ବିଦେଶରୁ ଘରକୁ ଆସୁଛି ଅଧିକ ଅର୍ଥ

କେନ୍ଦ୍ରାପଡା ଅଫିସ, ୨୧ା୧୦:ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଟଙ୍କାର ଅବମୂଲ୍ୟାୟନ ବଢ଼ି ଚାଲିଛି। ଏହା ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଉଛି ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଟଙ୍କାର ଏହି ଅବମୂଲ୍ୟାୟନ କେନ୍ଦ୍ରାପଡ଼ା ଜିଲାର ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଆଣି ଦେଇଛି। ଏକ ବେସରକାରୀ ଆକଳନ ଅନୁଯାୟୀ, ଜିଲାର ୭୦ ହଜାରରୁ ଅଧିକ ଲୋକ ବିଦେଶରେ କାର୍ଯ୍ୟରତ ଅଛନ୍ତି। ବିଶେଷକରି ସାଉଦିଆରବ, ୟୁଏଇ, ଇରାନ, ଇରାକ, କୁଏତ, ବାହାରିନ, ଆମେରିକା ଆଦି ଦେଶରେ କେନ୍ଦ୍ରାପଡ଼ା ଜିଲାର ବହୁ ଲୋକ ଶ୍ରମିକ ଭାବେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଣି ପାଇପ୍‌ ମିସ୍ତ୍ରି ଭାବେ କାର୍ଯ୍ୟ କରୁଛନ୍ତି। ଡଲାର, ଦିରହାମ, ଦିନାର, ରିଅଲ ଆଦି ବୈଦେଶିକ ମୁଦ୍ରା ତୁଳନାରେ ଟଙ୍କା ମୂଲ୍ୟ କମିଥିବାରୁ ସେଠାରୁ ଆସୁଥିବା ଅର୍ଥ ଭାରତୀୟ ମୁଦ୍ରାରେ ଅଧିକ ମିଳୁଛି। ଫଳରେ ପରିବାର ଲୋକ ଖୁସି ବ୍ୟକ୍ତି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇର ହାଡ଼ିବନ୍ଧୁ ନାୟକ କୁହନ୍ତି, ପୁଅ ବିଜୟ ଦୁବାଇରେ ପାଣି ମିସ୍ତ୍ରି ଭାବେ କାର୍ଯ୍ୟ କରେ। ଏବେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ପୁଅ ଘରକୁ ପଠାଉଥିବା ଟଙ୍କା ପୂର୍ବ ଅପେକ୍ଷା ଅଧିକ ମିଳୁଛି। ସେହିପରି ୟୁଏଇରେ ପାଣି ପାଇପ୍‌ କାର୍ଯ୍ୟ କରୁଥିବା ଆଳିର ବସନ୍ତ ପ୍ରଧାନ କୁହନ୍ତି, ଗତବର୍ଷ ୟୁଏଇର ଗୋଟିଏ ମୁଦ୍ରା (ଦିରହାମ) ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୦.୧୪ ଟଙ୍କା ଥିଲା। ଏବେ ଏହା ୨୨.୫୪ ପଇସାରେ ପହଞ୍ଚତ୍ଛି। କେବଳ ଦିନାର ନୁହେଁ, ଗତବର୍ଷ ୧ ଡଲାରର ବିନିମୟ ମୂଲ୍ୟ ୭୫.୩୧ ଟଙ୍କା ଥିବାବେଳେ ଏବେ ୮୩ ଟଙ୍କା ଛୁଇଁଛି। ସେହିପରି ଗୋଟିଏ ବର୍ଷ ମଧ୍ୟରେ କୁଏତ୍‌ର ୧ ଦିନାରର ମୂଲ୍ୟ ୨୪୬ରୁ ୨୫୪ ଟଙ୍କା, ସାଉଦି ଆରବର ୧ ରିଏଲର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୯.୭୧ ଟଙ୍କାରୁ ୨୨ ଟଙ୍କା ହୋଇଛି। ଏହାଦ୍ୱାରା ଘରର ଆବଶ୍ୟକତାକୁ ସହଜରେ ପୂରଣ କରିହେଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତିରେ ଅଦ୍ୟାବଧି ଶିଳ୍ପ ଯୋଡି ହୋଇନି। ଏଠାରେ ଖଣି ମଧ୍ୟ ନାହିଁ। ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ସହ ଭିତ୍ତିଭୂମି ନ ଥିବାରୁ ପର୍ଯ୍ୟଟକ ଆସୁନାହାନ୍ତି। କୃଷି ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଓ ଜଳ ପରିଚାଳନା (ସେଚନ ଓ ନିଷ୍କାସନ) ବିପଦ ହୋଇଥିବାରୁ ଯୁବବର୍ଗ କର୍ମ ଅନ୍ବେଷଣରେ ପ୍ରବାସକୁ ଯିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇପ୍‌ ମିସ୍ତ୍ରି (ପ୍ଲମ୍ବିଂ) କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଆଗୁଆ ଥିବାରୁ ଏଠାରେ ବହୁ କୁଶଳୀ ଯୁବବର୍ଗ ଦେଶ ବିଦେଶରେ କାର୍ଯ୍ୟରତ ଅଛନ୍ତି। ଅପରପକ୍ଷରେ ଟଙ୍କାର ଅବମୂଲ୍ୟାୟନ ଦେଶର ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି ବୋଲି ସେ ଚିନ୍ତାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri