ନାଟକ ମାଧ୍ୟମରେ ସମାଜ ସଂସ୍କାର ମହତ କାର୍ଯ୍ୟ: ନରସିଂହ

ବଲାଙ୍ଗୀର ଅଫିସ,୧୯।୧୧: ବଲାଙ୍ଗୀରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ରଜତ ଜୟନ୍ତ୍ରୀ ଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଞ୍ଚରେ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପରିଷଦ ସଭାପତି ହରି ନାରାୟଣ ପୂଜାରୀ, ମୁଖ୍ୟଅତିଥି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଞ୍ଚାସୀନ ଥିଲେ। ବିଧାୟକ ମିଶ୍ର ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସଭାରେ ପ୍ରାଧ୍ୟାପକ ଚୁଡାମଣି ରଥଙ୍କୁ ସ୍ବର୍ଗତ ସୁବାସ ପୂଜାରୀଙ୍କ ସ୍ମୃତିରେ କୋଶଳ ଗୌରବ ନାଟ୍ୟ ସମ୍ମାନ ଓ ବିଶିଷ୍ଟ କଳାକାର ଲଳିତ ପୂଜାରୀଙ୍କୁ ସ୍ବର୍ଗତ ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଯୁବ କଳାକାର ନାଟରାଜ ସମ୍ମାନ ପ୍ରଦାନ କରାଯାଇଥିଲା। ସଭାରେ ବିଧାୟକ ମିଶ୍ର କହିଥିଲେ ଯେ, ବିନା ପୃଷ୍ଠପୋଷକତାରେ କଳା, ସଂସ୍କୃତି ନାଟ୍ୟ ସଙ୍ଗଠନ ବଞ୍ଚତ୍ବା କଷ୍ଟକର। ଏଭଳି ପରିସ୍ଥିତିରେ ନଟରାଜ କଳା ପରିଷଦ ଦୀର୍ଘ ୨୫ ବର୍ଷ ଧରି ସଫଳତାର ସହ କଳା, ସଂସ୍କୃତିର ଉତ୍ତରଣ ଦିଗରେ କାର୍ଯ୍ୟ କରି ଆଜି ରଜତ ଜୟନ୍ତୀ ପାଳନ କରୁଛି। ଏହା ସାଧାରଣ କଥା ନୁହେଁ ବୋଲି କହି ପରିଷଦ କଳାକାର, ସଦସ୍ୟ ଓ ବଲାଙ୍ଗୀରବାସୀଙ୍କୁ ବିଧାୟକ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। ନାଟକ ମାଧ୍ୟମରେ ସମାଜ ସଂସ୍କାର ଆଣିବା ଦିଗରେ ଏହି ଅନୁଷ୍ଠାନ ଆଗକୁ ମଧ୍ୟ କାର୍ଯ୍ୟ କରିବ ବୋଲି ସେ ଆଶାପୋଷଣ କରିଥିଲେ। ଶମ୍ଭୁପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଯୋଜନା ଏବଂ ହିମାଂଶୁ ଶେଖର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ଉଦ୍‌ଘାଟନୀ ଉତ୍ସବ ସନ୍ଧ୍ୟାରେ ଦୁଇଟି ନାଟକ ପରିବେଷଣ କରାଯାଇଥିଲା। ପ୍ରଥମ ନାଟକ ଆଶାପୁରନୁ ଆମେରିକାରେ କଳାକାରମାନେ ନିଖୁଣ ଅଭିନୟ କରି ମଧ୍ୟବିତ୍ତ ପରିବାରର ଜୀବନ ସଂଘର୍ଷ, ଆଶା-ନିରାଶାର ମର୍ମସ୍ପର୍ଶୀ ଚିତ୍ର ଉପସ୍ଥାପନ କରିଥିଲେ। ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶିତ ନାଟକରେ ଜ୍ୟୋତି ବେଦବାକ, ପ୍ରହଲ୍ଲାଦ ଦର୍ଜୀ, ପ୍ରଶାନ୍ତ ପଣ୍ଡା ଓ ପ୍ରାୟମ୍ଭ ପ୍ରତିକ ଜାଲ, ଶ୍ରୀପ୍ରଦା ଷଡଙ୍ଗୀ ନିଖୁଣ ଅଭିନୟ କରିଥିଲେ। ଦ୍ୱିତୀୟ ନାଟକ ‘ଅ ଆ ଇ’ ମଞ୍ଚସ୍ଥ ହୋଇଥିଲା। ଏହି ବାସ୍ତବଧର୍ମୀ ନାଟକରେ ଦୁଇ ଜଣ ଗବେଷକ ଜୀବନର ସତ୍ୟ ଖୋଜି ଖୋଜି କେମତି ଶ୍ମଶାନକୁ ପହଞ୍ଚତ୍ଥିଲେ ତାହା ପ୍ରଦର୍ଶିତ ହୋଇଥିଲା। ନାଟକରେ ଦେବବ୍ରତ, ମଧୁ, ରାମ, ସୁମିତ, ନବଘନ, ସରୋଜ, ସୈଲିନ, ଟୁନା, ଅନିଲ, ଟଙ୍କଧର, ସଞ୍ଜୀବ, ବିଶ୍ୱଜିତ, ଅର୍ଜୁନ ଓ ପୂଜା ନିଖୁଣ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri