ଝୁଲିଲା ଭାରତ, ବ୍ରିଟେନ ଏଫ୍‌ଟିଏ

ନୂଆଦିଲ୍ଲୀ/ଲଣ୍ଡନ,୧୪ା୧୦:ବ୍ରିଟେନରେ ବସବାସ କରୁଥିବା ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ଲଗାତର ସର୍ବାଗ୍ରେ ରହିଆସିଛନ୍ତି। ସଦ୍ୟ ତଥ୍ୟାନୁସାରେ ଚଳିତବର୍ଷ ପ୍ରାୟ ୧,୧୮,୦୦୦ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନର ଷ୍ଟୁଡେଣ୍ଟ ଭିଜା ପାଇଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୮୯% ଅଧିକ। ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସ୍ବାକ୍ଷର ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ବ୍ରିଟେନର ପୂର୍ବତନ ସ୍ବରାଷ୍ଟ୍ର ସଚିବ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ସ୍ବରାଷ୍ଟ୍ର ସଚିବ ସୁଏଲା ବ୍ରାଭରମ୍ୟାନ୍‌ଙ୍କ ସଦ୍ୟ ମନ୍ତବ୍ୟ ପରେ ଏଫ୍‌ଟିଏ ଏକ ସନ୍ତୁଳିତ ଅବସ୍ଥାରେ ଝୁଲୁଛି। ଏଫ୍‌ଟିଏ ଅଧୀନରେ ଛାତ୍ରୀଛାତ୍ର ଓ ଉଦ୍ୟୋଗୀମାନଙ୍କ ପାଇଁ ନିୟମଗୁଡ଼ିକୁ ଅଧିକ ସହଜ ଓ ସରଳ କରିବା ଉପରେ ବୁଧବାର ଆପତ୍ତି ଉଠାଇ ବ୍ରାଭରମ୍ୟାନ୍‌ କହିଥିଲେ, ଏହି ଦେଶର ପ୍ରବାସନ ସ୍ଥିତିକୁ ଦେଖିଲେ ଭିଜା ଶେଷ ହେବା ପରେ ମଧ୍ୟ ରହୁଥିବା ସର୍ବାଧିକ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ୁଛି। ବ୍ରାଭରମ୍ୟାନ୍‌ ଏପରି ଆପତ୍ତି ଉଠାଇବା ପରେ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି। ଫଳରେ ଅକ୍ଟୋବର ୨୪ ଦୀପାବଳି ସୁଦ୍ଧା ଚୂଡ଼ାନ୍ତ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଧାର୍ଯ୍ୟ କରିଥିବା ଏହି ଡିଲ୍‌ ରଦ୍ଦ ହେବା ଅବସ୍ଥାକୁ ଚାଲିଆସିଥିବା କୁହାଯାଉଛି।
କ’ଣ କହିଥିଲେ ବ୍ୟାଭରମ୍ୟାନ୍‌
‘ଦି ସ୍ପେକ୍ଟାଟର’ ସାପ୍ତାହିକକୁ ସାକ୍ଷାତ୍‌କାର ଦେଇ ସୁଏଲା ବ୍ୟାଭରମ୍ୟାନ୍‌ କହିଛନ୍ତି, ବ୍ରିଟେନରେ ସର୍ବାଧିକ ବିଦେଶୀ ପ୍ରବାସୀ ହେଉଛନ୍ତି ଭାରତୀୟ। ଭିଜା ଅବଧି ଶେଷ ହେବା ପରେ ମଧ୍ୟ ଭାରତୀୟମାନେ ଏଠାରେ ବସବାସ କରୁଛନ୍ତି। ଏହି ସ୍ଥଳେ ଦୁଇ ଦେଶ ମଧ୍ୟରେ ଏଫ୍‌ଟିଏ ସ୍ବାକ୍ଷର ହେଲେ ଭାରତୀୟ ଶରଣାର୍ଥୀଙ୍କ ସଂଖ୍ୟା ଆହୁରି ବଢ଼ିଯିବ। ଭାରତ ସହ ସୀମାମୁକ୍ତ ପ୍ରବାସନ ନୀତିକୁ ନେଇ ମୁଁ ଚିନ୍ତିତ। ଲୋକେ ଏଥିପାଇଁ ୟୁରୋପୀୟ ସଂଘ (ଇୟୁ)ଠାରୁ ବ୍ରିନେଟନର ବିଚ୍ଛେଦ (ବ୍ରେକ୍‌ଜିଟ) ସପକ୍ଷରେ ଭୋଟ ଦେଇଥିଲେ ବୋଲି ମୁଁ ମନେକରୁ ନାହିଁ। ଏପରି କି ଗତବର୍ଷ ଏହା ଉପରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଆମେ ଭାରତୀୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲୁ। ଏହା ଭଲ ଭାବେ କାମ କରିନାହିଁ।
ଭାରତର ପ୍ରତିକ୍ରିୟା
ବ୍ରାଭରମ୍ୟାନ୍‌ଙ୍କ ବିବୃତିକୁ ନେଇ ଭାରତର ଚିନ୍ତା ବଢ଼ିଥିବା ଜଣାପଡ଼ିଛି। ବ୍ରିଟେନରେ ପ୍ରକାଶିତ ‘ଦି ଟାଇମ୍ସ’ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି, ବ୍ରାଭରମ୍ୟାନ୍‌ଙ୍କ ‘ଅସମ୍ମାନପୂର୍ଣ୍ଣ’ ମନ୍ତବ୍ୟକୁ ନେଇ ଭାରତ ସରକାରଙ୍କ ମନ୍ତ୍ରୀମାନେ ‘ସ୍ତବ୍ଧ ଓ ନିରାଶ’ ହୋଇଛନ୍ତି। ସେହିପରି ଦୀପାବଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ବେଳେ ଏଫ୍‌ଟିଏ ସ୍ବାକ୍ଷର ହୋଇ ନ ପାରେ ବୋଲି ‘ପଲିଟିକୋ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଭାରତକୁ ଆସିବାକୁ ଥିବା ବ୍ରିଟେନ ନାଗରିକମାନଙ୍କୁ ଭିଜା ପାଇଁ ଭିଜା କେନ୍ଦ୍ରରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ନୂଆ ନିୟମ କରିଛନ୍ତି। ବ୍ରାଭରମ୍ୟାନ୍‌ଙ୍କ ସଦ୍ୟ ଆଭିମୁଖ୍ୟ ପ୍ରତିବାଦରେ ଏପରି କରାଯାଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ବ୍ରିଟେନର ଆନୁଷ୍ଠାନିକ ଆଭିମୁଖ୍ୟ ନୁହେଁ
ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ମୁଖପାତ୍ର ବୁଧବାର କହିଛନ୍ତି, ବ୍ରିଟେନ୍‌ ଏବେ ମଧ୍ୟ ଦୀପାବଳି ସୁଦ୍ଧା ଭାରତ ସହ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ସହମତ ହେବାକୁ ଚାହୁଁଛି। ବ୍ରାଭରମ୍ୟାନ୍‌ଙ୍କ ବିବୃତି ପରେ ଏହି ଡିଲ୍‌ର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର ବ୍ରିଟେନ ବହିର୍ବ୍ୟାପାର ମନ୍ତ୍ରୀ ଜେମ୍ସ କ୍ଲେଭର୍ଲି କହିଛନ୍ତି, ଭାରତ ସହ ଆହୁରି ମଜଭୁତ ବାଣିଜି୍ୟକ ସମ୍ପର୍କ ରଖିବାକୁ ଆମେ ଆଗ୍ରହୀ।
କେତେ ବାଟ ଆଗେଇଥିଲା
ଗତବର୍ଷ ମେ’ରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ତତ୍କାଳୀନ ବ୍ରିଟେନ ପ୍ରତିପକ୍ଷ ପ୍ରୀତି ପଟେଲଙ୍କ ମଧ୍ୟରେ ବାଣିଜି୍ୟକ ଚୁକ୍ତି ମାଇଗ୍ରେଶନ ଆଣ୍ଡ ମୋବିଲିଟି ପାର୍ଟନରଶିପ୍‌ (ଏମ୍‌ଏମ୍‌ପି) ନେଇ ସହମତି ପ୍ରକାଶ ପାଇଥିଲା। ଉଭୟ ବ୍ରିଟେନ ଓ ଭାରତରେ ରହି କାର୍ଯ୍ୟ କରିବା ଓ ପରସ୍ପରର ସଂସ୍କୃତିକୁ ନେଇ ନୂଆ ଅନୁଭୂତି ସାଉଁବାକୁ ଚାହୁଁଥିବା ଅନେକ ହଜାର ଯୁବତୀଯୁବକଙ୍କୁ ନୂତନ ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଏହାକୁ ଦୁଇଦେଶର ସରକାରଙ୍କ ମଧ୍ୟରେ ଏକ ଐତିହାସିକ ରାଜିନାମା ରୂପେ ବିବେଚନା କରାଯାଉଥିଲା। ଦୁଇଦେଶ ମଧ୍ୟରେ ଅନ୍ତରୀଣ ଚୁକ୍ତି ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି, ଲୋକଙ୍କ ଗମନାଗମନ ଏବଂ ଭାରତକୁ ସ୍କଚ୍‌ ହ୍ବିସ୍କି ଶସ୍ତାରେ ଆମଦାନୀ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଥିଲା। ବ୍ରିଟେନର ହାଇଟେକ୍ନୋଲୋଜି ଶିଳ୍ପ ଓ ଆର୍ଥିକ ବଜାରଗୁଡ଼ିକରେ ସହଜରେ ପ୍ରବେଶ କରିବା ସହ ସେଠାକୁ ଯିବା ସମୟରେ ଭିଜା ଉପରେ ଥିବା କଡ଼ା କଟକଣା ହଟାଯାଉ ବୋଲି ଭାରତ ଚାହୁଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri