Posted inଖେଳ

ଓଡ଼ିଶା ମହିଳା ରଗ୍‌ବୀ ଦଳକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ବିଭିନ୍ନ ସହରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ଗୌରବ ଆଣିଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ୨୨-୦ରେ ମହାରାଷ୍ଟ୍ରକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛି। ସେମିଫାଇନାଲରେ ବିହାରକୁ ୧୨-୧୦ରେ ହରାଇ ଓଡ଼ିଶା ଫାଇନାଲରେ ପ୍ରବେଶ କରିଥିଲା। ଚାମ୍ପିୟନ ଓଡ଼ିଶା ମହିଳା ରଗବୀ ଦଳରେ ଭାଗ୍ୟଲକ୍ଷ୍ମୀ ବାରିକ, ରଜନୀ ସବର, ମଞ୍ଜୁଲତା ପ୍ରଧାନ, ହୁପି ମାଝି, ତିଳୋତ୍ତମା ସାହୁ, ପାର୍ବତୀ କିସ୍କୁ, ଡୁମୁନି ମାର୍ଣ୍ଡି, ସଂଯୁକ୍ତା ମୁଣ୍ଡା, ଶୁଭଲକ୍ଷ୍ମୀ ବାରିକ, ପାର୍ବତୀ ହଁାସଦା, ତରୁଲତା ନାଏକ ଓ ନିର୍ମାଲ୍ୟା ରାଉତ ସାମିଲ ଥିଲେ। ମାନସ ରଞ୍ଜନ ଜେନା କୋଚ୍‌, ଉପେନ୍ଦ୍ର କୁମାର ମହାନ୍ତି ମ୍ୟାନେଜର ଓ ସୌମ୍ୟଶ୍ରୀ ମିଶ୍ର ଫିଜିଓ ଦାୟିତ୍ୱ ନିର୍ବାହ କରିଥିଲେ। ମହିଳା ବିଭାଗ ବ୍ରୋଞ୍ଜ ପଦକ ମୁକାବିଲାରେ ବିହାର ୧୪-୫ରେ ଦିଲ୍ଲୀକୁ ପରାସ୍ତ କରିଛି। ପୁରୁଷ ବିଭାଗ ଫାଇନାଲରେ ହରିୟାଣା ୧୯-୭ରେ ମହାରାଷ୍ଟ୍ରକୁ ହରାଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଛି। ପଶ୍ଚିମବଙ୍ଗକୁ ୨୯-୨୪ରେ ପରାସ୍ତ କରି ଦିଲ୍ଲୀ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ପୁରୁଷ ରଗ୍‌ବୀ ଦଳ ୭ମ ସ୍ଥାନରେ ସନ୍ତୁଷ୍ଟ ରହିଛି। ୭-୮ସ୍ଥାନ ପାଇଁ ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଓଡ଼ିଶା ୨୯-୧୨ରେ ଗୁଜରାଟକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri