ଚିକେନ୍‌ ବିରିୟାନୀ ପସନ୍ଦ ନ ଆସିବାରୁ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଲେ ବ୍ୟକ୍ତି

ନ୍ୟୁୟର୍କ,୨୦।୧୦: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଚିକେନ ବିରିୟାନି ପସନ୍ଦ ନ ଆସିବାରୁ ସେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣା କୁଇନ୍ସ ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ ପୋଲିସ ଅଭିଯୁକ୍ତ ଚୋଫେଲ ନରବୁଙ୍କୁ (୪୯ ବର୍ଷ) ଗିରଫ କରିଥିଲା। ଅଭିଯୁକ୍ତ ନିଆଁ ଲଗାଇ ଦେଇଥିବା ସ୍ବୀକାର କରିଛି।
ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଚୋଫେଲ ନରବୁ ଗୋଟିଏ ଦିନ ପୂର୍ବରୁ କୁଇନ୍ସ ଅଞ୍ଚଳରେ ଅବସ୍ଥିତ ବାଂଲାଦେଶୀ ରେଷ୍ଟୁରାଣ୍ଟରେ ଚିକେନ ବିରିୟାନିଙ୍କୁ ଅର୍ଡର ଦେଇଥିଲେ। କିନ୍ତୁ ଚିକେନ୍‌ ବିରିୟାନୀ ସେତେଟା ଟେଷ୍ଟି ନ ଥିଲା। ଏଥିରେ ସେ ରାଗିଯାଇଥିଲେ। କିଛି ଘଣ୍ଟା ପରେ ସେ ରାତିରେ ସେହି ରେଷ୍ଟୁରାଣ୍ଟକୁ ପୁଣି ଆସିଥିଲେ। ସେଠାରେ ସେ କିଛି ସମୟ ବାହାରେ ଠିଆ ହୋଇଥିଲେ ଏବଂ ସୁଯୋଗ ପାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗିରଫ ନରବୁ ପୋଲିସକୁ କହିଛି ଯେ ‘ମୁଁ ଅତ୍ୟଧିକ ମଦ୍ୟପାନ କରିଥିଲି, ମୁଁ ଚିକେନ ବିରିୟାନି କିଣିଥିଲି। ସେମାନେ ମୋତେ ଭଲ ଚିକେନ ବିରିୟାନି ଦେଇ ନ ଥିଲେ। ମୁଁ ରାଗରେ ଏହାକୁ ବାହାରକୁ ଫିଙ୍ଗି ଦେଲି। ପରେ ପେଟ୍ରୋଲ କିଣି ଦୋକାନରେ ପକାଇ ନିଆଁ ଲଗାଇ ଦେଇଥିଲି। ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ନ୍ୟୁୟର୍କ ଅଗ୍ନିଶମ ବିଭାଗ ମଧ୍ୟ ଏହାର ଏକ ଭିଡିଓ ଜାରି କରିଛି।

 

View this post on Instagram

 

A post shared by FDNY (@fdny)


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri