ଧିମେଇଛି ଗଜ ସୁରକ୍ଷା ପ୍ରକଳ୍ପ

ରତନ ନାୟାର
ଢେଙ୍କାନାଳ ଅଫିସ୍‌, ୮।୧୦: ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ନିଯୁକ୍ତ ହୋଇଛନ୍ତି ‘ଗଜବନ୍ଧୁ’। ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମରେ କରାଯାଇଛି ‘ସୋଲାର ଫ୍ୟାନ୍ସିଂ’ ବ୍ୟବସ୍ଥା। ଆରମ୍ଭ ହୋଇଛି ‘ରି-ହାବ୍‌’ (ରିଡ୍ୟୁସିଂ ଏଲିଫ୍ୟାଣ୍ଟ-ହ୍ୟୁମାନ ଆଟାକ୍ସ ୟୁଜିଂ ବିଇଜ୍‌) । ଜାତୀୟ ରାଜପଥରେ ଲଗାଯାଇଛି ନାଲିବତୀ। ସ୍ବତନ୍ତ୍ର ଧ୍ୱନି ସଙ୍କେତ ମାଧ୍ୟମରେ ପଥଚାରୀଙ୍କୁ କରାଯାଉଛି ସତର୍କ। ଏହାକୁ ବାଦ୍‌ଦେଲେ ରେଲଓ୍ବେ ଓଭରପାସ୍‌, ଅଣ୍ଡରପାସ୍‌ ଭଳି ଅଧଡଜନରୁ ଊର୍ଦ୍ଧ୍ୱ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଅପେକ୍ଷାରେ। ଏହାସତ୍ତ୍ୱେ ଓଡ଼ିଶାର ମୟୂରଭଞ୍ଜର ଶିମିଳିପାଳ ପରେ ଦ୍ୱିତୀୟ ହାତୀବହୁଳ ଜିଲା ଢେଙ୍କାନାଳରେ କମୁନାହିଁ ହାତୀ-ମଣିଷ ବିବାଦ। ଅଦ୍ୟାବଧି କାର୍ଯ୍ୟକାରୀ ହୋଇଥିବା କୌଣସି ଗୋଟିଏ ବି ପାଇଲଟ୍‌ ପ୍ରୋଜେକ୍ଟ ଶତପ୍ରତିଶତ ସଫଳ ହୋଇପାରୁ ନ ଥିବାବେଳେ ଜଙ୍ଗଲ ଛାଡ଼ି ଜନବସତିରେ ପଶୁଛନ୍ତି ହାତୀ। ଏଥିରେ ଯେ କେବଳ ଧନଜୀବନ କିମ୍ବା ଫସଲ ହାନି ହେଉଛି ତାହା ନୁହେଁ, ଐତିହ୍ୟ ମାନ୍ୟତାପ୍ରାପ୍ତ ଏହି ବିଶାଳକାୟ ବନ୍ୟପ୍ରାଣୀ ମଧ୍ୟ ନିଜ ଅସ୍ତିତ୍ୱ ରକ୍ଷା ଲାଗି କରୁଛନ୍ତି ସଂଘର୍ଷ।
ହାତୀଙ୍କୁ ଘଉଡ଼ାଇବାରେ ଅତ୍ୟାଧୁନିକ ‘ଐରାବତ’ ଯାନ ଫେଲ୍‌ ମାରୁଛି। ଏକା ସମୟରେ ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କଲେ ବନ ବିଭାଗ ଯୋଜନାର ଫସରଫାଟୁଛି। ସେହିପରି ଉପଦ୍ରୁତ ଅଞ୍ଚଳରେ ସ୍ଥାନୀୟ ବନ ସଂରକ୍ଷଣ ସମିତି (ଭିଏସ୍‌ଏସ୍‌) ସଦସ୍ୟଙ୍କୁ ‘ଗଜବନ୍ଧୁ’ ଭାବେ ନିଯୁକ୍ତି ଦିଆଯାଉଛି। ତେବେ ଏଥିଲାଗି ସ୍ବତନ୍ତ୍ର ପାଣ୍ଠି ନାହିଁ। ଫଳରେ ଗଜବନ୍ଧୁମାନେ ଜୀବନକୁ ବିପଦରେ ପକାଇ ହାତୀ ସୁରକ୍ଷା ଲାଗି ଆଗଭର ହେଉନାହାନ୍ତି। ଅନୁରୂପ ଭାବେ ପରିଚାଳନା ଓ ସମନ୍ବୟ ଅଭାବରୁ ସୋଲାର ତାରବାଡ଼ ଏବଂ ମହୁବାକ୍ସ ପ୍ରକଳ୍ପ ଦୀର୍ଘଦିନ ଫଳପ୍ରସୂ ହୋଇପାରୁନାହିଁ। ସୋଲାର ବାଡ଼ର ହାଲୁକା କରେଣ୍ଟ ଝଟ୍‌କା ହାତୀଙ୍କୁ କାଟୁ କରୁ ନ ଥିବାବେଳେ ମହୁମାଛିଙ୍କୁ ବ୍ୟବହାର କରି ହାତୀ ଘଉଡ଼ାଇବା ପ୍ରକଳ୍ପ ଦକ୍ଷ ମାନବସମ୍ବଳ ଅଭାବରୁ ଫେଲ୍‌ ମାରିଛି। କେବଳ ଏତିକି ନୁହେଁ, ୫୫ନଂ. ଜାତୀୟ ରାଜପଥରେ ହାତୀ ଚଲାପଥ ସ୍ଥାନଗୁଡ଼ିକରେ ପଥଚାରୀଙ୍କୁ ସତର୍କ କରାଇବାକୁ ସେନ୍‌ସରଯୁକ୍ତ ସାଇରନ୍‌ ଏବଂ ନାଲିବତୀ ବ୍ୟବସ୍ଥା କରାଯାଇଥିବାବେଳେ ଅଧିକାଂଶ ସମୟରେ ସେସବୁ ଅଚଳ ହୋଇପଡୁଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଥିବାବେଳେ ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ୫ ଅଣ୍ଡରପାସ୍‌ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ। ହାତୀଙ୍କ ସୁରକ୍ଷା ପାଇଁ ଢେଙ୍କାନାଳରେ ଦେଶର ପ୍ରଥମ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ୧୦୦ ମିଟର ବିଶିଷ୍ଟ ରେଲଓ୍ବେ ଓଭରପାସ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। କଟକ ଜିଲା ରାଜ ଆଠଗଡ଼ ଓ ଢେଙ୍କାନାଳ ଜିଲାର ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ମଧ୍ୟରେ ଏହାକୁ ନିର୍ମାଣ କରାଯିବ। ଏହାର ଡିଜାଇନ୍‌ ଶେଷ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କପିଳାସ ଅଭୟାରଣ୍ୟରୁ ଆଠଗଡ଼ ଏବଂ ଆଠଗଡ଼ରୁ କପିଳାସ ଅଭୟାରଣ୍ୟକୁ ହାତୀପଲ ବିନା ବାଧାରେ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ। ତେବେ ଅନ୍ୟ ଦୁଇଯୋଡ଼ା ରେଳପଥ ସମ୍ପ୍ରସାରଣ ହେବାକୁ ଥିବାରୁ ହାତୀଙ୍କ ସୁରକ୍ଷା ଲାଗି ପ୍ରସ୍ତାବିତ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାମକୁ ଦିଗ ମିଳୁନାହିଁ। କାରଣ ରେଳପଥ ସମ୍ପ୍ରସାରଣ କାର୍ଯ୍ୟ ସରିବା ପରେ ହିଁ ଓଭରପାସ୍‌ର ଲମ୍ବ ନିର୍ଦ୍ଧାରିତ ହେବ। ଏହାବାଦ୍‌ ହାତୀଙ୍କ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଥିବା ବନ ବିଭାଗରେ କର୍ମଚାରୀ ଅଭାବ ମୁଖ୍ୟ ସମସ୍ୟା ହୋଇଛି। ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଥିବାବେଳେ ମାତ୍ର ୫୦% କର୍ମଚାରୀରେ କାମ ଚାଲିଛି। ଜୀବନକୁ ବିପଦରେ ପକାଇ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ତ ଦୂରର କଥା ଆନୁଷଙ୍ଗିକ ଉପକରଣ ମଧ୍ୟ ପ୍ରଦାନ କରାଯାଉନାହିଁ। ଅନଭିଜ୍ଞ କର୍ମଚାରୀଙ୍କ ପକ୍ଷେ ଏକାସଙ୍ଗରେ କାଠମାଫିଆଙ୍କ କବଳରୁ ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ହାତୀ ଘଉଡ଼ାଇବା କାର୍ଯ୍ୟ କାଠିକର ପାଠ ହୋଇପଡୁଛି। ହାତୀଙ୍କ ଦ୍ୱାରା ବ୍ୟାପକ ଫସଲ ନଷ୍ଟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଥିବାବେଳେ ଦିନକୁ ଦିନ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ରୂପ ନେବାରେ ଲାଗିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ ) ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ହାତୀ-ମଣିଷ ବିବାଦରେ ଢେଙ୍କାନାଳ ସମଗ୍ର ରାଜ୍ୟରେ ଆଗରେ ରହିଛି। ଏହା ପଛକୁ ସୁନ୍ଦରଗଡ, ରାଉରକେଲା ଏବଂ ବାରିପଦା ରହିଛି। ସୁନ୍ଦରଗଡ଼, ରାଉରକେଲା, ବାରିପଦାରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରୁଛନ୍ତି। ଢେଙ୍କାନାଳରେ ପ୍ରଚୁର ଖାଦ୍ୟ, ପାଣି ମିଳୁଥିବାରୁ ହାତୀପଲ ଅଞ୍ଚଳ ଛାଡ଼ି ଯାଉନାହାନ୍ତି। ବିଦ୍ୟୁତ୍‌ ଆଘାତଜନିତ ହାତୀମୃତ୍ୟୁ ରୋକିବାକୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତାର କେବୁଲିଂ କରାଯାଉଛି। ପ୍ରାୟ ୨୦୦ କି.ମି. ତାର କେବୁଲିଂ ହେବ। ଡିସେମ୍ବର ସୁଦ୍ଧା ୭୦ କି.ମି. କେବୁଲିଂ କାର୍ଯ୍ୟ ସରିବ। ଜଙ୍ଗଲ ଜଗିବା ଏବଂ ହାତୀକୁ ସୁରକ୍ଷା ଦେବା ଭଳି ୨୪ ଘଣ୍ଟିଆ କାର୍ଯ୍ୟ କରିବା ଲାଗି ବିଭିନ୍ନ ପଦବୀରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ଆବେଦନ ହେଉନାହିଁ। ଫଳରେ କର୍ମଚାରୀ ଅଭାବ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri