ଶେଷ ହେଲା ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ,୪ା୧୦(ଡି.ଏନ.ଏ.): ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ନବ ଦିନ ବ୍ୟାପୀ ମା’ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରା ସୋମବାର ଶେଷ ହୋଇଛି। ସେହିପରି ଅଷ୍ଟମୀଗତେ ମହାନବମୀ ସୋମବାର ମା’ବିରଜାଙ୍କ ପୀଠରେ ପାଳିତ ହୋଇଯାଇଛି। ମହାନବମୀ ପୂଜା ଅବସରରେ ଦଶାଶ୍ୱମେଧ ଘାଟରୁ ବ୍ରାହ୍ମଣଙ୍କ ଦ୍ୱାରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯାଇଥିଲା ା ଏହାପରେ ବେଶଭୁଷା କରାଯାଇ ନବେଦ୍ୟ ଅର୍ପଣ ପରେ ନବମୀ ବିହିତ ପୂଜା କରାଯାଇଥିଲା ା ଏହାପରେ ରଥରେ ଥିବା ବିଜେ ପ୍ରତିମାଙ୍କ ପୂଜା କରାଯିବା ପରେ ମା’ଙ୍କୁ ନୀତି ଅର୍ପଣ ପରେ ପହଡ଼ ପଡ଼ିଥିଲା। ପହଡ଼ ଖୋଲିବା ପରେ ଶ୍ରୀଅଙ୍ଗଲାଗି ସେବାୟତ ମା’ଙ୍କ ଆର୍ଶାଦଣ୍ଡକୁ ଧରି ରଥ ଉପରେ ବିଜେ କରିଥିଲେ ା ନବମୀ ଦିନ ଶ୍ରୀ ଅଙ୍ଗଲାଗି ସେବାୟତ, ମା’ଙ୍କ ସେବାରେ ନିୟୋଜିତ ବିଭିନ୍ନ ସେବାୟତ ଓ ପୋଲିସ ବାହିନୀ ମା’ଙ୍କ ସିଂହଧ୍ୱଜ ରଥକୁ ଟାଣି ଆଣି ସିଂହଦ୍ୱାର ନିକଟରେ ରଖିଥିଲେ। ପରେ ଆର୍ଶାଦଣ୍ଡ ଧରି ଶ୍ରୀଅଙ୍ଗଲାଗି ସେବାୟତ ରଥରୁ ମା’ଙ୍କୁ ଓହ୍ଲାଇ ଗର୍ଭଗୃହରେ ରଖିବା ପରେ ଆଳତୀ ହୋଇଥିଲା। ରାତ୍ର ୧୦ଘଟିକା ପରେ ମା’ଙ୍କ ସିଂହାସନ ସମ୍ମୁଖରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ, ଧର୍ମାଧିକାରୀ, ପୂଜକ, ପାଳିହା, ଲାଖ, ସମିଧ, ଆର୍ଶା, ତରାସ, ଛତା, ଚାମର ଓ ମା’ଙ୍କ ପୂଜାରେ ନିୟୋଜିତ ହୋଇଥିବା ବିଭିନ୍ନ ସେବାୟତଙ୍କୁ ଶିରିପା ବନ୍ଧା ହେବାପରେ ସମସ୍ତେ ରଥ ଦାଣ୍ଡରେ ଥିବା ମା’ଙ୍କର ସିଂହଧ୍ୱଜ ରଥକୁ ଆସିଥିଲେ। ରଥ ଉପରେ ପୁରୋଧା ବିଜେ ପ୍ରତିମାଙ୍କ ପୂଜା ଶେଷ କରିଥିଲେ। ଏହାପରେ ଏକ ସୁସଜ୍ଜିତ ବିମାନରେ ମା’ଙ୍କ ବିଜେ ପ୍ରତିମାଙ୍କୁ ଘଣ୍ଟ, ବାଦ୍ୟ, ଦୁନ୍ଦୁଭି, ଶଙ୍ଖ, ତୁରି, ଭଜନ କୀର୍ତ୍ତନ କରାଯାଇ ଅନତି ଦୂରରେ ଥିବା ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ମା’ଙ୍କ ମଣ୍ଡପରେ ପୂଜାର୍ଚ୍ଚନା ସରିବା ପରେ ମହିଷି ରୂପୀ ଅସୁରର ନିଧନ ସ୍ବରୂପ ଚତୁର୍ଦ୍ଦିଗକୁ ଲାଖଧାରି ପୂଜକ ଶର ନିକ୍ଷେପ କରିଥିଲେ। ଲାଖବିନ୍ଧାରେ ଲାଖ ନିକ୍ଷେପ ପରେ ମା’ବିରଜାଙ୍କୁ ସୁସଜ୍ଜିତ ବିମାନକୁ ନଗର ପରିକ୍ରମା କରାଯାଇଥିଲା ା ଏହାପରେ ମା’ଙ୍କ ବିଜେ ପ୍ରତିମାକୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରାଇ ରତ୍ନ ସିଂହାସନରେ ରଖାଯାଇଥିଲା। ପରେ ଗୁପ୍ତ ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ମା’ ବିରଜାଙ୍କୁ ଅଧରପଣା ଅର୍ପଣ କରାଯାଇଥିଲା। ପରେ ମା’ଙ୍କର ପହୁଡ଼ ପଡ଼ିଥିଲା। ଉପରୋକ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ଟ୍ରଷ୍ଟି ତଥା ଉପଜିଲାପାଳ ଗୋପିନାଥ କୁଅଁର, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଜିଲା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ଉପାଧ୍ୟାୟ, ଯାଜପୁର ଟାଉନ ଥାନାର ଭାରପ୍ରାପ୍ତ ଅଧିକାର ଅଜୟ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶେଷ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri