ହଂକଂ ପରେ ଏବେ ତାଇଓ୍ବାନ ଉପରେ ଚାଇନା ନଜର: ଜିନପିଙ୍ଗ…

ବେଜିଂ,୧୬।୧୦ : ରବିବାର କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଦେଶ ହଂକାୀଂ ଅରାଜକତାକୁ ଶାସନରେ ପରିଣତ କରାଯାଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ଆୟୋଜିତ ଏହି ପାର୍ଟି ବୈଠକରେ ଜିନପିଙ୍ଗ ସଦସ୍ୟମାନଙ୍କୁ କହିଛନ୍ତି ଯେ ତାଇୱାନର ବିଚ୍ଛିନ୍ନତାବାଦ ବିରୋଧରେ ଚାଇନା ମଧ୍ୟ ଏକ ବଡ଼ ସଂଘର୍ଷ କରିଛି।

ଏହି କ୍ରମରେ, ବେଜିଂ ସ୍ଥିର ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ସକ୍ଷମ ଅଟେ। ହଂକଂ ଉପରେ କଟକଣା ସହ ତାଇୱାନ ବିରୁଦ୍ଧରେ ସାମରିକ ଆକ୍ରୋଶର ରକ୍ଷା କରି ସେ କହିଛନ୍ତି ଯେ ସେ ଦେଶର ସମ୍ମାନ ଏବଂ ମୂଳ ସ୍ବାର୍ଥକୁ ରକ୍ଷା କରିଛନ୍ତି। ରବିବାର ଠାରୁ ଆରମ୍ଭ ହୋଇଥିବା ସିସିପି କଂଗ୍ରେସର ୨୦ତମ ବୈଠକ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜାରି ରହିବ। ଚାଇନାର ସମ୍ମାନ ଏବଂ ମୂଳ ସ୍ବାର୍ଥ ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଚାଇନାର ଗଣମାଧ୍ୟମ ସ୍ନିହୁଆ ଅନୁଯାୟୀ, ଜିନପିଙ୍ଗ କଂଗ୍ରେସରେ କହିଛନ୍ତି ଯେ ଚାଇନା ସମ୍ବିଧାନ ଏବଂ ହଂକଂର ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳର ମୌଳିକ ନିୟମ ଅନୁଯାୟୀ ଚାଇନା ସାମଗ୍ରିକ ଅଧିକାର ରହିଛି। ଅଶାନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାର୍ଯ୍ୟ କରାଯାଇଛି। ଏଥିସହ ସେ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପରେ ହଂକଂ ଦେଶପ୍ରେମୀଙ୍କ ଦ୍ୱାରା ପରିଚାଳିତ ହେଉଛି। ତାଇୱାନରେ ଆମେ ବିଚ୍ଛିନ୍ନତାବାଦ ବିରୋଧରେ ନିରନ୍ତର ସଂଗ୍ରାମ କରିଛୁ ଏବଂ ବାହ୍ୟ ହସ୍ତକ୍ଷେପକୁ ପ୍ରତିରୋଧ କରିଛୁ।

ଜିନପିଙ୍ଗ ଆହୁରି କହିଛନ୍ତି, ଚାଇନରେ ସାର୍ବଭୌମତ୍ୱ ରକ୍ଷା କରିବା ଏବଂ ତାଇୱାନର ସ୍ବାଧୀନତାକୁ ବିରୋଧ କରିବା ପାଇଁ ଚାଇନା ନିଜର ସଂକଳ୍ପ ଏବଂ ଦକ୍ଷତାର ପ୍ରଦର୍ଶନ କରିଛି। ଅନ୍ତର୍ଜାତୀୟ ଦୃଷ୍ଟିକୋଣର ପରିବର୍ତ୍ତନ ବିଷୟରେ ସେ କହିଛନ୍ତି ଯେ ଦେଶ ଏକ ଦୃଢ଼ ରଣନୀତିକ ସଂକଳ୍ପ ବଜାୟ ରଖିଛି ଏବଂ ଯୁଦ୍ଧ ମନୋଭାବ ପ୍ରଦର୍ଶନ କରିଛି। ସେ କହିଛନ୍ତି ଯେ ଏହି ସମସ୍ତ ପ୍ରୟାସରେ ଆମେ ଚାଇନାର ସମ୍ମାନ ଏବଂ ମୂଳ ସ୍ବାଥର୍କୁ ରକ୍ଷା କରିଛୁ।

ଜିନପିଙ୍ଗ କୋଭିଡ ନୀତି ନେଇ କହିଛନ୍ତି ଯେ ସରକାର ଲୋକମାନଙ୍କୁ ଏବଂ ସେମାନଙ୍କ ଜୀବନକୁ ସର୍ବୋଚ୍ଚ ସ୍ଥାନ ଦେଇଛନ୍ତି। ଏକ ଶୂନ୍ୟ କୋଭିଡ ନୀତିକୁ ଦୃଢ଼ ଭାବରେ ପାଳନ କରାଯାଇଛି। ଦାରିଦ୍ର୍ୟ ବିରୋଧରେ ଚାଇନା ସବୁଠୁ ବଡ ଏବଂ ଦୀର୍ଘତମ ଲଢ଼େଇ କରିଛି। ସମଗ୍ର ବିଶ୍ୱରେ ଦାରିଦ୍ର୍ୟ ହ୍ରାସ କରିବାକୁ ଆମର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ। ଆଞ୍ଚଳିକ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧ୍ୟକ୍ଷ ଜିନପିଙ୍ଗ ନିଶ୍ଚିତ ଭାବରେ ତାଙ୍କ କାର୍ଯ୍ୟକାଳକୁ ଆଉ ପାଞ୍ଚ ବର୍ଷ ବଢ଼ାଇବେ। ସେ ହୁଏତ ସିସିପିର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହେବେ କିମ୍ବା ସିସିପି ଅଧ୍ୟକ୍ଷ ଭାବରେ ନୂତନ ଭାବରେ ନିର୍ବାଚିତ ହେବେ। ସୂଚନାଯୋଗ୍ୟ ଯେ ୧୯୮୨ ମସିହାରୁ ସିସିପି ଅଧ୍ୟକ୍ଷ ପଦ ନିଷ୍କ୍ରିୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri