ଶରତ କୁମାର ଧଳ
ପଟ୍ଟାଙ୍ଗୀ, ୧୫ା୧୦: ପ୍ରଥମେ ଭୂମି ହାତେଇବାକୁ ଚକ୍ରାନ୍ତ। ଏବେ ଭାଷାକୁ ଅକ୍ତିଆର କରିବାକୁ ପ୍ରୟାସ। ସୀମାନ୍ତ କୋରାପୁଟ ଜିଲାରେ ସରକାରୀ ସ୍କୁଲ ପରିଚାଳନାରେ ରାଜ୍ୟ ପ୍ରଶାସନର ବିଫଳତା, ବିପଦରେ ପଡ଼ିଥିବା ଓଡ଼ିଆ ଭାଷା ସୁରକ୍ଷା ଲାଗି ଯୋଜନାର ଅଭାବ, ସର୍ବୋପରି ପ୍ରାଥମିକ ଶିକ୍ଷାର ହୁଗୁଳା ଭିତ୍ତିଭୂମିର ସୁଯୋଗ ନେଉଛି ଆନ୍ଧ୍ରପ୍ରଦେଶ। ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌ ଥିବା ଦର୍ଶାଯାଇ ବନ୍ଦ କରିଦିଆଯାଉଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁବିଧା ଦୃଷ୍ଟିରୁ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଉଛି। ହେଲେ ହାତପାଆନ୍ତାରେ ପିଲାଙ୍କୁ କିପରି ଶିକ୍ଷା ମିଳିବ ତାହାର ବିକଳ୍ପ କରାଯାଉନାହିଁ। ଫଳରେ ଓଡ଼ିଆ ସ୍କୁଲରେ ତାଲା ଝୁଲୁଥିବା ବେଳେ ସେଠାରେ ଶିକ୍ଷା ବ୍ୟବସ୍ଥାକୁ କରାୟତ୍ତ କରିବାକୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିସାରିଲାଣି ଆନ୍ଧ୍ର। ସମ୍ପୃକ୍ତ ଗ୍ରାମଗୁଡ଼ିକରେ ପଡ଼ୋଶୀ ରାଜ୍ୟ ପକ୍ଷରୁ ଆରମ୍ଭ କରାଯାଇଛି ପ୍ରୋତ୍ସାହନଭିତ୍ତିକ ଶିକ୍ଷାଦାନ କାର୍ଯ୍ୟକ୍ରମ। ତେଲୁଗୁ ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରାଯାଉଛି। ଏସବୁ କାର୍ଯ୍ୟକ୍ରମକୁ ନିୟମିତ ତଦାରଖ କରୁଛନ୍ତି ଆନ୍ଧ୍ର ଅଧିକାରୀ। ଅମ୍ପାବାଲି, ତଳଗୋଲୁରୁ, ଶୁଙ୍କି, କୋଟିଆ ଭଳି ବିଭିନ୍ନ ଗ୍ରାମରେ ଅନେକ ତେଲୁଗୁ ସ୍କୁଲ ମୁଣ୍ଡ ଟେକିବା ଓଡ଼ିଶା ସରକାର ଏବଂ ସ୍ଥାନୀୟ ପ୍ରଶାସନର ଦୂରଦୃଷ୍ଟିହୀନ ଶିକ୍ଷା ଯୋଜନାକୁ ପଦାକୁ ଆଣିଥିବାବେଳେ ସୀମାନ୍ତରେ ଓଡ଼ିଆ ଭାଷା ପ୍ରତି ଦେଖାଦେଇଥିବା ସଙ୍କଟ ଆହୁରି ଗମ୍ଭୀର ରୂପ ନେଲାଣି।
ସୀମା ସଂଘାତକୁ ନେଇ ଜାତୀୟସ୍ତରରେ ‘କୋଟିଆ ଗ୍ରାମପୁଞ୍ଜ’ ଆଲୋଚନାର ପ୍ରସଙ୍ଗ ରହି ଆସିଥିବାବେଳେ ଏବେ ଭାଷାକୁ କରାୟତ୍ତ କରିବା ପାଇଁ ପ୍ରାଥମିକ ସ୍କୁଲକୁ ମାଧ୍ୟମ କରିଛି ଆନ୍ଧ୍ର ପ୍ରଶାସନ। କୋଟିଆ ପଞ୍ଚାୟତର ଆର୍ଜୁବାଲସାରେ ଦେଖିବାକୁ ମିଳିଛି ଏହାର ଏକ ଦୃଷ୍ଟାନ୍ତ। ୨୦୦୮ରେ ଏଠାରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସ୍ଥାପିତ ହୋଇଥିଲା ‘ନୂତନ ପ୍ରାଥମିକ ବିଦ୍ୟାଳୟ’। ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯାଉଥିଲା। ମାତ୍ର ୧୩ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ରହୁଥିବା ଦର୍ଶାଇ ଏହାକୁ ୨୦୨୦ ନଭେମ୍ବର ୧୧ରେ ବନ୍ଦ କରିଦିଆଯାଇଛି। ପରେ ତାହାକୁ ତାଡ଼ିବାଲସା ସ୍କୁଲରେ ମିଶ୍ରଣ କରାଯାଇଛି। ଆର୍ଜୁବାଲସାରୁ ତାଡ଼ିବାଲସାର ଦୂରତା ୧ କିଲୋମିଟର ହୋଇଥିବାବେଳେ ଛାତ୍ରୀଛାତ୍ରମାନେ ସରକାରୀ ସ୍କୁଲକୁ ଯିବାକୁ ଅମଙ୍ଗ ହେଉଛନ୍ତି। ସେମାନେ ଆନ୍ଧ୍ର ପକ୍ଷରୁ ଆର୍ଜୁବାଲସାରେ ଖୋଲାଯାଇଥିବା ତେଲୁଗୁ ସ୍କୁଲମୁହଁା ହୋଇଛନ୍ତି।
କେବଳ ଏତିକି ନୁହେଁ, ଆର୍ଜୁବାଲସାରେ ୨୪ ପିଲାଙ୍କୁ ନେଇ ଆନ୍ଧ୍ର ପକ୍ଷରୁ ଖୋଲାଯାଇଛି ଏକ ଅଙ୍ଗନଓ୍ବାଡି କେନ୍ଦ୍ର। ଏହା ଏକ ଅସ୍ଥାୟୀ ଗୃହରେ ଚାଲିଥିବାବେଳେ ସେଠାରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ସରକାର ପୁଷ୍ଟିକର ଖାଦ୍ୟ ନାମରେ ଅଣ୍ଡା, ଛତୁଆ ଦେଇ ଦାୟିତ୍ୱ ସାରି ଦେଉଥିବା ବେଳେ ସେଠାରେ ଆନ୍ଧ୍ର ସରକାର ସପ୍ତାହକୁ ଥରେ ଅଣ୍ଡା, ଛତୁଆ, ରାଶିଲଡ଼ୁ, ବାଦାମଲଡ଼ୁ, ଖଜରା, ଚାଉଳ, ଡାଲି ସହ ରନ୍ଧାଖାଦ୍ୟ ଦେଉଛନ୍ତି। ଗର୍ଭବତୀ ମା’ଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ପ୍ରତି ପିଲା ପିଛା ବର୍ଷକୁ ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଥିବା ସ୍ଥାନୀୟ ମହିଳା କହିଛନ୍ତି। ଆନ୍ଧ୍ର ଅଙ୍ଗନଓ୍ବାଡି ପରିଚାଳନା ଦାୟିତ୍ୱରେ ଥିବା ମହିଳା କର୍ମଚାରୀମାନେ ନିୟମିତ ସରକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। କିଛିବର୍ଷ ତଳେ ବୋରାମୁଠା ସହିତ ୧୩ଟି ଗ୍ରାମକୁ ନିଜ ଅଧୀନକୁ ନେଇଯାଇଥିଲା ଆନ୍ଧ୍ର, ଯାହାର ଦୁଃଖ ଏଯାଏ କୋରାପୁଟ ଜିଲାବାସୀଙ୍କ ମନରୁ ଯାଇନାହିଁ। ଏବେ ତେଲୁଗୁ ସ୍କୁଲର ବିସ୍ତାର ଓ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଆନ୍ଧ୍ର ପକ୍ଷରୁ କରାଯାଉଥିବା ଉଦ୍ୟମ ଚିନ୍ତାଜନକ ହୋଇଛି। ଏ ଦିଗରେ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେଲେ ଆନ୍ଧ୍ରକୁ କଡ଼ା ଜବାବ ମିଳନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ କୁହନ୍ତି, ପିଲାଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ଲାଗି କୁଇ ଭାଷାର ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ରହିଛି। ଏଥିଲାଗି ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି। ବିଦ୍ୟାଳୟଗୁଡିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଆବଶ୍ୟକ ଖେଳ ସାମଗ୍ରୀ ରଖିବାକୁ ପଡ଼ିବ। ଅନ୍ୟପଟେ ଆନ୍ଧ୍ର ପିଲାମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦେଉଛି, ତାହା ଆମପକ୍ଷେ ସହଜ ନୁହେଁ ବୋଲି କହି ଜିଲା ଶିକ୍ଷାଧିକାରୀ ନିଜର ଅସହାୟତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri