ପ୍ରାଚୁର୍ଯ୍ୟ ଭିତରେ ଅପପୁଷ୍ଟି

କେନ୍ଦୁଝର, ୭/୧୦:ଖଣିଖାଦାନ ଭରା ଜିଲା କେନ୍ଦୁଝରରୁ ରାଜ୍ୟ ସରକାର ସିଂହଭାଗ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ସ୍ବାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି। ଜିଲାରେ ରକ୍ତହୀନତା ଓ ଅପପୁଷ୍ଟି ବୃଦ୍ଧି ପାଇବା ଭଳି ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିଛି। ଗତ ସେପ୍ଟେମ୍ବରରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନ ମଧ୍ୟରେ ୧୩ ନବଜାତ ଶିଶୁଙ୍କ ମୃତ୍ୟୁ ଏହାର ନିଚ୍ଛକ ଚିତ୍ର ପ୍ରଦାନ କରୁଛି। କମ୍‌ ଓଜନ ହେତୁ ରୋଗ ପ୍ରତିରୋଧକ ଶକ୍ତି କମିଯିବାରୁ ଏହି ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବୀକାର କରାଯାଇଛି। ଜିଲାରେ ଦେଶର ସର୍ବାଧିକ ଲୁହାପଥର ଗଚ୍ଛିତ ରହିଛି। ପ୍ରାଚୁର୍ଯ୍ୟରେ ଭରି ରହିଥିବା ଜିଲାରେ ଦାରିଦ୍ର୍ୟ ଭଳି ସ୍ଥିତି ଚିନ୍ତାଜନକ ହୋଇଥିବାରୁ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭ୍‌ଲପମେଣ୍ଟ କର୍ପୋରେଶନ (ଓମ୍‌ବାଡକ୍‌)ରୁ ଅନେକ ହଜାର ଟଙ୍କା ଋଣ ନେଇ ରାଜ୍ୟର ବିକାଶ କ୍ଷେତ୍ରରେ ବିନିଯୋଗ କରୁଛନ୍ତି। ଏହାବ୍ୟତୀତ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ୫ ହଜାର କୋଟି ଟଙ୍କା ରହିଛି। କାର୍ଯ୍ୟକାରୀ ହେଉଥିବା ପୋଷଣ ଭଳି ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା କିନ୍ତୁ ଫଳପ୍ରଦ ହେଉନାହିଁ। ଜିଲାର ଅଧିକାଂଶ ଆଦିବାସୀ ଓ ଖଣି ଅଞ୍ଚଳରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଓ ବହୁ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଜିଲାର ଅନେକ ଶିଶୁଙ୍କ ଉଚ୍ଚତା କମ୍‌ ହେଉଥିବା ବେଳେ ଅନେକେ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଜିଲାରେ ଜନ୍ମରୁ ୫ବର୍ଷ ମଧ୍ୟରେ ଶିଶୁମାନଙ୍କର ଜନ୍ମ ପଞ୍ଜୀକରଣ ୮୭.୫ ପ୍ରତିଶତ ହୋଇଛି। ତେବେ ଅବଶିଷ୍ଟ ୧୨.୫ ପ୍ରତିଶତ ଶିଶୁଙ୍କ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଯେଉଁମାନଙ୍କ ତଥ୍ୟ ନାହିଁ ସେମାନଙ୍କ ପାଖରେ ସ୍ବାସ୍ଥ୍ୟସେବା ଠିକ୍‌ ଭାବେ ପହଞ୍ଚୁଛି କି ନାହିଁ, ସେମାନେ ଠିକ୍‌ ଭାବେ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି କି ନାହିଁ, ସେମାନଙ୍କୁ ନିୟମିତ ବ୍ୟବଧାନରେ ଟିକା ଦିଆଯାଉଛି କି ନାହିଁ ଆଦି ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ସେହିଭଳି ଶିଶୁ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଗତ ୩ ବର୍ଷ ମଧ୍ୟରେ ମୃତ୍ୟୁ ପଞ୍ଜୀକରଣ ୬୧.୧ ପ୍ରତିଶତ ରହିଛି। ବାକି ୩୮.୯ ପ୍ରତିଶତ ମୃତ ଶିଶୁଙ୍କ ବିଷୟରେ ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ କୌଣସି ଖବର ନାହିଁ। ସର୍ଭେ ଅନୁସାରେ ଜନ୍ମରୁ ୫ବର୍ଷ ମଧ୍ୟରେ ମୋଟ୍‌ ୩୭.୧ ପ୍ରତିଶତ ଶିଶୁ କମ୍‌ ଓଜନ ବିଶିଷ୍ଟ ବା ଅପପୁଷ୍ଟିର ଶିକାର। ଏହା ବ୍ୟତୀତ ଜିଲାର ୧୪ଟି ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ପ୍ରକଳ୍ପ ଅଞ୍ଚଳରେ ୧,୭୩,୬୫୭ ଜଣ ଶୂନରୁ ୫ବର୍ଷ ବୟସର ଶିଶୁ ଅଛନ୍ତି। ବୟସ ଅନୁସାରେ ଅତ୍ୟନ୍ତ କମ୍‌ ଓଜନ ରହିଥିବା ଶିଶୁ ୧୨,୬୬୯ଜଣ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖଣି ଅଞ୍ଚଳ ବ୍ଲକ୍‌ ବାଂଶପାଳରେ ୨୮୩୦ ଜଣ ଶିଶୁ ରହିଛନ୍ତି। ରାଜ୍ୟର ସବୁଠାରୁ ଅଧିକ ଲୁହାପଥର ଖଣି ଥିବା ବ୍ଲକ ଯୋଡ଼ାରେ ୨୪୩୬, ଦୈତାରୀ ଲୁହାପଥର ଖଣି ରହିଥିବା ହରିଚନ୍ଦନପୁର ବ୍ଲକରେ ୧୭୩୬ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏହାବ୍ୟତୀତ ରାଜ୍ୟରେ ୬୧.୮ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଥିବା ବେଳେ କେନ୍ଦୁଝର ଜିଲାରେ ୭୪.୭ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି। ଜିଲାରେ ୩୨.୭ ପ୍ରତିଶତ ଶିଶୁ ମଧ୍ୟ ରକ୍ତହୀନତାର ଶିକାର ହୋଇଥିବା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି, ଜିଲାରେ ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ଦେଖାଯାଉଛି। ଶିଶୁଙ୍କ ମଧ୍ୟରେ ଅପପୁଷ୍ଟି ମଧ୍ୟ ରହିଛି। ରକ୍ତହୀନତା ଓ ଅପପୁଷ୍ଟି ଦୂର ପାଇଁ ସଚେତନତା ସହ ପୋଷଣ ଯୋଜନା ଭଳି ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିଛନ୍ତି, କେନ୍ଦୁଝର ଜିଲାରେ ରାଜ୍ୟ ସରକାରଙ୍କ ପୋଷଣ ଯୋଜନା ବିଫଳ ହୋଇଛି। ଡିଏମ୍‌ଏଫ୍‌ ଏବଂ ଓମ୍‌ବାଡ୍‌ସି ପାଣ୍ଠିରେ ଅନେକ ହଜାର ଟଙ୍କା ରହିଥିବା ବେଳେ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବିଭିନ୍ନ ବିଭାଗରେ ଡାକ୍ତର ଅଭାବ ସହ ଚିକିତ୍ସାଳୟଗୁଡ଼ିକରେ ପ୍ରଶାସନିକ ଅବ୍ୟବସ୍ଥା ଲାଗି ରହିଛି। ଫଳରେ ଅଧିକାଂଶ ମହିଳା ଓ ଶିଶୁ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହେଉଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଜୟକୃଷ୍ଣ ପଣ୍ଡା କହିଛନ୍ତି।

ଦୀପକ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

୨୦୨୬ରେ ଏହି ୫ଟି ଚାକିରିର ବଢିଯିବ ଡିମାଣ୍ଡ, ମିଳିବ ମୋଟା ଅଙ୍କର ଦରମା!

ନୂଆଦିଲ୍ଲୀ,୨୦।୧୨: ଯଦି ଆପଣ ଆଗାମୀ ବର୍ଷରେ ଆପଣଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇବାକୁ ଚାହାଁନ୍ତି, ତେବେ 2026 ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri