଅନ୍ୟକୁ ଠକିବା ଘଟଣା ଏବେ ବଢୁଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ଡେଟିଂ ଆପ୍‌ରେ ଏଭଳି ଫଟୋ ଦେଇ ଅନ୍ୟକୁ ବିବାହ ପ୍ରଲୋଭନ ଦେଖାଇ ଠକିବା, ପ୍ରତାରଣା କରିବା, ଟଙ୍କା ଲୁଟିବା କିମ୍ବା ଅନ୍ୟାନ୍ୟ ଅପରାଧର ବି ନଜିର ରହିଛି।
ପ୍ରଭାବିତ ହେଉଛି ମାନସିକତା: ଏଭଳି ଫିଲ୍ଟର ବ୍ୟବହାର କରି ସୁନ୍ଦର ଫଟୋକୁ ଅନେକ ଯୁବତୀଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି। ହେଲେ ଯେବେ ବାସ୍ତବ ଚେହେରା ସମ୍ନାକୁ ଆସୁଛି ଅନେକ ଅପ୍ରତିକର ଘଟଣା ଘଟୁଛି। ନିକଟରେ ଜଣେ ପୁରୁଷ ନିଜ ଫଟୋକୁ ଫିଲ୍ଟର ବ୍ୟବହାର କରି ଝିଅ ଭଳି କରିବା ସହ ଜଣେ ପୁରୁଷଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ଘଟଣା ଜଣାପଡିବା ପରେ ଗଣ୍ଡଗୋଳରୁ ପୋଲିସ୍‌ କେସ୍‌ ପର୍ଯ୍ୟନ୍ତ ଘଟଣା ଘଟିଥିଲା। ତେବେ କେବଳ ଏତିକି ନୁହେଁ ବର୍ତ୍ତମାନ ଫିଲ୍ଟର ଫଟୋ ଭଳି ଅନେକ ଯୁବତୀ ଯୁବକ ବାସ୍ତବରେ ଦେଖାଯିବାକୁ ଚାହୁଁଛନ୍ତି। ଏମିତିକି ଏହା ସେମାନଙ୍କ ମାନସିକତାକୁ ଏଭଳି ପ୍ରଭାବିତ କରୁଛି ଯେ, କେହି କେହି ଏଥିପାଇଁ କସ୍‌ମେଟିକ୍‌ ସର୍ଜରୀର ସାହାଯ୍ୟ ନେବାକୁ ମଧ୍ୟ ପଛାଉ ନାହାନ୍ତି।
ଗାଇଡ୍‌ଲାଇନ୍‌ ରହିବା ଜରୁରୀ: ତେବେ ନିଜ ଫଟୋକୁ ସୁନ୍ଦର କରିବା ଲାଗି ଫିଲ୍ଟର ବ୍ୟବହାର କରିବା ଭଲ। ହେଲେ ଏହାଦ୍ୱାରା ଯେପରି ଏକ ସମ୍ପୂର୍ଣ୍ଣ ଅବାସ୍ତବତା ସୃଷ୍ଟି ନ ହେଉ ଅବା ଏହାଦ୍ୱାରା କାହାର କ୍ଷତି ନ ହେଉ ସେଥିପାଇଁ କିଛି କଟକଣା ରହିବା ଆବଶ୍ୟକ।

ଗାଇଡ୍‌ଲାଇନ୍‌ ରହିଲେ ଭଲ ହୁଅନ୍ତା
ସୁବାସିନୀ ସାହୁ(ଭଦ୍ରକ)-
ବର୍ତ୍ତମାନ ଫଟୋରେ ଫିଲ୍ଟର ଦେଇ ଆକର୍ଷଣୀୟ ଦେଖାଯିବାକୁ କିଏ ବା ନ ଚାହେଁ। ମୋବାଇଲ୍‌ କ୍ୟାମେରାରେ ଏହିସବୁ ଫିଚର୍ସ ମଧ୍ୟ ଉପଲବ୍ଧ ହେଲାଣି। ଏଥିସହ ୟୁଜର୍‌ ଇନ୍‌ଷ୍ଟାଗ୍ରାମ୍‌, ସ୍ନାପଚାଟ୍‌ ଇତ୍ୟାଦି ସୋସିଆଲ୍‌ ପ୍ଲାଟଫର୍ମ ଦ୍ୱାରା ବହୁତ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଏଥିରେ ଥିବା ଫିଲ୍‌ଟର୍‌ ଅପ୍ସନ୍‌ରେ ଫଟୋକୁ ମନପସନ୍ଦର ଏଡିଟିଂ କରୁଛନ୍ତି। ଲାଇକ୍‌ କମେଣ୍ଟ ପାଇବା ଏବେ ଏମିତି ନିଶା ପାଲଟିଲାଣି କି ଏହାକୁ ସୋସିଆଲ୍‌ ମିଡିଆ ଡିଜଓଡର୍‌ କହିଲେ ବି ଭୁଲ୍‌ ହେବନାହିଁ। ଫିଲ୍ଟର ଫଟୋକୁ ଚିହ୍ନିବା ବି ମୁସ୍କିଲ୍‌ ହେଉଛି। ଏଥିସହ ସେମାନେ ପ୍ରୋଫାଇଲ୍‌ରେ ଡାଟା ବି ଚେଞ୍ଜ କରି ରଖୁଛନ୍ତି। ଫଳରେ ଅନେକେ ଠକାମୀର ଶିକାର ହେଉଛନ୍ତି। ତେଣୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଦ୍ୱାରା ୟୁଜର୍ସଙ୍କ ପାଇଁ ଏଥିପ୍ରତି ଗାଇଡଲାଇନ୍‌ ରହିବା ଉଚିତ୍‌।

କେହି ଠକାମିର ଶିକାର ନ ହୁଅନ୍ତୁ
ସମରଜିତ କୁଣ୍ଡ(ଢେଙ୍କାନାଳ)-
ମୋର ଜଣେ ସାଙ୍ଗ ଡେଟିଂ ଆପ୍‌ରେ ଗୋଟିଏ ଝିଅକୁ ଡେଟ୍‌ କରୁଥିଲା। ତା’ର ସମସ୍ତ ପ୍ରୋଫାଇଲ୍‌ରେ ଫଟୋ ଷ୍ଟାଇଲିଶ୍‌ ଥିଲା। ଫଟୋରେ ସେ ଏମିତି ଫିଲ୍ଟର ୟୁଜ୍‌ କରୁଥିଲା ଯାହା ଫେକ୍‌ ବୋଲି ଜଣା ପଡୁନଥିଲା। କିଛିଦିନ ପରେ ମୋ ସାଙ୍ଗର ବ୍ରେକ୍‌ ଅପ୍‌ ହୋଇଯାଇଛି ବୋଲି ଜାଣିବାକୁ ପାଇଲି। ପରେ ଜାଣିଲି ଏମିତି ମୋର ବହୁଜଣ ସାଙ୍ଗଙ୍କ ସହ ଝିଅଟି ଚିଟିଂ କରିଛି। ଫିଲ୍ଟର ଫଟୋ ରଖି ନିଜ ଆଡୁ ସେ ସମସ୍ତଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥାଏ। ରିକ୍ୱେଷ୍ଟ ଗ୍ରହଣ କରିବା ପରେ ସେ ପ୍ରେମଭରା କଥା କହି ଫସାଏ। କେତେଜଣଙ୍କଠାରୁ ଏମିତି କରି ବହୁ ଟଙ୍କା ଲୁଟି ମଧ୍ୟ ନେଇଛି। ତେଣୁ ଏହିସବୁ ସୋସିଆଲ୍‌ ସାଇଟ୍‌ରେ ଯେ କେହି ବି ପ୍ରୋଫାଇଲ୍‌ ଖୋଲୁଛି ତାକୁ ସେହି ଆପ୍‌ ଭେରିଫାଏ କରିବା ଦରକାର। ଏହା ସହ ଯଦି ଆପ୍‌ଗୁଡିକ ସେମାନଙ୍କର ନିଜସ୍ବ କ୍ୟାମେରା ରଖନ୍ତେ ତେବେ ସମସ୍ତେ ଉପକୃତ ହୁଅନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri