ଆଜି ଧନ୍‌ତେରସ: ଆଶାଠାରୁ ଅଧିକ ହେବ ବ୍ୟବସାୟ…

ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷର ଧନ୍‌ତେରସ କାରବାର ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମନରେ ଉତ୍ସାହ ଭରି ରହିଛି। ଏପରିକି ଚଳିତ ବର୍ଷ ଉଭୟ ସୁନା ଦର ଓ ସଂକ୍ରମଣ ତଳମୁହଁା ରହିଥିବାରୁ ବ୍ୟବସାୟ ୨୦୧୯-୨୦ ଅପେକ୍ଷା ୨୦% ବୃଦ୍ଧି ପାଇବ ବୋଲି ଇଣ୍ଡିଆନ ବୁଲିଅନ ଓ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ବିଗତ ବର୍ଷର କାରବାରକୁ ଲକ୍ଷ୍ୟ କରାଗଲେ ଚଳିତ ବର୍ଷର ଧନ୍‌ତେରସ କାରବାର ୩୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ସେହିଭଳି ସାରା ଦେଶର ଲୋକ (ସବୁ ବର୍ଗ) ଧନ୍‌ତେରସ ଅବସରରେ ଅଳ୍ପ ବହୁତେ ସୁନା କିଣିଥାନ୍ତି। ସବୁ ବର୍ଗର ଲୋକଙ୍କ ମନରେ ଏଭଳି କିଛି ବିଶ୍ୱାସ ରହିଛି ଯେ ଧନ୍‌ତେରସରେ ସୁନା କିଣିଲେ ଉଭୟ ଧନପ୍ରାପ୍ତି ଏବଂ ଶାନ୍ତି ଲାଭ (ଗୃହକୁ ଲକ୍ଷ୍ମୀ ଆସିଥାନ୍ତି) ହୋଇଥାଏ। ସେହିପରି ଆଇବିଜେଏ ସୂଚନା ଅନୁସାରେ ଶନିବାର ନୂଆଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୦୬୨ ଟଙ୍କା ରହିଛି। ଏହା ପୂର୍ବ ବର୍ଷ ସୁନା ମୂଲ୍ୟ ୫୬ ହଜାରରୁ ଅଧିକ ରହିଥିଲା।

ଅପରପକ୍ଷେ ଓଡ଼ିଶା ବଜାରରେ ମଧ୍ୟ ଧନ୍‌ତେରସକୁ ନେଇ ଗ୍ରାହକଙ୍କ ମନରେ ଅନେକ ଉତ୍ସାହ ରହିଛି। ଭୁବନେଶ୍ୱରରେ ମଧ୍ୟ ଧନ୍‌ତେରସକୁ ନେଇ ଗ୍ରାହକ ମଧ୍ୟରେ ପ୍ରବଳ ଆଗ୍ରହ ସହ ନିଜ ସକ୍ଷମ ଅନୁଯାୟୀ ସୁନା କିଣିବା ପାଇଁ ଗତ ୪ରୁ ୫ ଦିନ ହେବ ସହରର ବିଭିନ୍ନ ବର୍ଗର ଅଳଙ୍କାର ପ୍ରତିଷ୍ଠାନରେ ଭିଡ଼ ଲଗାଉଛନ୍ତି। ଏପରିକି ଭୁବନେଶ୍ୱରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଗୁଡ଼ିକର କହିବା ଅନୁଯାୟୀ ଚଳିତ ବର୍ଷ ଧନ୍‌ତେରସ ପୂର୍ବ ବର୍ଷ (୨୦୧୯)ର ବିକ୍ରି ରେକର୍ଡ ଭଙ୍ଗ କରିପାରେ ବୋଲି ଆକଳନ କରାଯାଉଛି। ୨୦୧୯ଠାରୁ ୨୫ରୁ ୩୦% କାରବାର ଅଧିକ ହେବ ବୋଲି ଆଶା ରହିଛି। ବିଶେଷକରି ଚଳିତ ବର୍ଷ ପୂର୍ବ ବର୍ଷଗୁଡିକ ଭଳି ଭୟ ଓ ଦରବୃଦ୍ଧି ନ ଥିବାରୁ ୧୦୦ରୁ ୧୧୦ କୋଟି ଟଙ୍କାର କାରବାର ହେବ ବୋଲି ଆକଳନ କରାଯାଇଛି। କାରଣ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସହରର ଜଣାଶୁଣା ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ପ୍ରତି କ୍ରୟରେ ଉପହାର ଏବଂ ଲକି ଡ୍ର ଭଳି ସୁବିଧା ଓ ବ୍ୟବସ୍ଥା କରାଯାଇଛି। ସେହିଭଳି ଓଡ଼ିଶାର ପ୍ରମୁଖ ବଜାର ବ୍ରହ୍ମପୁର, ରାଉରକେଲା, କଟକ, ବାଲେଶ୍ୱର, ସମ୍ବଲପୁର ଭଳି ରାଜ୍ୟର ୩୦ଜିଲା ମୁଖ୍ୟାଳୟ (ସହର)ଗୁଡ଼ିକରେ ଥିବା ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକର କାରବାର ମଧ୍ୟ ୬୦ ରୁ ୭୦ କୋଟି ଟଙ୍କାର ହେବା ନେଇ ବ୍ୟବସାୟୀମାନେ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକର ଶାଖା ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ରହିଛି। ସେ ସମସ୍ତଙ୍କର ଆକର୍ଷଣୀୟ ଉପହାର ଓ ବ୍ରାଣ୍ଡ୍‌ ମଧ୍ୟ କାରବାରର ଏକ ପ୍ରମୁଖ ଅଂଶ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଓଡ଼ିଶା ବଜାରରେ ସୁନା ଦର ୪୫ରୁ ୪୮ ହଜାର ଟଙ୍କା ଥିବାବେଳେ ରୁପା କେଜି ୬୩ରୁ ୬୪ ହଜାର ଟଙ୍କା ଏବଂ ହୀରା ମୂଲ୍ୟ ମଧ୍ୟ ୧୫ ହଜାରରୁ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri