ହଜିଯାଇଥିବା ମୋବାଇଲ ପାଇଁ କୋରିଅର କମ୍ପାନୀ ଗଣିବ ୬୫ ହଜାର

ସୋନପୁର,୧୪।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଖାଉଟି ବିବାଦ ସମାଧାନ ମଞ୍ଚ ଏକ ମାମଲାର ବିଚାର କରି ଡିଟିଡିସି କୋରିଅର କମ୍ପାନୀ ବିରୋଧରେ ଓ ଖାଉଟିଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସୋନପୁର ସହର ମାଲିପଡାର ଖାଉଟି ମାଧବ ମହଲାଙ୍କୁ ଡିଟିଡିସି କମ୍ପାନୀ ହଜି ଯାଇଥିବା ମୋବାଇଲର ମୂଲ୍ୟ ସହିତ କ୍ଷତିପୂରଣ ବାବଦକୁ ୬୫ ହଜାର ଟଙ୍କା ପ୍ରଦାନ କରିବ। ଦୁଇମାସ ଭିତରେ ଖାଉଟିଙ୍କୁ ଉକ୍ତ ଅର୍ଥ ପ୍ରଦାନ ନ କଲେ କମ୍ପାନୀ ୧୦ପ୍ରତିଶତ ସୁଧ ସହିତ ଅର୍ଥ ପ୍ରଦାନ କରିବ ବୋଲି ରାୟରେ ଉଲ୍ଲେଖ ରହିଛି।

ମାଧବ ଏକ ପାର୍ସଲରେ(ଆଇ ଫୋନ ମୋବାଇଲ) ଯାହାର ମୂଲ୍ୟ ୪୩ ହଜାର ଟଙ୍କା ଡିଟିଡିସି କୋରିଅର ଜରିଆରେ ନୂଆଦିଲ୍ଳୀ ସ୍ଥିତ ବନ୍ଧୁଙ୍କ ନିକଟକୁ ପଠାଇଥିଲେ। ପାର୍ସଲ ପଠାଇବା ସମୟରେ ମାଧବ ଉପଯୁକ୍ତ ମୂଲ୍ୟ ଦେବା ସହିତ ସଠିକ୍‌ ଠିକଣା ଉଲ୍ଲେଖ କରିଥିଲେ। ତେବେ ଉକ୍ତ ପାର୍ସଲ ପଠାଯାଇଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ନ ଥିଲା କିମ୍ବା ପାର୍ସଲ ପଠାଇଥିବା ମାଧବଙ୍କ ନିକଟକୁ ଫେରସ୍ତ ହୋଇ ନ ଥିଲା। କୋରିଅର କମ୍ପାନୀର ଅବହେଳାରୁ ପାର୍ସଲଟି ବାଟମାରଣା ହୋଇଯାଇଥିଲା। ଏନେଇ ମାଧବ କୋରିଅର ସେବା କମ୍ପାନୀ ବିରୋଧରେ ସୁବର୍ଣ୍ଣପୁର ଜିଲା ଖାଉଟି ବିବାଦ ସମାଧାନ ମଞ୍ଚରେ ଅଭିଯୋଗ କରିଥିଲେ। ଖାଉଟି ବିବାଦ ମଞ୍ଚ ସଭାପତି ଉପାନନ୍ଦ ପୁରୋହିତ ଓ ସଭ୍ୟ ହଳଧର ପଧାନ ତ୍ୱରିତ ବିଚାର କରି ଡିଟିଡିସି କୋରିଅର କମ୍ପାନୀ ସେବା ଯୋଗାଇବାରେ ଅବହେଳା କରି ଥିବାରୁ ଖାଉଟିଙ୍କ ସପକ୍ଷରେ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ହେମନ୍ତ କୁମାର ସା ମାମଲା ପରିଚାଳନା କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

ଗ୍ରୀଷ୍ମ ପ୍ରବାହକୁ ଖାତିର ନାହିଁ: ମାରାଥନ ପ୍ରଚାରରେ ପ୍ରାର୍ଥୀ

କେସିଙ୍ଗା,୩।୫(ତୁମେଶ୍ୱର ସାହୁ): ମେ’ ୧୩ରେ ଓଡ଼ିଶରେ ପ୍ରଥମ ପର୍ଯ୍ୟାୟ ଭୋଟ। ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ନିର୍ବାଚନ...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri