Posted inଖେଳ

ଭିଡିଓ କଲ୍‌ରେ କାତାର ଟିକେଟ୍‌

କାତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ପୁରୁଷ ଫୁଟବଲ ବିଶ୍ୱକପ ପାଇଁ ଘୋଷଣା ହୋଇଛି ଆମେରିକା ଦଳ। କୋଚ୍‌ ଗ୍ରେଗ୍‌ ବେରହଲ୍ଟର ୨୬ ଜଣିଆ ଦଳ ଘୋଷଣା କରିଥିବା ବେଳେ ଏହି ଦଳରୁ ବାଦ ପଡିଛନ୍ତି ରିକାର୍ଡୋ ପେପି ଓ ଜ୍ୟାକ ଷ୍ଟିଫେନ୍‌। ଏହି ଦଳ ଚୟନ ପୂର୍ବରୁ ସମ୍ଭାବ୍ୟ ତାଲିକାରେ ଥିବା ସମସ୍ତ ଖେଳାଳିଙ୍କ ସହିତ କଥା ହୋଇଥିଲେ କୋଚ୍‌। ଖେଳାଳିଙ୍କୁ ସାମିଲ କରିବା ପାଇଁ ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରିଥିଲେ। ଭିଡିଓ କଲ୍‌ ଯାଇଥିବା ଖେଳାଳି ମାନଙ୍କୁ ୨୬ ଜଣିଆ ଦଳରେ ସ୍ଥାନ ମିଳିଥିବା ବେଳେ ଅଡିଓ କଲରେ ଯେଉଁ ଖେଳାଳି ମାନଙ୍କ ସହ କଥା ହୋଇଥିଲେ ସେମାନେ କାତାର ଟିକେଟ ମିସ୍‌ କରିଛନ୍ତି। ବିଗତ ୩ ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟା ବେଶ ସକରାତ୍ମକ ରହିଛି। ଦଳରୁ ବାଦ ପଡିବା ନେଇ କହିବା ପରେ ମଧ୍ୟ କିଛି ଖେଳାଳି ଏହାକୁ ଅତ୍ୟନ୍ତ ସକରାତ୍ମକ ଢଙ୍ଗରେ ମତ ଦେଇଛନ୍ତି ଯାହା ମୋତେ ଖୁସି ଦେଇଛି ବୋଲି କହିଛନ୍ତି କୋଚ୍‌। ତେବେ ଆମେରିକାର ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ହିରୋ ରହିଥିବା ରିକାର୍ଡୋ ପେପିଙ୍କୁ ଦଳରୁ ବାଦ ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟିମ୍‌ ରିମ୍‌, ହାଜି ରାଇଟ୍‌, ଜୋ ସ୍କେଲି ଓ ସନ୍‌ ଜନ୍‌ସନ୍‌ଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ରିକାର୍ଡୋ ପେପି, ଜ୍ୟାକ୍‌ ଷ୍ଟିଫେନ୍‌, ପଲ ଆରିଓଲା ଓ ଜୋର୍ଡାନ ପେଫକ୍‌ ଟିମ୍‌ରୁ ବାଦ ପଡିଛନ୍ତି। ନରଓ୍ବିଚ୍‌ର ଜୋଶ ସାର୍ଜେଣ୍ଟ ଓ ଆଣ୍ଟାଲିସ୍ପୋର୍ସର ହାଜି ରାଇଟ୍‌ ଫରଓ୍ବାର୍ଡ ଖେଳାଳି ଦୌଡରେ ୧୯ ବର୍ଷୀୟ ପେପିଙ୍କୁ ପଛରେ ପକାଇଛନ୍ତି। ଆମେରିକାର ଯୋଗ୍ୟତା ପର୍ଯ୍ୟାୟରେ ୩ ଗୋଲ ସ୍କୋର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପେପି। ଏପରିକି ପେପି ମଧ୍ୟ ଏହି ତାଲିକାରେ ବେଶ ଆଗୁଆ ରହିଥିଲେ। ତେବେ ଦୀର୍ଘ ୩ ଦିନର ବିଶ୍ଲେଷଣ ପରେ କୋଚ୍‌ ବେରହଲ୍ଟର ତାଙ୍କୁ ଦଳରୁ ବାଦ ଦେଇଛନ୍ତି।
୨୦୧୪ ବିଶ୍ୱକପ ଦଳର ଜଣେ ମାତ୍ର ସଦସ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ୨୯ ବର୍ଷୀୟ ରାଇଟ୍‌ ବ୍ୟାକ୍‌ ଡିଆଣ୍ଡ୍ରେ ୟେଡ୍‌ଲିନ୍‌ ଏକମାତ୍ର ଖେଳାଳି ଭାବରେ ରହିଛନ୍ତି। ଅପରପକ୍ଷରେ ୨୦୧୮ ବିଶ୍ୱକପ ଖେଳିଥିବା ଖେଳିଥିବା ଖେଳାଳିଙ୍କ ମଧ୍ୟରେ ୟେଡଲିନ୍‌, କ୍ରିଷ୍ଟିଆନ୍‌ ପୁଲିସିକ୍‌ ,କେଲିନ୍‌ ଆକୋଷ୍ଟା ଓ ଟିମ୍‌ ରିମ୍‌ ଏହି ଦଳରେ ସାମିଲ ଅଛନ୍ତି। ୨୦୧୮ ତ୍ରିନିଦାଦ ପରାଜୟର ଜବାବ ଦେବା ପାଇଁ ଏହର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ୟେଡଲିନ୍‌। ମିଡଫିଲ୍ଡର ମାଇଲ୍ସ ରବିନ୍‌ସନ୍‌ ଓ କ୍ରିସ୍‌ ରିଚାଡର୍‌ସଙ୍କୁ ଆହତ କାରଣରୁ ଦଳରୁ ବାଦ ଦିଆଯାଇଥିବା ବେଳେ ୨୦୨୧ ପରେ ଜାତୀୟ ଦଳକୁ ଫେରିଛନ୍ତି ଟିମ୍‌ ରିମ୍‌। ରିମ୍‌ଙ୍କ ବ୍ୟତିତ ମାର୍କ ମ୍ୟାକେଞ୍ଜି ଓ ଏରିକ୍‌ ପାଲମରଙ୍କୁ ଦଳରେ ସାମିଲ କରାଯାଇଛି। ରିମ୍‌ ବିଶ୍ୱର ଶ୍ରେଷ୍ଠ ଲିଗରେ ଖେଳୁଥିବାରୁ ତାଙ୍କୁ ପ୍ରାଥମିକତା ଦିଆଯାଇଥିବା କହିଛନ୍ତି କୋଚ୍‌। ଏନ୍‌ବିଏ ଖେଳାଳି ହାଓ୍ବାର୍ଡ କାର୍ଟରଙ୍କ ପୁଅ କ୍ୟାମେରୁନ୍‌ କାର୍ଟର ସେଣ୍ଟ୍ରାଲ ଡିଫେଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି। ଆମେରିକାର ୧୪ ଯୋଗ୍ୟତା ପର୍ଯ୍ୟାୟରେ ସ୍ଥାନ ପାଇ ନଥିବା ବେଳେ ଏହା ଆଶ୍ଚର୍ଯ୍ୟ କରିଛି। ଏହି ଦଳରେ ୯ ଜଣ ମେଜର ଲିଗ ଖେଳାଳି ରହିଥିବା ବେଳେ ୮ ଜଣ ଇଂଲିଶ ପ୍ରିମିୟର ଲିଗ୍‌ ଖେଳାଳି ରହିଛନ୍ତି। ଦଳର ଷ୍ଟାର ଖେଳାଳି ପୁଲିସିକ୍‌ ଚଳିତ ସିଜନରେ ଚେଲ୍‌ସୀ ପାଇଁ ମାତ୍ର ୫ ମ୍ୟାଚ୍‌ ଖେଳିଥିବା ବେଳେ ତାଙ୍କ ଫିଟନେସକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ।
ଆମେରିକା ଦଳ: ଗୋଲକିପର୍ସ: ଇଥାନ ହୋରବାଥ୍‌, ସନ୍‌ ଜନସନ୍‌, ମ୍ୟାଟ୍ଟ ଟର୍ନର
ଡିଫେଣ୍ଡର୍ସ: କାମେରୁନ୍‌ କାର୍ଟର ଭାଇକର୍‌, ସର୍ଗିନୋ ଡେଷ୍ଟ, ଆରୋନ୍‌ ଲଙ୍ଗ, ଶାକ୍‌ ମୁର, ଟିମ୍‌ ରିମ୍‌, ଆଣ୍ଟୋନୀ ରବିନସନ୍‌, ଜୋ ସ୍କାଲି, ଡିଆଣ୍ଡ୍ରେ ୟେଡ୍‌ଲିନ୍‌, ଓ୍ବାକର ଜିମରମ୍ୟାନ୍‌।
ମିଡଫିଲଡର୍ସ: ବ୍ରେଣ୍ଡନ ଆଣ୍ଡରସନ୍‌, କେଲିନ୍‌ ଆକୋଷ୍ଟା, ଟାଇଲର ଆଡାମ୍ସ, ଲୁକା ଡେ ଲା ଟୋରେ, ଓ୍ବେଷ୍ଟନ୍‌ ମ୍ୟାକେନ୍ନି, ୟୁନୁସ ମୁସା, କ୍ରିଷ୍ଟିଆନ୍‌ ରୋଲଡାନ୍‌।
ଫରଓ୍ବାର୍ଡସ: ଜେସସ୍‌ ଫେରେରିଅ, ଜୋର୍ଡାନ୍‌ ମୋରିସ୍‌, କ୍ରିଷ୍ଟିଆନ୍‌ ପୁଲିସିକ୍‌, ଜିଓ ରେନା, ଜୋଶ୍‌ ସାର୍ଜେଣ୍ଟ, ଟିମ୍‌ ଓ୍ବି, ହାଜି ରାଇଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri