ବାପାଙ୍କ ସ୍ବପ୍ନ ପୂରଣ କଲେ ପାପଡ଼ାହାଣ୍ଡିର ଚନ୍ଦନ

ପାପଡ଼ାହାଣ୍ଡି,୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ନୂଆସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ଓ ପାପଡ଼ାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ୧୪୯ ର଼୍ୟାଙ୍କ୍‌ରେ ରହିଛନ୍ତି। ୨ ବର୍ଷ ଧରି ଭୁବନେଶ୍ୱରରେ ରହି ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଶୁକ୍ରବାର ଫଳ ପ୍ରକାଶ ପାଇବା ପରେ ପାପଡ଼ାହାଣ୍ଡିରେ ଖୁସିର ଲହରି ଖେଳଯାଇଛି। ଚନ୍ଦନଙ୍କ ବାପା ଜଗନ୍ନାଥ ନାୟକ ବଡ଼ କୁମୁଲି ପ୍ରାଣୀ ଚିକିତ୍ସାଳୟରେ ଏଲ୍‌ଆଇ ଅଛନ୍ତି।
ବାପାଙ୍କ ଠାରୁ ଓଏଏସ୍‌ ପାଇଁ ପ୍ରେରଣା ପାଇଥିଲି। ଏହା ତାଙ୍କର ସ୍ବପ୍ନ ଥିଲା। ତାହା ସାକାର କରିଛି। ବାପା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ତେଣୁ ପ୍ରଥମ ଶ୍ରେଣୀ କର୍ମଚାରୀ ହେବାକୁ ଚାହୁଁ ଥିଲି ବୋଲି ଚନ୍ଦନ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରିବା ସହ ପରିବାର ଛାଡି ଭୁବନେଶ୍ୱର ରହି ପରୀକ୍ଷା ପ୍ରସ୍ତୁତି କରୁଥିଲେ ବୋଲି ଚନ୍ଦନ କହିଛନ୍ତି। କରୋନା ପୂର୍ବରୁ ୨୦୧୯ରେ ପ୍ରିଲିମିନାରୀରେ ସଫଳତା ପାଇ ନ ଥିଲେ ମଧ୍ୟ ମନୋବଳ ଭାଙ୍ଗି ନ ଥିଲା। ଅଧିକ ପରିଶ୍ରମ କରିଥିଲି। ଓଏଏସ୍‌ ପାଇବା ନେଇ ଆତ୍ମବିଶ୍ୱାସ ଥିଲାବୋଲି ସେ କହିଛନ୍ତି। ଆଦିବାସୀ ଅଞ୍ଚଳରୁ ଆସିଛି, ଏଠାରେ ଲୋକଙ୍କ ଅନେକ ସମସ୍ୟା ରହିଛି। ସ୍ବାସ୍ଥ୍ୟ ସମସ୍ୟା ବେଶୀ। ଆଦିବାସୀଙ୍କ ଭାଷା ବୁଝି ପାରୁଥିବାରୁ ଲୋକଙ୍କ ସମସ୍ୟା ଠିକ ଭାବରେ ଉପସ୍ଥାପନା କରି ତାହାର ସମାଧାନ କରାଇ ପାରିବି ବୋଲି ଚନ୍ଦନ କହିଛନ୍ତି। ଆତ୍ମ ବିଶ୍ୱାସ, ବାପା, ମା, ବଡ଼ ଭଉଣୀ, ଭିଣୋଇ ଏବଂ ଗୁରୁଜନଙ୍କୁ ଚନ୍ଦନ ନିଜ ସଫଳତାର ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri