Posted inଜାତୀୟ

ଧର୍ମ-ଜାତୀୟତାବାଦ ନେଇ ବିଭାଜିତ ହେବାରେ ଲାଗିଛନ୍ତି ପ୍ରବାସୀ ଭାରତୀୟ…

ନୂଆଦିଲ୍ଲୀ,୧୭।୧୦ : ହିନ୍ଦୁ ଜାତୀୟତାବାଦ କାରଣରୁ ଭାରତରେ ଚାଲିଥିବା ଉତ୍ତେଜନା ଧୀରେଧୀରେ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆର ଆଦି ସ୍ଥାନରେ ପହଞ୍ଚିଛି। ଧର୍ମ-ଜାତୀୟତାବାଦ ନେଇ ପ୍ରବାସୀ ଭାରତୀୟ ବିଭାଜିତ ହେବାରେ ଲାଗିଛନ୍ତି। ୟୁରୋପରୁ ଆମେରିକା ପର୍ଯ୍ୟନ୍ତ ଭାରତୀୟଙ୍କ ମଧ୍ୟରେ ମତଭେଦ ସ୍ପଷ୍ଟ ଦେଖାଯାଉଛି।

ଏନେଇ କେତେକ ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏବଂ ଆରଏସଏସକୁ ଦାୟୀ କରିଛନ୍ତି। ଏନେଇ ବିଦେଶରେ ପ୍ରବାସୀଙ୍କ ଏଭଳି ବିଭାଜନ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏହା ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା କେତେକ ବୁଦ୍ଧିଜୀବି ମତପୋଷଣ କରିଛନ୍ତି।

ନିକଟରେ, ଯେତେବେଳେ ଆମେରିକାର ନ୍ୟୁ ଜର୍ସିରେ ଭାରତର ସ୍ବାଧୀନତା ଦିବସ ପାଳିତ ହୋଇଥିଲା, ସେତେବେଳେ ଏଡିସନରେ ହୋଇଥିବା ପରେଡରେ ଏକ ବୁଲଡୋଜର ମଧ୍ୟ ଅଂଶଗ୍ରହଣ କରିଥିଲା। ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବୁଲଡୋଜର ଚାଲୁଥିବା ଘଟଣାକୁ ଦୃଷ୍ଟିରେ ରଖି ଏହାକୁ ଏକ ପ୍ରତୀକ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। କାଲିଫର୍ନିଆର ଆନାହାଇମରେ ହୋଇଥିବା ଏକ କାର୍ଯ୍ୟକ୍ରମରେ କିଛି ଲୋକ ଭାରତରେ ମୁସଲମାନମାନଙ୍କ ଦମନକୁ ବିରୋଧ କରିଥିବା ବେଳେ ଦୁଇ ପକ୍ଷ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।

ସମ୍ପ୍ରତି ବ୍ରିଟେନରେ ହିନ୍ଦୁ ଏବଂ ମୁସଲମାନ ଭାରତୀୟଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ଏହି ମାମଲା ମାରପିଟରେ ପହଞ୍ଚିଥିଲା ଏବଂ ପୋଲିସକୁ କଡା ପଦକ୍ଷେପ ନେବାକୁ ପଡିଥିଲା। ଗତ ବର୍ଷ କୃଷକଙ୍କ ଆନ୍ଦୋଳନ ସମୟରେ କିଛି ଲୋକ ଅଷ୍ଟ୍ରେଲିଆରେ ସେମାନଙ୍କୁ ସମର୍ଥନ ଜଣାଇ ପ୍ରଦର୍ଶନ କରିଥିବାବେଳେ କିଛି ଯୁବକ ତ୍ରିରଙ୍ଗା ପତାକା ଧରି ଏହି ପ୍ରଦର୍ଶନକୁ ବିରୋଧ କରି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କାନାଡାରେ ମଧ୍ୟ ସମାନ ପରିବେଶ ଦେଖିବାକୁ ମିଳିଛି। ଭାରତ ଦିବସ ପରେଡରେ ଆକ୍ରମଣ ଘଟଣା ଘଟିଥିଲା। ଏହା ବ୍ୟତୀତ ମନ୍ଦିର ଉପରେ ଆକ୍ରମଣର ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏଗୁଡ଼ିକ କେବଳ କିଛି ଉଦାହରଣ ଯାହା ଦର୍ଶାଏ ଯେ ଭାରତର ରାଜନୈତିକ ବିଭେଦ କିପରି ପ୍ରବାସୀଙ୍କୁ ବିଭାଜନ କରୁଛି।

ବିଦେଶରେ ରହୁଥିବା ପ୍ରାୟ ୩ କୋଟି ଭାରତୀୟ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ ବିଦେଶୀ ସମ୍ପ୍ରଦାୟ । ଏଥିରେ ସମସ୍ତ ଧର୍ମ ଏବଂ ଜାତିର ଲୋକ ଅନ୍ତର୍ଭୁକ୍ତ। ଆମେରିକା ଏବଂ ବ୍ରିଟେନ ପରି ଦେଶରେ ସେମାନଙ୍କର ସଂଖ୍ୟା ବହୁତ ଅଧିକ ଏବଂ ସେମାନେ ଦଶନ୍ଧି ଧରି ଶାନ୍ତିପୂର୍ଣ୍ଣ ଭାବରେ ଜୀବନ ଅତିବାହିତ କରୁଥିଲେ। ତେବେ ସାମ୍ପ୍ରତିକ ଘଟଣାଗୁଡ଼ିକ ଚିନ୍ତା ବଢ଼ାଇ ଦେଇଛି ଯେ ଭାରତୀୟ ସମାଜର ଧାର୍ମିକ ତଥା ରାଜନୈତିକ ବିଭାଜନ ମଧ୍ୟ ପ୍ରବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛି। ବହୁ ବିଶେଷଜ୍ଞ କହିଛନ୍ତି ଯେ ଏହା ୨୦୧୪ ରେ ଆରମ୍ଭ ହୋଇଥିଲା ଯେତେବେଳେ ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନରେ ଜିତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା। କ୍ଷମତାକୁ ଆସିବା ପରଠାରୁ ଭାଜପା ମୁସଲମାନ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri