ସୀମାରେ ଅଟକିଛି ଶତାଧିକ କୋଇଲା ଟ୍ରକ୍‌

ଝାରସୁଗୁଡ଼ା ଅଫିସ/ସୁନ୍ଦରଗଡ଼/ହେମଗିର,୧୬ା୧୦(ଡି.ଏନ୍‌.ଏ.): କୋଇଲା ପରିବହନ ଭଡ଼ା ଓ ଲୋଡିଂ କ୍ଷେତ୍ରରେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର କୋଇଲା ଟ୍ରକ୍‌ଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାୟଗଡ଼ର ଟ୍ରେଲର ଆସୋସିଏଶନ ତରଫରୁ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଓଡ଼ିଶା ଟ୍ରକ୍‌ଗୁଡିକୁ ଛତିଶଗଡ଼ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଫଳରେ ଛତିଶଗଡ଼-ଝାରସୁଗୁଡ଼ା ସୀମାନ୍ତ ୪୯ନଂ. ଜାତୀୟ ରାଜପଥର କନକତୋରା ଓ ଛତିଶଗଡ଼-ସୁନ୍ଦରଗଡ଼ ସୀମାନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଟପରିଆ ନିକଟରେ ହଜାର ହଜାର କୋଇଲା ବୋଝେଇ ଗାଡ଼ି ଅଟକି ରହିଥିଲା। ଫଳରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଅଞ୍ଚଳରେ ଥିବା ଏମ୍‌ସିଏଲ୍‌ ଓ ଅନ୍ୟାନ୍ୟ ଖଣିରୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ରାୟଗଡ଼ ଅଞ୍ଚଳରେ ଥିବା କଳକାରଖାନାକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା। କୋଇଲା ବୋଝେଇ ଗାଡ଼ି ଶହ ଶହ ସଂଖ୍ୟାରେ ଅଟକିବା ଯୋଗୁ ୪୯ନଂ. ଜାତୀୟ ରାଜପଥ ଅବରୋଧ ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ସେହିପରି ସୁନ୍ଦରଗଡ଼-ରାୟଗଡ଼ ମଧ୍ୟରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଖବର ପାଇ ଶନିବାର ମଧ୍ୟାହ୍ନରେ ଝାରସୁଗୁଡ଼ା ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସୀମାନ୍ତ କନକତୋରା ନିକଟରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଝାରସୁଗୁଡ଼ା ଜିଲା ପ୍ରଶାସନ ତରଫରୁ ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ, ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ରେଙ୍ଗାଲି ଆଇଆଇସି କ୍ରେସାନିଆ ସାମରିଆ, ବ୍ରଜରାଜନଗର ଟ୍ରକ୍‌ ଆସୋସିଏଶନ ସଭାପତି ଦେବ ଦାଶ, ସମ୍ପାଦକ ରାଜା ପୁରୋହିତ, ବନ୍ଧବାହାଲ ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତା, ଛତିଶଗଡ଼ ରାୟଗନ ବିଧାୟକ ପ୍ରକାଶ ନାୟକ, ରାୟଗଡ଼ ଟ୍ରେଲର ଆସୋସିଏଶନ କର୍ମକର୍ତ୍ତା ଆଶିଷ ଯାଦବ, ଝୋଟ ମିଲ୍‌ ଥାନା ପୋଲିସ ସାମିଲ ହୋଇଥିଲେ। ଛତିଶଗଡ଼ ଟ୍ରେଲର ଆସୋସିଏଶନର ଅଭିଯୋଗ ରହିଥିଲା ଯେ ସମ୍ବଲପୁର ଜିଲା ଖିଣ୍ଡା ତଲାବିରା କୋଲ୍‌ ମାଇନ୍ସ ଓ ସୁନ୍ଦରଗଡ଼ କୋଇଲା ଖଣିରେ ଛତିଶଗଡ଼ ଟ୍ରକ୍‌, ଟ୍ରେଲରକୁ ଓଡ଼ିଶା ଟ୍ରେଲର ତୁଳନାରେ କମ୍‌ ମାଲ୍‌ ଲୋଡିଂ ଦିଆଯାଉଛି। ଏହାସହ ପ୍ରତି ଲୋଡିଂ ପିଛା ଭଡ଼ା ମଧ୍ୟ କମ୍‌ ଦିଆଯାଉଛି। ଏହାର ସମାଧାନ କରାଯିବ ବୋଲି ପ୍ରଶାସନର ପ୍ରତିଶ୍ରୁତି ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri