ଟିଏମ୍‌ସି ସହ ହିରୋର ଦ୍ୱିପାକ୍ଷିକ ସହଭାଗିତା

ନୂଆଦିଲ୍ଲୀ,୨୮।୧୦:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଖୁବ୍‌ଶୀଘ୍ର ଫିଲିପାଇନ୍ସ ବଜାରରେ ମଧ୍ୟ ତା’ର ଉପସ୍ଥିତି ଜାହିର କରିବାକୁ ଯାଉଛି। କାରଣ କଲମ୍ବିଆନ ଗ୍ରୁପ୍‌ ଅଫ୍‌ କମ୍ପାନୀଗୁଡ଼ିକର ଏକ ଅଂଶ ଟେରାଫିର୍ମା ମୋଟର୍ସ କର୍ପୋରେଶନ (ଟିଏମ୍‌ସି) ତଥା ଅନ୍ୟତମ ଅଗ୍ରଣୀ ଏବଂ ଅଭିଜ୍ଞ ଅଟୋମୋବାଇଲ ଗୋଷ୍ଠୀ ହିରୋ ମୋଟୋକର୍ପ ସହ ମିଳିତ ହୋଇଛନ୍ତି। ଫଳରେ କମ୍ପାନୀର ବିଭିନ୍ନ ମଡେଲକୁ ଫିଲିପାଇନ୍ସ ବଜାରରେ ଉପଲବ୍ଧ କରାଇବା ନେଇ ଉଭୟଙ୍କ ମଧ୍ୟରେ ସହଯୋଗ ରହିବ ବୋଲି ଜଣାପଡ଼ିଛି। ସେହିଭଳି ଏହି ଦ୍ୱିପାକ୍ଷିକ ସହଭାଗିତାର ଏକ ଅଂଶ ଭାବେ ଟିଏମ୍‌ସି ଫିଲିପାଇନ୍ସରେ ହିରୋ ମୋଟୋକର୍ପ ମୋଟରସାଇକେଲର ସ୍ବତନ୍ତ୍ର ଏକତ୍ରକାରୀ ଏବଂ ବିତରକ ହେବ ବୋଲି କୁହାଯାଇଛି। ଏପରିକି କମ୍ପାନୀ ଲାଗୁନା ସହରରେ ଅବସ୍ଥିତ ଅତ୍ୟାଧୁନିକ ମୁଖ୍ୟ ଉପତ୍ାଦନ ସୁବିଧାରେ ୨୯,୦୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଏକ ଆସେମ୍ବ୍ଲି ସୁବିଧା ମଧ୍ୟ ଉପଲବ୍ଧ କରାଇବ। ବିଶେଷକରି ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧଠାରୁ ଏହା କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ହିରୋ ମୋଟୋକର୍ପର ଗ୍ଲୋବାଲ ବିଜ୍‌ନେସର ମୁଖ୍ୟ ସଞ୍ଜୟ ଭାନ୍‌ କହିଛନ୍ତି, ଆମେ ସର୍ବଦା ବିଶ୍ୱ ବଜାରରେ ନୂତନ ସୁଯୋଗ ଅନୁସନ୍ଧାନ କରୁଛୁ। ଏପରିକି ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ଟିଏମ୍‌ସି ସହ ଆମର ସହଭାଗିତା ଏହି ବିସ୍ତାର ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଫିଲିପାଇନ୍ସରେ ଟିଏମ୍‌ସି ଅଟୋମୋବାଇଲର ପାରଦର୍ଶିତା ଏବଂ ନେଟ୍‌ୱାର୍କ ସହିତ ହିରୋ ମୋଟୋକର୍ପର ବିଶ୍ୱସନୀୟତା ଏବଂ ଟେକ୍ନୋଲୋଜି ନିଶ୍ଚିତ ଭାବେ ଏକ ପ୍ରଭାବ ସୃଷ୍ଟି କରିବ ଏବଂ ଏହି ପ୍ରମୁଖ ବଜାରରେ ଆମର ପାଦଚିହ୍ନକୁ ସୁଦୃଢ଼ କରାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri