୭ ହାଇୱେ ଲୁଟେରା ଗିରଫ

ଖୋର୍ଦ୍ଧା ଅଫିସ,୧୦ା୧୦: ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ୧୬ନମ୍ବର ଜାତୀୟ ରାଜପଥରେ ଲୁଟପାଟ ଓ ଡକାୟତି କରୁଥିବା ଏକ ହାଇୱେ ଲୁଟେରା ଗ୍ୟାଙ୍ଗ ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ତୋଟାପଡ଼ା ଖୋର୍ଦ୍ଧା ଟାଉନ ଷ୍ଟେଶନ ନିକଟରେ ଏକ ଗ୍ୟାଙ୍ଗ ରାଜପଥରେ ମାଲବାହୀ ଟ୍ରକ ସମେତ ଡ୍ରାଇଭରଙ୍କୁ ଅପହରଣ ଲାଗି ଯୋଜନା କରୁଥିବା ଖବରପାଇ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ କାର୍‌, ନଗଦ ୮୦ହଜାର ଟଙ୍କା, ୨ଟି ଚାପଡ଼, ଲୁହାରଡ, ପ୍ଲାଷ୍ଟିକ ପାଇପ, ୩ଟି କାଠବାଡି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ କୁଶପଲ୍ଲାର ଏସ୍‌.କେ. ଜାଫର ଓରଫ ରାଜା (୨୭), ଡ୍ରାଇଭର ଶୁଭମ ମହାପାତ୍ର (୨୧), ପ୍ରତାପ କୁମାର ସାହୁ(୨୨), ଖୋର୍ଦ୍ଧା ଥାନା ଅଧୀନ ତରତୁଆର ଅଲିମ ଖାନ(୨୧) ଓ ଚନ୍ଦନ କୁମାର ବେହେରା (୪୧), ଭୁବନେଶ୍ୱର ଖଣ୍ଡିଗିରି ଥାନା ଅଧୀନ ଯଦୁପୁରର ଅବଦୁଲ୍‌ ଜାହିର ଖାନ (୨୫) ଏବଂ ଏମ୍‌.ଡି. ସାଜିଦ୍‌(୨୬)। ଏମାନଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ପୋଲିସ ଖୋଳତାଡ଼ କରୁଛି।
ସୂଚନା ଅନୁଯାୟୀ, ଅନ୍ଧାର ରାତିର ସୁଯୋଗ ନେଇ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଲୁଟେରା ଗ୍ୟାଙ୍ଗ ମାରଣାସ୍ତ୍ର ଦେଖାଇ ଗତ କିଛି ଦିନ ଧରି ମାଲବାହୀ ଟ୍ରକ, ଯାନବାହନ ପ୍ରଭୃତି ଅଟକାଇ ଲୁଟ୍‌ପାଟ୍‌ କରୁଥିଲେ। ଏହି ଖବର ପୋଲିସ ନିକଟରେ ପହଞ୍ଚିଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ହାଇୱେ ପାଟ୍ରୋଲିଂ ଏବଂ ରାତ୍ରକାଳୀନ ପାଟ୍ରୋଲିଂକୁ କଡ଼ାକଡି କରାଯାଇଥିଲା। ଶନିବାର ରାତିରେ ଟାଉନ ଥାନା ଏସ୍‌ଆଇ ସୁକାନ୍ତ କୁମାର ଦଳାଇ ପାଟ୍ରୋଲିଂ କରୁଥିବା ବେଳେ ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ ଲାଗି ଏକ ଗ୍ୟାଙ୍ଗ ଯୋଜନା କରୁଥିବା ଖବର ପାଇଥିଲେ। ତାଙ୍କ ସହିତ ଏସ୍‌ଆଇ ସସ୍ମିତା ବେହେରା, ଏଏସ୍‌ଆଇ ପି.କେ. ପ୍ରଧାନ, ହାବିଲଦାର ବି.କେ. ପାତାଳସିଂ, କନଷ୍ଟେବଳ ପ୍ରଦୀପ ହରିଚନ୍ଦନ ଏବଂ ଏମ୍‌.ଖାନ ପ୍ରମୁଖ ସାମିଲ ହୋଇଥିଲେ। ଲୁଟେରାମାନେ ଏକ ନମ୍ବର ବିହୀନ କାର୍‌ରେ ମାରଣାସ୍ତ୍ର ସହ ଲୁଟ୍‌ ଯୋଜନା କରୁଥିବେଳେ ପୋଲିସ ସେମାନଙ୍କୁ ଘେରିଯାଇ କାବୁ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ରାଜପଥରେ ଲୁଟ୍‌ ଯୋଜନା ସମ୍ପର୍କରେ ପୋଲିସ ଆଗରେ ସ୍ବୀକାର କରିଥିବା ଏସ୍‌ଆଇ ଦଲାଇ କହିଛନ୍ତି। ଏହି ଗ୍ୟାଙ୍ଗର ଚେର କେତେବାଟ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri