୩୫ ଓଏଏସ୍‌ ଅଫିସରଙ୍କୁ ବଦଳି କଲେ ସରକାର

ଭୁବନେଶ୍ବର,୧୫ା୧୦(ବ୍ୟୁରୋ): ୧୩୯ଜଣ ଓଏଏସ୍‌ ଅଫିସରଙ୍କୁ ଗୁରୁବାର ବଦଳି କରିବା ପରେ ଶୁକ୍ରବାର ପୁଣି ୩୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ତାଲିକା ପ୍ରକାଶ ପାଇଛି। ତହସିଲଦାର ଓ ବିଡିଓ ସ୍ତରର ଅଫିସରଙ୍କୁ ବଦଳି କରାଯାଇ ଶନିବାର ସୁଦ୍ଧା ନୂଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ଜଣ ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଓଏଏସ୍‌ ଅଫିସର ସୌଭାଗ୍ୟ ରଞ୍ଜନ ଦାସଙ୍କୁ ଜଗତ୍‌ସିଂହପୁର ଡେପୁଟି କଲେକ୍ଟର, ପଦ୍ମନାଭ ପୁରୋହିତଙ୍କୁ ଭଟଲି ତହସିଲଦାର, ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର, ଅଚ୍ୟୁତାନନ୍ଦ ନାଜିଙ୍କୁ ଭଞ୍ଜନଗର ତହସିଲଦାର, ମୁରଲୀଧର ଉର୍ମଲଙ୍କୁ ଲଇକେରା ତହସିଲଦାର, ଶକ୍ତି ମହାପାତ୍ରଙ୍କୁ କୋଟପାଡ଼ ତହସିଲଦାର, ବସନ୍ତ କୁମାର ସାହାଣୀଙ୍କୁ ସୋର ତହସିଲଦାର ଓ ମଧୁସୂଦନ ନାୟକଙ୍କୁ କିଶନନଗର ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କରୁଣାକର ଧିଣ୍ଡାଙ୍କୁ ସୋର ବିଡିଓ, ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ବାଲିଆପାଳ ବିଡିଓ, ଦୀନମଣି ନାଏକଙ୍କୁ ବସ୍ତା ବିଡିଓ, ଜ୍ଞାନରଞ୍ଜନ ସାହୁଙ୍କୁ ନୀଳଗିରି ବିଡିଓ, ଅଭିଷେକ ଦାଶଙ୍କୁ ଔପଦା ବିଡିଓ, ସୁରେନ୍ଦ୍ର ମେହେରଙ୍କୁ ଦେଓଗାଁ ବିଡିଓ, ସୁଚିତ୍ରା ମୁର୍ଗିଙ୍କୁ କର୍ଲାମୁଣ୍ଡା ବିଡିଓ, ଶିବପ୍ରସାଦ ପଟ୍ଟନାୟକଙ୍କୁ ନବରଙ୍ଗପୁର ବିଡିଓ, ଲୋଚନ ଦାସଙ୍କୁ ସତ୍ୟବାଦୀ ବିଡିଓ, ପବିତ୍ର କୁମାର ବେହେରାଙ୍କୁ କଣାସ ବିଡିଓ, ପ୍ରଭାତୀ ଝୋଡ଼ିଆଙ୍କୁ ରାମନାଗୁଡ଼ା ବିଡିଓ, ଦୁର୍ଗାଚରଣ ମୁର୍ମୁଙ୍କୁ କଙ୍କଡ଼ାହାଡ଼ ବିଡିଓ, ସୁଧୀର ସିଂଙ୍କୁ କେ.ନୂଆଗାଁ ବିଡିଓ, ତପନ କୁମାର ସେନାପତିଙ୍କୁ ମୟୂରଭଞ୍ଜ ଜିଲାର ଜିବିନଗର ବିଡିଓ ଓ ପ୍ରେମାନନ୍ଦ ବେହେରାଙ୍କୁ ରରୁଆଁ ବିଡିଓ ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri