କଳାକୃତି ଗ୍ରାମ ହେବ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ,୧ା୧୦: ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀ ନବଜୀବନପୁରଠାରେ ନିର୍ମାଣ ହୋଇଥିବା କଳାକୃତି ଗ୍ରାମକୁ ଢେଙ୍କାନାଳ ଜିଲାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କରାଯିବ। ଶୁକ୍ରବାର ଜିଲାପାଳ ସରୋଜ କୁମାର ସେଠୀ ଏହି ସୂଚନା ଦେଇଛନ୍ତି। ଏଥିସହ ଏହି କଳାକୃତି ଗ୍ରାମରେ ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଆରମ୍ଭ କରିଛନ୍ତି  । ଆଗକୁ ଏଥିରେ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବେ। ଏହା ଯେପରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇପାରିବ ସେଥିପାଇଁ ଏଠାରେ ଜଳାଶୟ, ବୋଟିଂ, ପାର୍କ ଓ ଦୋଳି ବ୍ୟବସ୍ଥା ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ୨୦୧୬-୧୭ ମସିହାରେ ତତ୍କାଳୀନ ଜିଲାପାଳ ରୂପା ରୋଶନ ସାହୁଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଦେଇବେରେଣୀ ନବଜୀବନପୁର ଗ୍ରାମକୁ ଗ୍ରାମୀଣ ପର୍ଯ୍ୟଟନସ୍ଥଳୀ କରାଯିବା ପାଇଁ ଦୁଇଟି ପର୍ଯ୍ୟାୟରେ ୫ କୋଟି ଟଙ୍କା ପ୍ରଦାନ ସହ ଏହି କଳାକୃତି ଗ୍ରାମ ନିର୍ମାଣ କରାଯାଇଥିଲା। ୨୦୧୮ରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ଏହି କଳାକୃତି ଗ୍ରାମରେ ୨୭ଟି ଷ୍ଟଲ ରହିଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୭ଟି ଷ୍ଟଲ ପ୍ରଦାନ କରାଯାଇଛି। ଏପରି କି ଗ୍ରୁପ୍‌ର ସଦସ୍ୟାଙ୍କ ରହିବା, ଖାଇବା ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଲକ୍ଷ୍ମୀପୂଜା ଅବସରରେ ଜିଲା ପ୍ରଶାସନ ଓ ଓରମାସ ପକ୍ଷରୁ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳାରେ ଢେଙ୍କାନାଳ ସମେତ ବିଭିନ୍ନ ଜିଲାରୁ ନିଜ ପ୍ରସ୍ତୁତି ସାମଗ୍ରୀ ଓ ହସ୍ତଶିଳ୍ପ ନେଇ ଆସୁଥିବା ଏସ୍‌ଏଚ୍‌ଜି ସଦସ୍ୟମାନଙ୍କ ଏଠାରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଏହି ସଦସ୍ୟାମାନଙ୍କୁ ମହିଷାପାଟ ମେଳା ପଡିଆକୁ ବସ୍‌ ଯୋଗେ ନେବା ଆଣିବା କରାଯିବ। ମେଳା ପରେ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ କଳାକୃତି ଗ୍ରାମକୁ ଆସି ସେଠାରେ ରହି ନିଜର କାରୁକାର୍ଯ୍ୟ ପ୍ରଦର୍ଶନ ସହ ବିକ୍ରି କରିପାରିବେ। ସେହିପରି ଅଧିକ ଉନ୍ନତମାନର କାର୍ଯ୍ୟ ପାଇଁ ସେଠାରେ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ରହିଛି। ରାତିରେ ମହିଳାମାନେ ନିଜ ନିଜ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ। ବର୍ଷତମାମ କଳାକୃତି ଗ୍ରାମରେ ଡୋକ୍ରା ଶିଳ୍ପ, ପିତଳ କଂସାବାସନ, ବାଉଁଶ ଓ ଟେରାକୋଟା ସାମଗ୍ରୀ, ଧୂପକାଠି, ବଡି, ପାମ୍ପଡ, ଝାଡୁ, ପୋପଛ, ଆଚାର ଆଦି ପ୍ରସ୍ତୁତି, ପ୍ରଦର୍ଶନ ଓ ବିକ୍ରୟ ହେବ। ଶୁକ୍ରବାର ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲାପାଳ ରମେଶଚନ୍ଦ୍ର ସେଠୀ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ କୁମାର ଦରୱନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସଦର ବ୍ଲକ ବିଡିଓ ସୁଧୀର କୁମାର ନାୟକ, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ସମୀର କୁମାର ନାୟକ, ମିଶନଶକ୍ତି ପରିଚାଳିକା ମୋନାଲିସା ଭଞ୍ଜ ପ୍ରମୁଖ କଳାକୃତି ଗ୍ରାମ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। କଳାକୃତି ଗ୍ରାମରେ ଆସି ରହିଥିବା କାମାକ୍ଷାନଗର ବ୍ଲକ କୁଶୁମଯୋଡି ପଞ୍ଚାୟତର ଶକ୍ତି ମା ତାରେଣୀ ଏସ୍‌ଏଚ୍‌ଜି ସଦସ୍ୟା ମମତା ଖଟୁଆ କହିଛନ୍ତି, ପୂର୍ବରୁ ମାର୍କେଟିଂ ସୁବିଧା ଆମକୁ ମିଳୁ ନ ଥିଲା। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ଏହି କଳାକୃତି ଗ୍ରାମ ମାଧ୍ୟମରେ ଆମକୁ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରୟ ସୁଯୋଗ ଦିଆଯାଇଛି। ଜିଲା ମିଶନ ଶକ୍ତି ପରିଚାଳିକା ମୋନାଲିସା ଭଞ୍ଜ କହିଛନ୍ତି, ଏହି କଳାକୃତି ଗ୍ରାମରେ ଡୋକ୍ରା, ବାଉଁଶଶିଳ୍ପ, ଟେରାକୋଟା, କଂସାବାସନ, ସଫ୍ଟ କଣ୍ଡେଇ ଆଦି ପ୍ରଦର୍ଶିତ ହେବ। ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, ଏହି କଳାକୃତି ଗ୍ରାମ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। କିଛି ସମସ୍ୟା ରହିଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଗତ ୬ମାସ ତଳେ ଉତ୍ସବ ମାଧ୍ୟମରେ ଏହାକୁ କାର୍ଯ୍ୟକ୍ଷମ କରାଗଲା। ବର୍ଷ ତମାମ ଏଠାରେ ଜିଲାର ଏସ୍‌ଏଚ୍‌ଜି ସଦସ୍ୟାମାନେ ରହି ସାମଗ୍ରୀ ପ୍ରସ୍ତୁତ ସହ ପ୍ରଦର୍ଶନ ଓ ବିକ୍ରି କରିବେ। ସପ୍ତଶଯ୍ୟା ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ହସ୍ତଶିଳ୍ପ ପ୍ରଦର୍ଶନ ସହ ବୋଟିଂ, ଛୋଟ ପିଲାଙ୍କ ପାଇଁ ଦୋଳି, ପାର୍କ କରାଯିବ। ବର୍ତ୍ତମାନ ୧୨ଟି ଏସ୍‌ଏଚ୍‌ଜି ଆସି ରହିଛନ୍ତି। ଲକ୍ଷ୍ମୀପୂଜା ସମୟରେ ଆସିବାକୁ ଥିବା ଏସ୍‌ଏଚ୍‌ଜିମାନଙ୍କୁ ମଧ୍ୟ ଏଠି ରଖାଯିବ। ସପ୍ତଶଯ୍ୟା ସମେତ ଏହା ମଧ୍ୟରେ ଥିବା କଳାକୃତି ଗ୍ରାମକୁ ଜିଲା ଏବଂ ରାଜ୍ୟର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri