ଭିତ୍ତିଭୂମି ବିକାଶ, ଅତ୍ୟାଧୁନିକ ସୁବିଧା ଉପରେ ଗୁରୁତ୍ୱ

ସମ୍ବଲପୁର,୧୫।୧୦(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ସଂସଦୀୟ ସ୍ତରୀୟ ବୈଠକ ଶୁକ୍ରବାର ସ୍ଥାନୀୟ ଏକ ହେଟେଲରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରତ କୁମାର ଶ୍ରୀବାସ୍ତବ, ପୂର୍ବତଟ ରେଳପଥ ପ୍ରମୁଖ ବିଭାଗୀୟ ଅଧିକାରୀ, ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ଭୀନତ ସିଂ ବୈଠକରେ ଯୋଗ ଦେଇଥିଲେ । ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, କୋରାପୁଟ ଏମପି ସପ୍ତଗିରି ଉଲକା, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ ଯୋଗ ଦେଇଥିଲେ। ବଲାଙ୍ଗୀର ଏମ୍‌ପିଙ୍କ ପ୍ରତିନିଧି ରାଜେଶ ଅଗ୍ରୱାଲ, ରାଜ୍ୟସଭା ଏମପି ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ସମ୍ବଲପୁର ରେଳମଣ୍ଡଳର ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଭିତ୍ତିଭୂମିର ବିକାଶ କରିବା ସହ ଅତ୍ୟାଧୁନିକ ବ୍ୟବସ୍ଥା ଶ୍ରୀଘ୍ର ଲାଗୁ କରିବାକୁ କମିଟିର ସଭ୍ୟମାନେ ପରାମର୍ଶ ନେଇଥିଲେ। ପ୍ରଥମେ ରେଲୱେ ସମ୍ବନ୍ଧିତ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ପ୍ରସ୍ତାବଗୁଡିକ ମଧ୍ୟରେ ବଲାଙ୍ଗୀର -ଖୋର୍ଦ୍ଧା ରେଲୱେ ଲାଇନର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା, ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବା, ବଲାଙ୍ଗୀର ନୂଆପଡ଼ା ଭାୟା ହାର୍ଡ଼ାଟାଲ ଚୂଡ଼ାପାଲି ଭଇଂସା ପାଟଣାଗଡ ଖପ୍ରାଖୋଲ ରେଲୱେ ଲାଇନର ଫାଇନାଲ ଲୋକେସନ ସର୍ଭେ କାର୍ଯ୍ୟ ତୁରନ୍ତ ସମାପ୍ତ କରି ରେଲୱେ ଲାଇନ ନିର୍ମାଣ କାର୍ଯ୍ୟ କରିବା, କଣ୍ଟାବାଞ୍ଜି ରେଲୱେ ଷ୍ଟେଶନରେ ଥିବା ୭୫୦ ଏକର ରେଲୱେ ଜମିରେ ରେଳ ୱାଗନ ଫାକ୍ଟ୍ରି, ହସ୍ପିଟାଲ କରିବା, ଟିଟିଲାଗଡ଼ ରେଲୱେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ପ୍ରତୀକ୍ଷା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ତୁରନ୍ତ ଶୌଚାଳୟ, ବିଶ୍ରାମ କକ୍ଷ, ଲିଫ୍ଟ, ବେଟେରୀଚାଳିତ କାର, ଯାନବାହାନ ରଖିବା ସୁବିଧା କରିବା, ସମତା ଏକ୍ସପ୍ରେସ ଟ୍ରେନ ସପ୍ତାହରେ ପାଞ୍ଚ ଦିନ ପରିବର୍ତ୍ତେ ୭ ଦିନ ଚଳାଚଳ କରିବା , ବଲାଙ୍ଗୀର ରେଲୱେ ଷ୍ଟେଶନରେ ଲିଫ୍ଟର ବ୍ୟବସ୍ଥା, ପାନୀୟ ଜଳଯୋଗାଣ ନେଇ ଆଲୋଚନା ହୋଇଥିଲା। ଏହାଛଡା ବର୍ଷା ଦିନେ ଟିକେଟ କାଉଣ୍ଟରରୁ ପ୍ଲାଟଫର୍ମକୁ ଯିବା ପାଇଁ ୱାଟର ପ୍ରୁଫ ବ୍ୟବସ୍ଥା, ବେଟେରୀଚାଳିତ ଗାଡ଼ି ବ୍ୟବସ୍ଥା, କଣ୍ଟାବାଞ୍ଜିରୁ ଜୟପୁର ଭାୟା କୋକସରା ଧର୍ମଗଡ଼ ରେଲୱେ ଲାଇନ ନିର୍ମାଣ, ଭୁବନେଶ୍ୱର ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ହୀରାକୁଦ ଏକ୍ସପ୍ରେସ ଟ୍ରେନକୁ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବଲାଙ୍ଗୀର ବରଗଡ଼ର ଯାତ୍ରୀ ନୂଆଦିଲ୍ଲୀକୁ ଯାତାୟାତ ପାଇଁ ଟ୍ରେନ ଚଳାଚଳ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ସର୍ବୋଚ୍ଚ ବିଦ୍ୟୁତ ଯନ୍ତ୍ରୀ, ସର୍ବୋଚ୍ଚ ବାଣିଜ୍ୟ ଯନ୍ତ୍ରୀ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ, ରେଲୱେ ପୋଲିସ ମହା ନିର୍ଦ୍ଦେଶକ, ଇଷ୍ଟକୋଷ୍ଟ ରେଲୱେ ଜୋନର ସମସ୍ତ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri