Posted inଜାତୀୟ

ଏଲଓସି ନିକଟରେ ଏୟାରବେସ ନିର୍ମାଣ କରିବ ଭାରତୀୟ ବାୟୁସେନା…

ଗାନ୍ଧିନଗର,୧୯।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧିନଗରରେ ପ୍ରତିରକ୍ଷା ଏକ୍ସପୋ-୨୦୨୨ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ-ପାକିସ୍ତାନ ସୀମା ଏଲଓସି ନିକଟରେ ଥିବା ଦିସା ଠାରେ ଏକ ନୂତନ ଏୟାରବେସର ମୂଳଦୁଆ ପକାଇଛନ୍ତି। ସେ କହିଛନ୍ତି ଯେ ଏହି ନୂତନ ଏୟାରବେସ ଦେଶର ସୁରକ୍ଷା ପାଇଁ ଏକ ପ୍ରଭାବଶାଳୀ କେନ୍ଦ୍ର ଭାବରେ ଉଭା ହେବ। ଏଥି ସହିତ ଗୁଜରାଟ ଭାରତର ପ୍ରତିରକ୍ଷା କେନ୍ଦ୍ରରେ ପରିଣତ ହେବ ଏବଂ ଭାରତର ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି ଏୟାରଫିଲ୍ଡ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦିସା ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୧୩୦ କିଲୋମିଟର ଦୂରରେ। ବାୟୁସେନା ପଶ୍ଚିମ ଦିଗରୁ ଆସୁଥିବା କୌଣସି ବିପଦକୁ ଭଲ ଭାବରେ ଜବାବ ଦେବାରେ ସକ୍ଷମ ହେବ। ତେବେ ସେ ପାକିସ୍ତାନର ନାମ ନେଇ ନାହାନ୍ତି।

ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ପ୍ରଥମ ପ୍ରତିରକ୍ଷା ଏକ୍ସପୋ ଯେଉଁଥିରେ କେବଳ ଭାରତୀୟ କମ୍ପାନୀ ଅଂଶଗ୍ରହଣ କରୁଛନ୍ତି। ସେ କହିଛନ୍ତି ଯେ ମୁକ୍ତ ବାଣିଜ୍ୟ ତଥା ଅନ୍ତର୍ଜାତୀୟ ନିରାପତ୍ତା ପାଇଁ ସାମୁଦ୍ରିକ ସୁରକ୍ଷା ଆଜି ବିଶ୍ୱର ପ୍ରାଥମିକତା ପାଲଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଆଠ ବର୍ଷ ମଧ୍ୟରେ ଭାରତୀୟ ପ୍ରତିରକ୍ଷା ସାମଗ୍ରୀର ରପ୍ତାନି ଆଠ ଗୁଣା ବୃଦ୍ଧି ପାଇଛି। ପ୍ରତିରକ୍ଷା ବାହିନୀ ୧୦୧ ସାମଗ୍ରୀଗୁଡିକର ଏକ ତାଲିକା ପ୍ରଦାନ କରିବ ଯାହାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବ। ୪୧୧ଟି ପ୍ରତିରକ୍ଷା ଉପକରଣ ଏବେ ଭାରତରେ ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...

ପ୍ରଧାନମନ୍ତ୍ରୀ ଚେହେରା ବଦଳାଇଲା କଂଗ୍ରେସ! ରାହୁଲ ଗାନ୍ଧୀ ନୁହଁନ୍ତି, ଏହି ନେତା… ସାଂସଦଙ୍କ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଜାତୀୟ କଂଗ୍ରେସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୈତିକ ଦୃଶ୍ୟପଟରେ, ପୂର୍ବ ଅନେକ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି ଯେ ପୂର୍ବତନ ଦଳର ଅଧ୍ୟକ୍ଷ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri