Posted inଫୁରସତ

ଅଟୋ ଉପରେ ମିନି ଗାର୍ଡେନ, ଯାତ୍ରୀଙ୍କୁ ମିଳୁଛି ଏସି ସୁବିଧା

ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦେଖାଦେଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଅକ୍ଟୋବରରେ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଅନ୍ୟପକ୍ଷରେ ରାଜଧାନୀ ଦିଲୀରେ ବର୍ଷା ହେବା ପରେ ପାଗ ବଦଳିଛି। ଶୀତଦିନ ଆରମ୍ଭ ହେବା ଉପରେ। କିନ୍ତୁ ଏହାପୂର୍ବରୁ ଲୋକମାନେ ପ୍ରଦୂଷଣକୁ ଭୟ କରୁଛନ୍ତି। ସାଧାରଣତଃ ଦିଲ୍ଲୀରେ ନଭେମ୍ବର ମାସରେ ଦୂଷିତ ବାୟୁର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଖୁବ୍‌ଶୀଘ୍ର ବାୟୁର ଗୁଣବତ୍ତା ଖରାପ ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏପରି ପରିସ୍ଥିତିରେ, ଏଠାରେ ଥିବା ଏକ ଅଟୋ ଡ୍ରାଇଭର ଖରାଗରମରୁ ରକ୍ଷା ପାଇବା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି। ସେ ଅଟୋ ଉପରେ ଏକ ମିନି ଗାର୍ଡେନ ତିଆରି କରିଛନ୍ତି।

ସୋସିଆଲ ମିଡିଆରେ ସବୁବେଳେ କିଛି ନୂଆ ବାର୍ତ୍ତା ଆଣିଥିବା ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁ ତାଙ୍କ ଟୁଇଟର ପେଜ୍‌ରେ ଏହା ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ଆଜି ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଜଣେ ବନ୍ଧୁ ଫଟୋ କ୍ଲିକ୍‌ କରିଛନ୍ତି। ଅଟୋ ଡ୍ରାଇଭର ମହେନ୍ଦ୍ର କୁମାର ନିଜକୁ ଏବଂ ଯାତ୍ରୀମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ମିନି ଏସି ସଦୃଶ କାର୍ଯ୍ୟ କରିଛନ୍ତି। ତାଙ୍କ ଅଟୋ ଛାତରେ ଛୋଟ ଏକ ବଗିତା ତିଆରି କରିଛନ୍ତି।

ଏହି ମିନି ବଗିଚାକୁ ଲୋକମାନେ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଗୁଡ୍‌ ଆଇଡିଆ। ତାମିଲନାଡୁ ସରକାର ଅଟୋ ଛାତରେ ସୌର ପ୍ୟାନେଲ ସ୍ଥାପନ ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି। ଏହି ପଦକ୍ଷେପ ପାଇଁ ଅଟୋ ଡ୍ରାଇଭରକୁ ଅଭିନନ୍ଦନ ଜଣାଇଛନ୍ତି। ଯଦିଓ କିଛି ୟୁଜର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି, ଏହା ଦୁର୍ଘଟଣା ଘଟାଇବାର ଆଶଙ୍କା ସୃଷ୍ଟି କରୁଛି।

ଅଟୋ ଡ୍ରାଇଭର ମହେନ୍ଦ୍ର କୁମାର ବିହାରର ବେଗୁସରାଇର ବାସିନ୍ଦା। ଗ୍ରୀଷ୍ମ ଋତୁରେ ମଧ୍ୟ ସେ ନିଜ ଅଟୋରେ ଉଦ୍ଭିଦ ଏବଂ ପନିପରିବା ଲଗାନ୍ତି। ଏକ ବଗିଚା ତିଆରି କରିବା ପାଇଁ ସେ ଅଟୋର ଛାତ ଉପରେ ଏକ ମୋଟା ସିଟ୍‌ ରଖିଛନ୍ତି। ଏହାକୁ ଚାରିପାଖରୁ ଘେରି ରହି ମାଟି ଢାଳି ଦିଆଯାଇଛି। ଏହି ଅଟୋ ଦିଲ୍ଲୀ ରାସ୍ତାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଗ୍ରୀଷ୍ମ ଋତୁରେ ଅଟୋକୁ ଥଣ୍ଡା ରଖିବା ପାଇଁ ଛାତକୁ ଏକ ବଗିଚାରେ ପରିଣତ କରାଯାଇଥିବାରୁ ଯାତ୍ରୀମାନେ ତାଙ୍କ ଅଟୋକୁ ଉତ୍ସାହର ସହିତ ଆସିଥାନ୍ତି ବୋଲି ମହେନ୍ଦ୍ର କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri