ବଡ଼ ହୋଟେଲରେ ଖାଇ ଖୁସିହେଲେ ବସ୍ତି ପିଲା

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଡ଼ ହୋଟେଲରେ ବସି ସୁସ୍ବାଦୁ ଖାଦ୍ୟ ଖାଇ ଖୁସି ହୋଇଛନ୍ତି ବସ୍ତି ପିଲା। ପୂର୍ବରୁ ଏଭଳି ସୁଯୋଗ ପାଇ ନ ଥିବା ଏହି କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଆରା ପ୍ରୟାସ କରିଛି ବକୁଳ ଫାଉଣ୍ଡେଶନ ଓ ବାର୍ବିକ୍ୟୁ ନେଶନ। ବକୁଳ ପକ୍ଷରୁ ଦାନ ଉତ୍ସବ ପାଳନ ଅବସରରେ ମଙ୍ଗଳବାର ଭୁବନେଶ୍ୱରର କାର୍‌ଗିଲ ବସ୍ତି, ଭରତପୁର ବସ୍ତି, ସାଲିଆ ସାହି, ୟୁନିଟ୍‌-୯ ଆଦି ବସ୍ତିର ୧୨୦ ପିଲାଙ୍କୁ ଗଜପତିନଗରସ୍ଥିତ ବାର୍ବିକ୍ୟୁ ନେଶନ ହୋଟେଲରେ ସ୍ବତନ୍ତ୍ର ଖାଦ୍ୟ ଖୁଆଇବାର ବ୍ୟବସ୍ଥା କରାଯାଇଥିଲା। କମିଶନରେଟ୍‌ ପୋଲିସ ସହାୟତାରେ ପିଲାମାନେ ବସ୍ତିରୁ ବାର୍ବିକ୍ୟୁ ନେଶନରେ ପହଞ୍ଚତ୍ବା ପରେ ଗୋଟିଏ ପରେ ଗୋଟିଏ ଖାଦ୍ୟ ପରଷା ଯାଇଥିଲା। ପ୍ରଥମେ ଷ୍ଟାର୍ଟର, ପରେ ମେନ୍‌ କୋର୍ସରେ ଭଳିକି ଭଳି ସୁଆଦିଆ ଆମିଷ ଓ ନିରାମିଷ ଖାଦ୍ୟ ଦିଆଯାଇଥିଲା। ପିଲାମାନେ ଆନନ୍ଦରେ ପେଟପୂରା ଖାଇଥିଲେ। ପରସ୍ପର ମଧ୍ୟରେ ଖୁସି ବାଣ୍ଟି ସମ୍ପର୍କ ଯୋଡ଼ିଥିଲେ। ଶେଷରେ ଗୁଲାବ ଜାମୁନ୍‌ ଖାଇ କୋଲ୍ଡଡ୍ରିଙ୍କସ୍‌ ପିଇ ଖୁସିରେ ଫେରିଥିଲେ। ଏହା ବାର୍ବିକ୍ୟୁ ନେଶନରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ଯିବେବେଳେ ଏହି କୁନି କୁନି ପିଲାଙ୍କ ମନର ଖୁସି ବାରି ହୋଇପଡିଥିଲା। ଏତେ ବଡ଼ ହୋଟେଲରେ ବସି ଏଭଳି ଖାଦ୍ୟ ଖାଇବାର ସୁଯୋଗ କେବେ ମିଳି ନ ଥିଲା। ମନଭରି ଖାଇଲୁ, ଭାରି ଭଲ ଲାଗିଲା ବୋଲି ପିଲାମାନେ କହିଥିଲେ।
ଦାନ ଉତ୍ସବର ଅଂଶୀଦାରଭାବେ ଗତ ୬ ତାରିଖରୁ ବାର୍ବିକ୍ୟୁ ନେଶନ ‘ବିଗ୍‌ ଆପିଟାଇଟ୍‌ ଓ ବିଗର ହାର୍ଟସ ଅଭିଯାନ’ ଆରମ୍ଭ କରିଥିଲା। ଆଗାମୀ ଦିନରେ ଏହି ଅଭିଯାନରେ ବାର୍ବିକ୍ୟୁ ନେଶନ୍‌କୁ ଖାଇବା ପାଇଁ ଆସୁଥିବା ଅତିଥିମାନେ ମଧ୍ୟ ନିଜକୁ ସାମିଲ କରିପାରିବେ ବୋଲି ଏହାର ସିଇଓ ରାହୁଲ ଅଗ୍ରୱାଲ କହିଛନ୍ତି।
ସୂଚନାଯୋଗ୍ୟ, ବକୁଳ ଫାଉଣ୍ଡେଶନ ପ୍ରତିବର୍ଷ ନିଆରା ଢଙ୍ଗରେ ଗତ ୨ ତାରିଖରୁ ଦାନ ଉତ୍ସବ ପାଳନ କରୁଛି। ପ୍ରଥମ ଦିନରୁ ୩ଶହ ସାମାଜିକ କର୍ମୀ ୫୦ରୁ ଊର୍ଦ୍ଧ୍ୱ ବସ୍ତି ଅଞ୍ଚଳରେ ପିଲାଙ୍କ ସହ ଖେଳ, ନାଚଗୀତ, ଗପକୁହା, ହସ୍ତଶିଳ୍ପ କାରିଗରି ଆଦି ମାଧ୍ୟମରେ ଖୁସି ବାଣ୍ଟିଥିଲେ। ଏଥିସହିତ ପିଲାଙ୍କ ମଧ୍ୟରେ ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବକୁଳ ଲାଇବ୍ରେରିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବୋଲି ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇ କମିଶନରେଟ ପୋଲିସ ବସ୍ତି ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri