ଚିତ୍ରକଳାରେ ପୁଣି ଝଲସିବ ସ୍ମାର୍ଟସିଟି କାନ୍ଥ

ଭୁବନେଶ୍ୱର,୭।୧୧(ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରକୁ ଆହୁରି ସୁନ୍ଦର କରିବା ପାଇଁ ଓଭରବ୍ରିଜ କାନ୍ଥ, ବିଭିନ୍ନ କାର୍ଯ୍ୟାଳୟ ଓ ଆବାସିକ ଗୃହର ବଡ଼ ବଡ଼ କାନ୍ଥକୁ ଚିତ୍ରିତ କରାଯାଉଛି। ତେବେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମସି ଓ ବିଡିଏ ସହଯୋଗରେ ‘ମୋ ଭୁବନେଶ୍ୱର ଆର୍ଟ’ ଅଭିଯାନ ଅଧୀନରେ ରାଜଧାନୀବାସୀଙ୍କ ମତ ଲୋଡ଼ାଯାଇଛି। ସହରର ସମସ୍ତ ବଡ଼ ବଡ଼ କାନ୍ଥକୁ ଚିତ୍ରିତ କରିବା ପାଇଁ ପ୍ରୟାସ କରାଯାଉଛି। କେଉଁ ବିଷୟବସ୍ତୁକୁ ନେଇ ଚିତ୍ର ଅଙ୍କନ କରାଯାଇପାରିବ ସେ ସେନେଇ ସୋସିଆଲ ମିଡ଼ିଆରେ ଏକ ସର୍ଭେ ଆରମ୍ଭ କରାଯାଇଛି। ନଭେମ୍ବର ୧୦ ମଧ୍ୟରେ ସହରବାସୀ ଏନେଇ ନିଜ ନିଜ ମତ ରଖିପାରିବେ। ତେବେ ସହରବାସୀ ବିଶେଷକରି ସ୍ବାସ୍ଥ୍ୟ ରକ୍ଷା, ପରିବେଶ ସୁରକ୍ଷା, ସଡ଼କ ସୁରକ୍ଷା, ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା, ସ୍ବାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥା ଚିତ୍ରକଳା ମାଧ୍ୟମରେ ଦର୍ଶାଇବା ପାଇଁ ମତ ରଖୁଛନ୍ତି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବା ପୂର୍ବରୁ ସହରର ବିଭିନ୍ନ କାନ୍ଥକୁ ବିଶିଷ୍ଟ ଖେଳାଳିଙ୍କ ପ୍ରତିଛବିରେ ଚିତ୍ରିତ କରାଯାଇଥିଲା। ଏହା ସହରର ରାଜରାରାସ୍ତାକୁ ବେଶ୍‌ ଆକର୍ଷଣୀୟ କରିଥିଲା। ତେବେ କିଛିଦିନ ମଧ୍ୟରେ ବେଆଇନ ବିଜ୍ଞାପନ ପୋଷ୍ଟର ତଳେ ଏହିସବୁ ଚିତ୍ର ଲୁଚିଯାଇଥିଲା। ଏଥିସହ ସହର କାନ୍ଥ ମଧ୍ୟ ବିକୃତ ହୋଇଗଲା। ତେବେ ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟର ଅନେକ ପ୍ରତିଭାଙ୍କ ଚିତ୍ରିତ ହୋଇଥିବା କାନ୍ଥ ଅଳିଆ ଆବର୍ଜନାରେ ଘୋଡ଼ାଇଯିବା ଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିଲା। ସେହିପରି ପାନଛେପ ପକାଇ ନାଗରିକ ସୁନ୍ଦର ଚିତ୍ରିତ କାନ୍ଥକୁ ବିକୃତ ନ କରିବା ପାଇଁ ବିଏମସି ପକ୍ଷରୁ ବାରମ୍ବାର ଅପିଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri