ହଜିଗଲାଣି ମୁକ୍ତା ଯୋଜନାର ପ୍ରକଳ୍ପ

ପଟ୍ଟାମୁଣ୍ଡାଇ,୨୮ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କରୋନା ସମୟରେ ଲୋକଙ୍କ ସହ ଶ୍ରମିକ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହୋଇଥିଲେ। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ବାହୁଡି ଥିଲେ। ଏଠାରେ ମଧ୍ୟ କାମ ନ ମିଳିବାରୁ ଲୋକେ ଅତି ଦୟନୀୟ ଭାବେ ରହୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଇଥିଲେ। ତେବେ ସରକାରଙ୍କର ଏହି ଯୋଜନାରେ ଲୋକେ ଉପକୃତ ହେବେ ବୋଲି ଯେଉଁ ଆଶା କରାଯାଇଥିଲା, ତାହା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ମୁକ୍ତା ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପର ଚିହ୍ନବର୍ଣ୍ଣ ଏବେ ହଜିଗଲାଣି। ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିଥିବା ଅଭିଯୋଗ ହେଉଛି।
ମୁକ୍ତା ଯୋଜନାରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଅର୍ଥ ବ୍ୟୟ କରାଯାଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନେଇ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ ଦିଆଯାଇଥିଲା। ପ୍ରାୟ ୧୫୦ରୁ ଊଦ୍ଧର୍‌ବ ଜଳ ଅମଳ ପ୍ରକଳ୍ପ (ଡବ୍ଲୁଏଚଏସ୍‌) ନିର୍ମାଣ ଅତି ତରବରିଆ ଭାବେ କରାଯାଇଥିଲା। ଏଥିପାଇଁ ୭୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ଗୋଟିଏ ଜଳ ଅମଳ ପ୍ରକଳ୍ପ ପାଇଁ ୮୦ ହଜାରରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ସେହି ଜଳ ଅମଳ ପ୍ରକଳ୍ପଗୁଡିକ ଏବେ ହଜି ଯାଇଥିବା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପଗୁଡିକର ଚିହ୍ନବର୍ଣ୍ଣ ଦିଶୁନାହିଁ। କେବଳ ଫଳକ ଅଛି, ଲେଖା ଲିଭି ଗଲାଣି। ଜଳ ଅମଳ ପ୍ରକଳ୍ପଗୁଡିକ ପଡି ରହିଛି। କାରଣ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନାମରେ ଅନ୍ୟମାନେ ଏହି କାମକୁ ଅତି ନିମ୍ନମାନରେ ତିଆରି କରି ଟଙ୍କା ବିଭାଗୀୟ ଅଧିକାରୀଙ୍କ ସହ ମିଶି ହଡପ କରିଥିବା ଅଭିଯୋଗ ହେଉଛି। ୨୦୧୮ ସେପ୍ଟେମ୍ବରରୁ ପରିଷଦ ଭାଙ୍ଗି ଯାଇଥିବାରୁ ୱାର୍ଡରେ କାଉନସିଲର ନ ଥିଲେ। ଫଳରେ ବିଭାଗୀୟ ଅଧିକାରୀମାନେ ଅତି ତରବରିଆ ଭାବେ ମନଇଚ୍ଛା ଯେଉଁଠି ପାରିଲେ ସେଠି ଏହି ପ୍ରକଳ୍ପକୁ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା ତାହାର କୌଣସି ସୁଫଳ ମିଳିବ ନାହିଁ ବୋଲି କୁହାଯାଇଛି। ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପୂର୍ବରୁ ୨୦ରୁ ୩୦ ଫୁଟ ଗଭୀରରେ ପାଣି ମିଳୁଥିବା ସ୍ଥାନରେ ଏବେ ୬୦ ଫୁଟ ଖୋଳିବାକୁ ପଡୁଛି। ଆଗାମୀ ଦିନରେ ଏହା ସହର ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ କହୁଛନ୍ତି। ତେବେ ମୁକ୍ତା ଯୋଜନାରେ ସହରର କାନ୍ଥରେ ରଙ୍ଗ ଦେବା ବା ଚିତ୍ରକଳା କରିବା, ମିନି ପାର୍କ ନିର୍ମାଣ, ମିଶନ ଶକ୍ତି ଗୃହ ନିର୍ମାଣ, ବର୍ଷା ଜଳ ସଂରକ୍ଷଣ, ବିଭିନ୍ନ ସ୍ଥାନରେ ପରିଶ୍ରାଗା, ବଡ ପୋଖରୀ ନିର୍ମାଣ ସହ ପାର୍କର ବ୍ୟବସ୍ଥା, ଜିମ୍‌ କରିବା ଭଳି କାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବିଭାଗ ପୋଖରୀ ବାବଦକୁ ୧୫ ଲକ୍ଷ ଓ ବର୍ଷା ଜଳ ସଂରକ୍ଷଣ ବାବଦକୁ ୭୪ ଲକ୍ଷ ଖର୍ଚ୍ଚର ହିସାବ ଦେଇଥିବା ବେଳେ ଅନ୍ୟ କୌଣସି ହିସାବ ଦେଇ ପାରି ନ ଥିଲେ। ମୁକ୍ତା ଯୋଜନାରେ ଆସିଥିବା ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର କୌଣସି ଫାଇଦା ଲୋକେ ପାଇ ପାରୁ ନ ଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ଜାଗାରେ ବର୍ଷା ଜଳ ସଂରକ୍ଷଣ ପାଇଁ ସୋକ୍‌ ପିଟ ନିର୍ମାଣ କରାଯାଇଛି ସେଠାରେ ଆଗରୁ ଗାଢଥିବା ବେଳେ ଏବେ ତାହା ମାଟିରେ ମିଶିଯାଇଛି। ସହରର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାକୁ ପୌରା ଅଧିକାରୀ ଗୁରୁତ୍ୱ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୌର ପରିଷଦର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ ମୁକ୍ତା ଯୋଜନା କାର୍ଯ୍ୟକ୍ଷମ ଅଛି, ଯାହା ଖରାପ ହେଉଛି ପୁଣି କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri