ମୂର୍ତ୍ତି ଗଢୁଛନ୍ତି କୋଲକାତା କାରିଗର

ଜଗତ୍‌ସିଂହପୁର ଅଫିସ, ୩୦ା୯:ଦୁର୍ଗା ପୂଜା ଯେତିକି ପାଖେଇ ଆସୁଛି,ପାର୍ବଣ ପରିବେଶ ସେତିକି ଅନୁଭୂତ ହେଉଛି। ଏଥିମଧ୍ୟରେ ଜଗତ୍‌ସିଂହପୁର ସହରର ପ୍ରାୟତଃ ପୂଜା ମଣ୍ଡପ ଓ କ୍ଲବ ପକ୍ଷରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ଖେରସ (ଦେବୀ ଛକ)ସ୍ଥିତ ମା’ ଜୟଦୁର୍ଗା ସୁନାପିଲା ପୂଜା କମିଟି ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ଚାଲିଛି। ବିଗତବର୍ଷଗୁଡିକ ପରି ଚଳିତବର୍ଷ ଆକର୍ଷଣୀୟ ମୂର୍ତ୍ତି ଓ ଆଲୋକ ସାଜସଜ୍ଜା ହେବ। ମୂର୍ତ୍ତି ନିର୍ମାଣ ପାଇଁ ପ୍ରତିବର୍ଷ ପରି କୋଲକାତାରୁ କାରିଗର ଆସିଛନ୍ତି। ଚଳିତବର୍ଷ ମା’ ଦୁର୍ଗାଙ୍କ ୬ ଫୁଟ ଉଚ୍ଚର ମୂର୍ତ୍ତି ସାଙ୍ଗକୁ ମା’ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ମୂର୍ତ୍ତି ନିର୍ମାଣ ହେଉଛି । ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଓ ଶୃଙ୍ଖଳାର ସହ ରୀତିନୀତି ଅନୁଯାୟୀ ପୂଜାପାଠ କରାଯିବ। ନବମୀ ଦିନ ବେଢ଼ା କାଳିକା ଗ୍ରାମ ପରିକ୍ରମା କରିବେ। ୩ ଦିନ ଭଜନ ସମାରୋହ ଲୋକଙ୍କୁ ଆଧ୍ୟାତ୍ମିକ ପରିବେଶରେ ବାନ୍ଧି ରଖିବ। ଏ ସମ୍ପର୍କରେ କମିଟି ପକ୍ଷରୁ କୁହାଯାଇଛି, ଏହା ଜଗତ୍‌ସିଂହପୁରର ପୁରାତନ ପୂଜା ମଣ୍ଡପ ମଧ୍ୟରେ ଅନ୍ୟତମ। ୧୮୮୦ରୁ ନିରବଚ୍ଛିନ୍ନ ଭାବେ ମହାସପ୍ତମୀଠାରୁ ଏଠାରେ ମୂର୍ତ୍ତି ପୂଜା ପାଇଥାନ୍ତି । ଅତୀତରେ ମା’ଶଗଡ଼ରେ ମେଳଣ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଉଥିଲେ। ପରବର୍ତ୍ତୀ ସମୟରେ ଗାଡ଼ିି ବ୍ୟବହାର ହେଲା। ପୂଜାର ବିଶେଷତ୍ୱ ହେଉଛି ଷୋଡ଼ଶ ଉପଚାର ବିଧି ଅନୁପାଳନପୂର୍ବକ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଏ। ମୂଳାଷ୍ଟମୀ ଦିନ ଘଟ ସ୍ଥାପନା କରାଯାଏ। ଦଶହରା ସମୟରେ ଦୈନିକ ସୂର୍ଯ୍ୟପୂଜା, ଚଣ୍ଡୀପାଠ ଓ ହୋମ ଆଦି କରାଯାଏ। ନବମୀ ଦିନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଏ। ଏନେଇ ଅଷ୍ଟମୀ ଓ ନବମୀ ଦିନ ଜଗତ୍‌ସିଂହପୁର ସହରର ସମସ୍ତ ପୂଜା କମିଟିଙ୍କୁ ଆମନ୍ତ୍ରଣ କରାଯାଏ। ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ଚାରା ବଣ୍ଟନ ସାଙ୍ଗକୁ ପରିବେଶ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇ ଚାରା ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ମା’ଙ୍କ ଭସାଣି ଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମେଳଣ ପଡିଆରେ ମୂର୍ତ୍ତି ବିସର୍ଜନ ହୋଇଥାଏ । ରୀତିନୀତି ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହ ଭାଇଚାରା ମଧ୍ୟରେ ପୂଜା କରାଯାଉଥିବାରୁ ଅତୀତରେ ତତ୍କାଳୀନ ଜଗତ୍‌ସିଂହପୁର ଥାନା ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସକ ଏହି ପୂଜା ମଣ୍ଡପକୁ ସୁନାପିଲା ପୂଜା କମିଟି ନାମରେ ନାମକରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri