Odisha Elections 2024

ଜଙ୍ଗଲ ପରିବେଶ ବିଭାଗ ବିଟ୍‌ହାଉସ ପାଖରେ ଆବର୍ଜନା ଗଦା

ପାରାଦୀପ,୧୫।୧୦(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ଉପକଣ୍ଠ କଂସାରୀପାଟିଆ ନଦୀ ଓ ଅନତି ଦୂରରେ ଥିବା ସମୁଦ୍ର ମଧ୍ୟସ୍ଥଳ ଅଞ୍ଚଳ ହେଉଛି ସଂରକ୍ଷିତ ଜଙ୍ଗଲ। ସେହି ସ୍ଥାନରେ ଜଙ୍ଗଲ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ହାଉସ ରହିଛି। ବିଟ୍‌ହାଉସ ପାଖରେ ଜଙ୍ଗଲୀ ଜୀବଜନ୍ତୁ ପାଣି ପିଇବା ପାଇଁ ଖୋଳାଯାଇଛି ପୋଖରୀ। ବିଟ୍‌ହାଉସ ପାଖରେ କିଛି ବର୍ଷ ହେଲା ପାରାଦୀପ ପୌରପାଳିକା ପକ୍ଷରୁ ସହରର ସମସ୍ତ ବର୍ଜ୍ୟବସ୍ତୁ ଗଦା କରାଯାଉଛି। ପ୍ରାୟ ୧ କିମି ବ୍ୟାପି ରାସ୍ତା କଡରେ ଆବର୍ଜନା ଗଦା ହୋଇ ରହିବା ଯୋଗୁ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏସବୁ ଆବର୍ଜନାକୁ ବୁଲା କୁକୁର ଓ ଗୋରୁ ଖାଉଛନ୍ତି। ପବନରେ ପଲିଥିନ ଉଡ଼ିି ନିକଟସ୍ଥ ନଦୀ ଓ ସମୁଦ୍ରରେ ମିଶୁଛି। ସବୁଠାରୁ କୌତୂହଳ ହେଲା ବିଟ୍‌ହାଉସ ଗଲା କିଛି ଦିନ ହେଲା ବନ୍ଦ ରହିଛି। ତାର ଚତୁଃପାଶର୍‌ବରେ ଥିଲା ଝାଉଁ ଜଙ୍ଗଲ। ଏହାକୁ ଲୋକମାନେ କାଟି ନେବାରେ ଲାଗିଛନ୍ତି। ଏବେ ଆବର୍ଜନା ସେଠାରେ ପଡୁଥିବାରୁ ବିଟହାଉସ ଭୂତକୋଠିପରି ଦୃଶ୍ୟମାନ ହେଉଛି। ଏଭଳିସ୍ଥିତିରେ ତୈଳ ବିଶୋଧନାଗାର, ଜେଏସ୍‌ଡବ୍ଲ୍ୟୁ କମ୍ପାନୀ କର୍ମଚାରୀ, ଶ୍ରମିକ ଓ ଢ଼ିଙ୍କିଆ ଗଡକୁଜଙ୍ଗ ନୂଆଗାଁ ପଞ୍ଚାୟତ ଲୋକ ଉକ୍ତ ବାଟ ଦେଇ ଯାତାୟାତ କରୁଛନ୍ତି। ପାରାଦୀପ ପୌରପାଳିକା ୨୦୧୬ରୁ ଆବର୍ଜନା ପରିଚାଳନା ପାଇଁ ୩ଟି ଏମ୍‌ସିସି (ମ୍ୟୁନିସିପାଲିଟି କମ୍ପୋଷ୍ଟ ସେଣ୍ଟର) ନିିର୍ମାଣ କରିଛି। ଏହି ଏମ୍‌ସିସି ଦ୍ୱାରା ଓଦା ଶୁଖିଲା ଅଳିଆ ଅଲଗା କରାଯାଇ ତାକୁ ଖତ କରାଯାଉଛି। ତାକୁ ‘ମୋ ଖତ’ ବୋଲି ନାମିତ କରାଯାଇଛି। ରାଜ୍ୟରେ ପାରାଦୀପ ପୌରପାଳିକା ଏହି ଏମ୍‌ସିସି ପ୍ରକଳ୍ପ ପ୍ରଥମ କରି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା। ଏପରିକି ୨୦୧୮ରେ ସ୍ବଚ୍ଛ ସହର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିଲା। କିନ୍ତୁ ପଲିଥିନ ପ୍ଲାଷ୍ଟିକର ପୁନଃ ବ୍ୟବହାର କରିବା ପାଇଁ ଘୋଷଣା ହୋଇଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହାଦ୍ୱାରା ଠିକ୍‌ଭାବେ ପୌରାଞ୍ଚଳରୁ ସଂଗୃହୀତ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ କଂସାରୀପାଟିଆରେ ପକାଯାଉଛି।
ଏରସମା ତହସିଲ ଅଧୀନ ନଦୀ ଓ ସମୁଦ୍ର ମଧ୍ୟସ୍ଥଳ ସଂରକ୍ଷିତ ଜଙ୍ଗଲରେ ଏଭଳି ବର୍ଜ୍ୟବସ୍ତୁ ପକାଯିବା ସମ୍ପର୍କରେ ଜଙ୍ଗଲ ପରିବେଶ ବିଭାଗର କୁଜଙ୍ଗ ରେଞ୍ଜ ଅଧିକାରୀ ରଞ୍ଜନ ମିଶ୍ରଙ୍କୁ ପଚାରିଲେ ଆମେ କିଛି ଜାଣିନାହୁଁ ବୋଲି କହିଛନ୍ତି। ଅପରପକ୍ଷେ ବିଟହାଉସ କାହିଁକି ବନ୍ଦ ରହିଛି ପଚାରିଲେ, କିଛି କହିବେ ନାହିଁ ବୋଲି କହିଥିଲେ। ଆବର୍ଜନାଗୁଡିକୁ କଂସାରୀପାଟିଆରେ ପକାଯିବା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ କାହ୍ନୁଚରଣ ଧୀରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri