ପ୍ଲାଷ୍ଟିକମୁକ୍ତ ହେବ ବେଳାଭୂମି

ଛତ୍ରପୁର,୧ା୧୧(ଡି.ଏନ.ଏ.): ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସ୍ବଚ୍ଛ ଓ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନ ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଛି। ଗଞ୍ଜାମ ବ୍ଲକର ‘ଦି ଇକୋ ୱାରିୟର୍ସ’ ପ୍ରୟାସରେ ଗଞ୍ଜାମରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କି.ମି. ପରିବ୍ୟାପ୍ତ ବେଳାଭୂମିକୁ ପ୍ଲାଷ୍ଟିକମୁକ୍ତ କରିବା ଲାଗି ଲକ୍ଷ୍ୟ ରହିଛି। ଏହି ଅଭିଯାନର ପଞ୍ଚମ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ଆର୍ଜିପଲ୍ଲୀ ସମୁଦ୍ର ବେଳାଭୂମି ସଫେଇ କରାଯାଇଥିଲା। ଅନ୍ତର୍ଜାତୀୟ କ୍ରୀଡ଼ାବିତ ମନସ୍ବିନୀ ମହାରଣାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମେରାଇନ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ ସାମିଲ ହୋଇ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ସହ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ଦୁର୍ଗା ମାଧବ ପାଣିଗ୍ରାହୀ ସଂଯୋଜନା କରିଥିଲେ। କୋଭିଡ଼ ଯୋଧ୍ୟା ସରସ୍ବତୀ ମହାଙ୍କୁଡ଼ , ଛତ୍ରପୁର ପ୍ରେସକ୍ଲବ ସଭାପତି ପ୍ରଶାନ୍ତ ମହାରଣା, ରାଧାଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାଶିଷ ମିଶ୍ର, ଉପସଭାପତି ଅଟଳ ପଟ୍ଟନାୟକ, ମତ୍ସ୍ୟଜୀବୀ ନେତା ଏମ୍‌.ଦୀନବନ୍ଧୁ, ସ୍ବେଚ୍ଛାସେବୀ ଏ. କାଳିଆ , ‘ଦି ଇକୋ ୱାରିୟସ ’, ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ, ବସନ୍ତ ସାହୁ, କୁଞ୍ଜ ପଣ୍ଡା, ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ବେଳାଭୂମିରେ ପ୍ଲାଷ୍ଟିକ ଏଣେ ତେଣେ ନ ପକାଇ ଡ଼ଷ୍ଟବିନର ବ୍ୟବହାର କରିବା, ବେଳାଭୂମି ସ୍ବଚ୍ଛତା ଅଭିଯାନରେ ସାମିଲ ହେବାକୁ ପର୍ଯ୍ୟଟକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ୨୩୨
କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା। ପରେ ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri