ଲିଫ୍ଟରେ ଫସିଲେ ୩ ହବିଷିଆଳି

ପୁରୀ ଅଫିସ,୧୮ା୧୦:ବୃନ୍ଦାବତୀ ନିବାସରେ ସୋମବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ୩ଜଣ ହବିଷିଆଳି ଶ୍ରୀମନ୍ଦିରରୁ ଦାରୁଦିଅଁଙ୍କ ଦର୍ଶନ ସାରି ବୃନ୍ଦାବତୀ ନିବାସକୁ ଫେରିବାବେଳେ ଲିଫ୍ଚରେ ଫସିଯାଇଥିଲେ। ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୩ଜଣ ହବିଷିଆଳି ବନ୍ଦ ଲିଫ୍ଟ ଭିତରେ ଫସି ରହିଥିଲେ। ସେମାନଙ୍କ କାନ୍ଦବୋବାଳି ଶୁଣିବା ପରେ ରେଡକ୍ରସ କର୍ମଚାରୀମାନେ ଲିଫ୍ଟ ଭିତରେ କେହି ଫସି ରହିଥିବା ଜାଣିପାରିଥିଲେ। ଏହାପରେ ଲିଫ୍ଟ କର୍ମଚାରୀଙ୍କ ସହଯୋଗରେ ମାଷ୍ଟର ଚାବି ଯୋଗେ ଲିଫ୍ଟକୁ ତଳକୁ ଅଣାଯାଇ ୩ ହବିଷିଆଳିଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ନୟାଗଡ଼ ନିବାସୀ କୁନି ଆଚାର୍ଯ୍ୟ ଅଚେତ ହୋଇଯାଇଥିଲେ। ଅସୁସ୍ଥ ଅବସ୍ଥାରେ ତାଙ୍କୁ ବୃନ୍ଦାବତୀ ନିବାସର ଅସ୍ଥାୟୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କୁନି ଭୟଭୀତ ହେବା କାରଣରୁ ତାଙ୍କର ସ୍ନାୟୁକ୍ରିୟା ସାମାନ୍ୟ ପ୍ରଭାବିତ ହୋଇଥିଲା। ତେବେ ଖୁବ୍‌ କମ୍‌ ସମୟ ମଧ୍ୟରେ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇଥିଲା ବୋଲି ଅତିରିକ୍ତ ଚିକିତ୍ସାଧିକାରୀ କହିଥିଲେ। ଜିଲାପାଳ ସମର୍ଥ ବର୍ମା ଏବଂ ଉପଜିଲାପାଳ ଭବତାରଣ ସାହୁ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହବିଷିଆଳି ଓ ବୃନ୍ଦାବତୀ ନିବାସର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।
ଘଟଣା ଅନୁଯାୟୀ, ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ହବିଷିଆଳିମାନେ ବୃନ୍ଦାବତୀ ନିବାସ ଲିଫ୍ଟ ପାଖରେ ପହଞ୍ଚିଥିଲେ। ବୃନ୍ଦାବତୀ ନିବାସରେ ଥିବା ସମସ୍ତ ୬ଟି ଲିଫ୍ଟରେ ସୁରକ୍ଷାକର୍ମୀ ମୁତୟନ ରହିଛନ୍ତି। ହବିଷିଆଳିମାନଙ୍କୁ ଲିଫ୍ଟ ଯୋଗେ ନେବା ଆଣିବା କରିବା ଦାୟିତ୍ୱ ସୁରକ୍ଷାକର୍ମୀଙ୍କ ଉପରେ ନ୍ୟସ୍ତ ହୋଇଥାଏ। ତେବେ ସୁରକ୍ଷାକର୍ମୀ ପରିସ୍ରା କରିବାକୁ ଯାଇଥିବାବେଳେ ୩ ଜଣ ହବିଷିଆଳି ତାଙ୍କୁ ଅପେକ୍ଷା ନ କରି ପଛ ପଟ ଲିଫ୍ଟ ମଧ୍ୟକୁ ଚାଲିଯାଇ ସୁଇଚ ମାରିଥିଲେ। ତେବେ ମନଇଚ୍ଛା ସୁଇଚ ମାରିବା ଫଳରେ ଲିଫ୍ଟ ଅଧାରେ ଅଟକି ଯାଇଥିଲା। ଏହାପରେ ଲିଫ୍ଟ ଭିତରୁ ହବିଷିଆଳିମାନେ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ବୃନ୍ଦାବତୀ ନିବାସ ଦାୟିତ୍ୱରେ ଥିବା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲିଫ୍ଟ ମ୍ୟାନ୍‌ଙ୍କ ସହ ଯୋଗାଯୋଗ କରିଥିଲେ। ଲିଫ୍ଟ ମ୍ୟାନ ମାନୁଆଲି ମାଷ୍ଟର କି’ ଯୋଗେ ଲିଫ୍ଟକୁ ଖୋଲିବାପରେ ହବିଷିଆଳିମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ହବିଷିଆଳିମାନେ ବାହାରକୁ ଆସିବା ପରେ ଜଣେ ଅସୁସ୍ଥ ହୋଇପଡ଼ିଥିବାବେଳେ ଅନ୍ୟ ଦୁଇଜଣ ସ୍ବାଭାବିକ ସ୍ଥିତିରେ ରହିଥିଲେ। ସେମାନଙ୍କୁ ଗ୍ଲୁକୋଜ ପିଇବାକୁ ଦିଆଯାଇଥିଲା। ଏ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ହବିଷିଆଳିମାନେ ଲିଫ୍ଟ ପରିଚାଳନା ସମ୍ପର୍କରେ ଜାଣି ନ ଥିବାରୁ ସୁରକ୍ଷାକର୍ମୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କମ୍‌ ସମୟ ପାଇଁ ସୁରକ୍ଷାକର୍ମୀ ନ ରହିବା ସମୟରେ ହବିଷିଆଳିମାନେ ଲିଫ୍ଟରେ ଚଢ଼ିଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଅଧିକ ସତର୍କ ଓ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri