୪ ଓଡ଼ିଆଙ୍କୁ ଅମ୍ରିତ ପୁରସ୍କାର

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ପକ୍ଷରୁ ଶୁକ୍ରବାର ବିଭିନ୍ନ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ୭୫ ବର୍ଷରୁ ଊର୍ଦ୍ଧ୍ୱ କଳାକାରଙ୍କୁ ‘ଏକକାଳୀନ ସଙ୍ଗୀତ ନାଟକ ଏକାଡେମୀ ଅମ୍ରିତ ପୁରସ୍କାର ୨୦୨୨’ ଦିଆଯିବ। ଏଥିପାଇଁ ଓଡ଼ିଶାରୁ ୪ଜଣ ମନୋନୀତ ହୋଇଛନ୍ତି। ଛଉରେ ଶିବ ପ୍ରସାଦ ଦାସ(ସିଦ୍ଧେଶ୍ୱର ଦାସ), ନାଟକରେ ଅନନ୍ତ ମହାପାତ୍ର, ଲୋକ ସଙ୍ଗୀତ (ବ୍ରହ୍ମା ବୀଣା)ରେ ଆନନ୍ଦ ବାଗ ଏବଂ ଓଡ଼ିଶୀ(ଗୋଟିପୁଅ)ନୃତ୍ୟରେ ଗୋବିନ୍ଦ ଚନ୍ଦ୍ର ପାଲ୍‌ ରହିଛନ୍ତି। ପ୍ରତି କଳାକାରଙ୍କୁ ୧ଲକ୍ଷ ଅର୍ଥରାଶି ସହ ତାମ୍ରପାତ୍ର ଓ ଅଙ୍ଗବସ୍ତ୍ର ଦିଆଯିବ। ଅନ୍ୟପକ୍ଷେ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ୧୨୮(୩ ଯୁଗ୍ମ) କଳାକାରଙ୍କୁ ‘ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ଦିଆଯିବ। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୦୧୯ରେ ଛଉନୃତ୍ୟ ପାଇଁ ବ୍ରଜେନ୍ଦ୍ର କୁମାର ପଟ୍ଟନାୟକ, ୨୦୨୧ରେ ନୃତ୍ୟ ପାଇଁ ସଙ୍ଗୀତରେ ବିଜୟ କୁମାର ଜେନା, ନାଟକ ପାଇଁ ନାଟ୍ୟକାର ମନୋଜ ପଟ୍ଟନାୟକ ଓ ସୁଗମ ସଙ୍ଗୀତରେ ଗାୟିକା ସୁସ୍ମିତା ଦାସ ଚୟନ ହୋଇଛନ୍ତି। ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ସେହିପରି ଉପରୋକ୍ତ ୩ ବର୍ଷ ପାଇଁ ଦେଶର ୧୦୨ (୩ ଯୁଗ୍ମ)ଜଣଙ୍କୁ ‘ଉସ୍ତାଦ ବିସ୍‌ମିଲା ଖାନ୍‌ ଯୁବ ପୁରସ୍କାର’ ଦିଆଯିବ। ୪୦ ବର୍ଷରୁ କମ୍‌ କଳାକାରଙ୍କୁ ଏହି ପୁରସ୍କାର ଦିଆଯାଏ। ଓଡ଼ିଶାରୁ ୨୦୧୯ ଲାଗି ପ୍ରହଲ୍ଲାଦ ନାଟକ ପାଇଁ ସନ୍ତୋଷ କୁମାର ରଣା ଓ ୨୦୨୦ ଲାଗି ଓଡ଼ିଶୀ ସଙ୍ଗୀତ ପାଇଁ ରୂପକ ପରିଡ଼ା ଏବଂ ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ କୁମାର ସ୍ବାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦକୁ ୨୫ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯିବ।
ଏଥିସହ ‘ସଙ୍ଗୀତ ନାଟକ ଏକାଡେମୀ ଫେଲୋଶିପ୍‌ (ଏକାଡେମୀ ରତ୍ନ)’ ପାଇଁ ୧୦ଜଣଙ୍କୁ ଚୟନ କରାଯାଇଛି। ସେମାନେ ହେଲେ ସରୋଜା ବୈଦ୍ୟନାଥନ୍‌, ସଦାନାମ କ୍ରିଷ୍ଣନ୍‌ କୁଟ୍ଟୀ, ଦର୍ଶାନନ୍‌ ଝାଭେରୀ, ଛନ୍ନୁଲାଲ ମିଶ୍ର, ଏ. କେ. ସି. ନଟରାଜନ୍‌, ସ୍ବପ୍ନା ଚୌଧୁରୀ, ମାଳିନୀ ରାଜୁର୍‌କାର, ଟି. ଭି. ଗୋପାଳକ୍ରିଷ୍ଣନ୍‌, ତିଜାନ ବାଈ ଓ ଭରତ ଗୁପ୍ତ। ଏମାନଙ୍କୁ ୩ଲକ୍ଷ ଲେଖାଏ ଅର୍ଥରାଶିର ଫେଲୋଶିପ ଦିଆଯିବ। ଏ ନେଇ ଏକାଡେମୀ ସଚିବ ଅନିମେଶ ପି.ରଞ୍ଜନ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri