କୋର୍ଟ ଭିତରେ ଏସ୍‌ପିଙ୍କ ଉପସ୍ଥିତିକୁ ନେଇ ଆପତ୍ତି

ବଲାଙ୍ଗୀର ଅଫିସ,୧ା୧୦ ଶୁକ୍ରବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପ୍ରକ୍ରିୟାର ସାକ୍ଷ୍ୟ ଗ୍ରହଣ ଚାଲିଥିବା ବେଳେ ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କ ଉପସ୍ଥିତିକୁ ନେଇ ଆପତ୍ତି ଉଠାଯାଇଛି । ଆପତ୍ତି ଉଠାଇଛନ୍ତି ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗା ପାଢୀ । ଏସ୍‌ପିଙ୍କ ଉପସ୍ଥିତି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ଏଡିଜେଙ୍କୁ ପ୍ରତିପକ୍ଷ ଓକିଲ ପାଢ଼ୀ ଲିଖିତ ଜଣାଇଥିଲେ। ପରେ ଏସଂକ୍ରାନ୍ତରେ ଆଗାମୀ ୧୦ ତାରିଖ ଦିନ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟାକୁ ଏଡିଜେ ମୁଲତବୀ ଘୋଷଣା କରିଥିବା ଜଣାପଡିଛି। ଫଳରେ ସାକ୍ଷ୍ୟ ଗ୍ରହଣର ଦୁଇଦିନ ଭିତରେ ଏହି ଶୁଣାଣି ପ୍ରକ୍ରିୟା ଅଟକି ଯାଇଛି। କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୁରୁବାର ମମିତା ମେହେର ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ପ୍ରଥମ ସାକ୍ଷୀ ଭାବେ ଗୁରୁବାର ମୃତ ମମିତାଙ୍କ ବଡବାପା ପୁଅ ଭାଇ ଉମେଶ ମେହେରଙ୍କ ବୟାନ ରେକର୍ଡ କରାଯାଇଥିଲା। ଦ୍ୱିତୀୟ ସାକ୍ଷୀ ଭାବେ ମମିତାଙ୍କ ନିଜ ଭାଇ ବଣ୍ଟି ମେହେର କୋର୍ଟରେ ହାଜର ହୋଇ ସାକ୍ଷ୍ୟ ଦେଇଥିଲେ। ତେବେ ଧାର୍ଯ୍ୟ ସମୟରେ ତାଙ୍କ ସାକ୍ଷ୍ୟ ଗ୍ରହଣ ସରି ନଥିବାରୁ ଏହା ମୁଲତବୀ ରଖାଯାଇଥିଲା। ଶୁକ୍ରବାର ବଣ୍ଟିଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ ହୋଇଥିଲା। ଅନ୍ୟ ସାକ୍ଷୀ ଏଫ୍‌ଆଇଆର ଲେଖିଥିବା ଭାସ୍କର ମେହେର ଓ ମୃତ ମମିତାଙ୍କ ବଡବାପା କୌଶିକ ମେହେର କୋର୍ଟରେ ହାଜର ହୋଇଥିଲେ। ଭାସ୍କର ମେହେରଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ଜଣାପଡିଛି। କୌଶିକ ମେହେରଙ୍କ ସାକ୍ଷ୍ୟ ଗ୍ରହଣ ଚାଲିଥିବା ବେଳେ କୋର୍ଟରୁମ୍‌ ଭିତରେ ବଲାଙ୍ଗୀର ଏସପି କୁଶଲକରଙ୍କ ଉପସ୍ଥିତିକୁ ନେଇ ପ୍ରତିପକ୍ଷ ଓକିଲ ପାଢ଼ୀ ଆପତ୍ତି ଉଠାଇଥିଲେ। ଫଳରେ ଚତୁର୍ଥ ସାକ୍ଷୀ କୌଶିକଙ୍କ ସାକ୍ଷ୍ୟ ଗ୍ରହଣ ସମ୍ପୂର୍ଣ୍ଣ ହୋଇପାରିନଥିବା ଜଣାପଡିଛି। ମମିତା ମେହେର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ପରେ ପୁଣି ଥରେ ଏହି ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri