Odisha Elections 2024
Posted inଫୁରସତ

ଗୋଟିଏ ଘଣ୍ଟାରେ ୨୪୯ କପ୍‌ ଚା’ ତିଆରି କରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କଲେ ମହିଳା, କାରଣ ଜାଣିଲେ…

ଦୁନିଆର ଅନେକ ଲୋକ ଅଦ୍ଭୁତ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଯାହାଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆଜି ଏମିତି ଜଣେ ବିଶ୍ୱ ରେକର୍ଡଧାରୀଙ୍କ ବିଷୟରେ କହିବୁ ଯାହା ଜାଣି ଚକିତ ହେବେ। ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଯିଏ କି, ୧ ଘଣ୍ଟାରେ ୨୪୯ କପ୍‌ ଚା’ ତିଆରି କରି ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

ଦକ୍ଷିଣ ଆଫ୍ରିକାର ଇନ୍‌ଗର ଭାଲେଣ୍ଟାଇନ ଏହି ବିଶ୍ୱ ରେକର୍ଡ କରିଛନ୍ତି। କିନ୍ତୁ ସେ କେବଳ ନିଜ ଅଭ୍ୟାସ ପାଇଁ ନୁହେଁ ବରଂ ଏକ ବଡ଼ କାରଣ ପାଇଁ ଏହି ରେକର୍ଡ କରିଛନ୍ତି। ବାସ୍ତବରେ ୨୦୧୮ରେ ଯେତେବେଳେ ଲୋକମାନେ ଦକ୍ଷିଣ ଆଫ୍ରିକାର ନୂତନବର୍ଷ ପାଳନ କରିବାରେ ବ୍ୟସ୍ତ ଥିଲେ, ସେତେବେଳେ ସେଠାକାର ବାସିନ୍ଦାମାନେ ଦୁଃଖରେ ବୁଡ଼ି ଯାଇଥିଲେ। ଏଥିସହିତ ପାର୍ବତ୍ୟଅଞ୍ଚଳସ୍ଥିତ ଜଙ୍ଗଲରେ ନିଆଁ ଲାଗି ଆବାସିକ ଅଞ୍ଚଳକୁ ବ୍ୟାପି ଯାଇ ବହୁ କ୍ଷତି ଘଟାଇଥିଲା। ଲୋକଙ୍କ ଘର ମଧ୍ୟ ପୋଡ଼ି ଚାରଖାର ହୋଇଯାଇଥିଲା। ଏଥିରେ ପ୍ରାୟ ୨୦୦ ଲୋକ ବାସହୀନ ହୋଇଯାଇଥିଲେ।

ସେହି ଲୋକମାନଙ୍କ ମଧ୍ୟରେ ଇନ୍‌ଗର ମଧ୍ୟ ଥିଲେ। ତାଙ୍କ ଘର ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଥିଲା ସେହି ସମସ୍ତ ଗେଷ୍ଟ୍‌ ହାଉସ ସହିତ ସେ ପର୍ଯ୍ୟଟନ ବିଭାଗରେ ରହୁଥିଲେ। ପ୍ରାୟ ୪ ବର୍ଷ ପରେ, ସେ ନିଜକୁ ପୁନର୍ଗଠନ କରିବାକୁ ଚେଷ୍ଟା କଲେ। ପୁଣିଥରେ ସହରର ପର୍ଯ୍ୟଟନସ୍ଥଳୀ ଭାବରେ ନାମକରଣ କରିବାକୁ କଠିନ ପରିଶ୍ରମ କଲେ। ଏହା ଅଧୀନରେ ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଚିନ୍ତା କଲେ ଯାହାଦ୍ୱାରା ତାଙ୍କ ସହରର ନାମକରଣ ହେବ।

ଇନ୍‌ଗର ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ କପ୍‌ ଚା’ ତିଆରି କରି ଏହି ରେକର୍ଡ ସୃଷ୍ଟି କରିଥିଲେ। ଏଥିପାଇଁ ସେ ରୋଏବୋସ ଚା’ ତିଆରି କରିବାକୁ ସ୍ଥିର କଲେ ଯାହା ଏକ ରେଡ୍‌ ହର୍ବାଲ ଟି ଅଟେ। ଏହା ଆସ୍‌ପାଲାଥସ୍‌ ଲାଇନ୍‌ଆରିସ ନାମକ ଏକ ଉଦ୍ଭିଦର ପତ୍ରରୁ ତିଆରି ଏବଂ ଏହା କେବଳ ଦକ୍ଷିଣ ଆଫ୍ରିକାରେ ମିଳିଥାଏ। ଏହି ରେକର୍ଡ କରିବାକୁ ତାଙ୍କୁ ୧୫୦ କପ୍‌ ଚା’ ତିଆରି କରିବାକୁ ପଡ଼ିଥିଲା। କିନ୍ତୁ ସେ ସେହି ରେକର୍ଡ ଭାଙ୍ଗି ୨୪୯ କପ୍‌ ତିଆରି କରି ରେକର୍ଡ ସୃଷ୍ଟି କରିଥିଲେ। ଏଥିପାଇଁ ସେ ଏକ ସମ୍ପୂର୍ଣ୍ଣ ଯୋଜନା କରିଥିଲେ। ସେ ଗୋଟିଏ କପ୍‌ ଚା’ରେ ୪ଟି ଚା’ ବ୍ୟାଗ୍‌ ରଖି ତା’ପରେ ପରବର୍ତ୍ତୀ କପ୍‌କୁ ଚାଲିଗଲେ। ସେଠାରେ ଅନେକ ସ୍କୁଲ ଛାତ୍ର ମଧ୍ୟ ଉପସ୍ଥିତ ଥିଲେ ଯେଉଁମାନେ ଏହି ଚା’ ପିଇଥିଲେ। ଏକ ସମୟ ଆସିଲା ଯେତେବେଳେ ଚା’ କପ୍‌ ଖରାପ ହୋଇଗଲା ଏବଂ ସେମାନେ ଚାଲିଗଲେ। ତା’ପରେ ସେଠାରେ ଉପସ୍ଥିତ ଛାତ୍ରମାନେ ତାଙ୍କୁ ସାହାଯ୍ୟ କରିବାକୁ ଆସି କପ୍‌କୁ ନିଜେ ଧୋଇ ଇନଗରଙ୍କ ପାଇଁ ସଫା କଲେ। ଏଥିରେ ସଫଳତା ପାଇଥିଲେ ଇନ୍‌ଗର।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri