ଆଜି କୋର୍ଟରେ ହାଜର ହେବେ ଖଗେଶ୍ୱର

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କ ୧୦ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ୧୧ ତାରିଖରୁ ଖଗେଶ୍ୱରଙ୍କୁ ମାରାଥନ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ସୋମବାର ଇଡି ତାଙ୍କୁ କୋର୍ଟରେ ହାଜର କରିବ। ତେବେ ପୁଣି ଥରେ ତାଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଇଡି ଆବେଦନ କରିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଥିବା ଅର୍ଚ୍ଚନାଙ୍କ ଦାମୀ ଏଣ୍ଡେଭର କାର୍‌କୁ ଇଡି ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ନେଇ ଯାଞ୍ଚ କରିଛି। କାର୍‌ ଭିତରୁ ଗାଡ଼ିର ନମ୍ବର (ଓଡି୦୨ବିପି୨୩୨୪) ପ୍ଲେଟ ମିଳିଛି। ଅର୍ଚ୍ଚନାଙ୍କ ନାଁରେ ଏହି କାର୍‌ ପଞ୍ଜୀକୃତ ହୋଇଛି। ତେବେ ଉକ୍ତ ଏଣ୍ଡେଭର କାର୍‌କୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ଘରୋଇ କଲେଜ ସମ୍ମୁଖରେ କିଏ ରଖିଲା ତାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି। ଅର୍ଚ୍ଚନାଙ୍କ କେହି ଘନିଷ୍ଠ ସହଯୋଗୀ ଉକ୍ତ କାର୍‌ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। କିଛି ସହଯୋଗୀ ବାହାରେ ରହି ଅର୍ଚ୍ଚନାଙ୍କୁ ସହଯୋଗ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି।
ଅପରପକ୍ଷରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୨୦୧୭ରୁ ୨୦୨୨ ମଧ୍ୟରେ ଅଢ଼େଇ କୋଟି ଟଙ୍କା ଜମା ହୋଇଥିବା ଇଡି ଜାଣିବାକୁ ପାଇଛି। ଜମା ହୋଇଥିବା ଟଙ୍କାରେ ଦାମୀ କାର୍‌ କିଣାଯାଇଥିବା କୁହାଯାଉଛି। ନାଗ-ଚାନ୍ଦ ଦମ୍ପତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ବିଷୟରେ ଇଡି ପ୍ରମାଣ ପାଇଛି। ତେଣୁ ସେହି ବ୍ୟକ୍ତିମାନଙ୍କୁ ନୋଟିସ୍‌ କରି ଆର୍ଥିକ ନେଣଦେଣ କାରବାର ସଂକ୍ରାନ୍ତରେ ଇଡି ଖୋଳତାଡ଼ କରୁଛି। ନୋଟିସ୍‌ ତାଲିକାରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ଫୋର୍ଡ ଶୋ’ରୁମ୍‌ ମାଲିକ, ରାଜନେତା ଏବଂ ପରିବାର ସଦସ୍ୟ ଆଦି ଅଛନ୍ତି। ଏହା ଭିତରେ ଫୋର୍ଡ ଶୋ’ରୁମ୍‌ ମାଲିକଙ୍କ ପୁଅ ଓ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗଙ୍କୁ ଇଡି ଜେରା କରିଛି। ଅକ୍ଷୟ ପରିଜା ଇଡି ଅଫିସ ଆସି ନ ଥିଲେ ସୁଦ୍ଧା ତାଙ୍କ ଓକିଲ ପଠାଇଥିଲେ। ସବୁଠୁ ବଡ଼କଥା ହେଲା ୨ ଆଇଏଏସ୍‌ ଅଧିକାରୀ ମଧ୍ୟ ନୋଟିସ୍‌ ପାଇଛନ୍ତି। ଉଭୟ ଖୁବ୍‌ଶୀଘ୍ର ଇଡି କାର୍ଯ୍ୟାଳୟରେ ଜେରାର ସମ୍ମୁଖୀନ ହେବେ। ସେମାନେ ଅର୍ଚ୍ଚନାଙ୍କୁ କେତେ ଟଙ୍କା ଏବଂ କ’ଣ ପାଇଁ ଦେଇଛନ୍ତି ତାହାର ତଥ୍ୟ ରଖିବେ। ସେପଟେ ଜେଲ ମାନୁଆଲ ଅନୁଯାୟୀ, ଜଗବନ୍ଧୁ ଓ ଅର୍ଚ୍ଚନା ପ୍ରତି ସପ୍ତାହରେ ରବିବାର ଭେଟିବା ନିଷ୍ପତ୍ତି ଅନୁଯାୟୀ ପୁଣିଥରେ ଝାରପଡ଼ା ଜେଲରେ ଉଭୟ ଭେଟ ହୋଇ କଥାବାର୍ତ୍ତା ହେବା ସହ ପରସ୍ପରକୁ ସାନ୍ତ୍ୱନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ...

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri