ଡିସେମ୍ବରରୁ ‘ଗଜରକ୍ଷା,ଜନସୁରକ୍ଷା’

ଢେଙ୍କାନାଳ ଅଫିସ, ୧୦।୧୧: ହାତୀ-ମଣିଷ ସଂଘର୍ଷ ଅପବାଦର କଳଙ୍କ ଲିଭାଇବାକୁ ପୁଣି ଥରେ ପ୍ରୟାସ ଆରମ୍ଭ କରିଛି ଢେଙ୍କାନାଳ ବନ ବିଭାଗ। ଜନବସତିମୁହଁା ହାତୀପଲ ଏବଂ ସେମାନଙ୍କ ଉପଦ୍ରବରୁ ଧନଜୀବନକୁ ସୁରକ୍ଷା ଦେବାକୁ ଆରମ୍ଭ ହେବ ନୂଆ ଅଭିଯାନ ‘ଗଜରକ୍ଷା, ଜନସୁରକ୍ଷା’। ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲାର ୧୦ ହସ୍ତୀ ଉପଦ୍ରୁତ ଗ୍ରାମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ହାତୀ-ମଣିଷ ବିବାଦ ପ୍ରତିହତ କରିବାକୁ କାର୍ଯ୍ୟକାରୀ ଅଧଡଜନେ ଯୋଜନା ଫେଲ୍‌ ମାରିଥିବା ବେଳେ ପ୍ରସ୍ତାବିତ ନୂତନ ଅଭିଯାନ ଫଳପ୍ରସୂ ହେବ ବୋଲି ଆଶା ବାନ୍ଧିଛି ବନ ବିଭାଗ।

ହାତୀ ଶିକାର ହେଉ କି ହାତୀ ମୃତ୍ୟୁ ଅଥବା ହାତୀ ଆକ୍ରମଣରେ ମଣିଷ ଜୀବନ ଯିବା, ସବୁଥିରେ ରାଜ୍ୟରେ ୧ ନମ୍ବର ଢେଙ୍କାନାଳ ଜିଲା। ଏହାକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ । ଏଥିଲାଗି ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ ତାହା କାମ ଦେଉନାହିଁ। ଏସବୁ ମଧ୍ୟରେ ହାତୀ-ମଣିଷ ସଂଘର୍ଷ ଏଡ଼ାଇବାକୁ ଡିସେମ୍ବରରୁ କାର୍ଯ୍ୟକାରୀ ହେବାକୁ ଯାଉଛି ‘ଗଜରକ୍ଷା, ଜନସୁରକ୍ଷା’। ସାଧାରଣତଃ ଧାନ ଅମଳ ସମୟରେ ହାତୀ ଉପଦ୍ରବରୁ ଏହି ଅଭିଯାନ ଧନଜୀବନକୁ ସୁରକ୍ଷା ଦେବ ବୋଲି ବନ ବିଭାଗ ଆଶା ବାନ୍ଧିଛି।

ପ୍ରଥମ ପର୍ଯ୍ୟାୟରେ ଜିଲାର ମହାବିରୋଡ, ହିନ୍ଦୋଳ ଓ ସଦର ରେଞ୍ଜ୍‌ ଅଧୀନ ୧୦ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ଗ୍ରାମଠାରୁ ହାତୀଙ୍କୁ ଦୂରରେ ରଖିବାକୁ ସୋଲାର ପ୍ୟାନ୍‌ଶିଂ ବ୍ୟବସ୍ଥା କରାଯିବ। ଏଥିପାଇଁ ୯୦% ଅର୍ଥ ରାଜ୍ୟ ସରକାର ପ୍ରଦାନ କରୁଥିବାବେଳେ ୧୦% ଅର୍ଥ ସମ୍ପୃକ୍ତ ଗ୍ରାମବାସୀଙ୍କଠାରୁ ଆଦାୟ କରାଯିବ। ମହାବିରୋଡ ରେଞ୍ଜ୍‌ ଖାଲପାଳ ଗ୍ରାମରୁ ଏହା କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଥିବାବେଳେ ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଖୁବ୍‌ଶୀଘ୍ର ଜିଲାରେ ‘ଗଜରକ୍ଷା, ଜନ ସୁରକ୍ଷା’ ଯୋଜନା ଆରମ୍ଭ ହେବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୧୦ ଗ୍ରାମ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ଗ୍ରାମର ପରିଧି ଅନୁଯାୟୀ ସୋଲାର ଫ୍ୟାନ୍‌ଶିଂ କରାଯିବ। ଜିଲାରେ ହାତୀ-ମଣିଷ ବିବାଦ ରୋକିବାରେ ଏହି ଯୋଜନା ଫଳପ୍ରଦ ହେବ ବୋଲି ଆଶା କରାଯାଉଥିବା ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri