ବନ ବିଭାଗ ଶୋଇଛି, ପ୍ରତିଦିନ ଚାଲିଛି ଗଛକଟା

ନୂଆଗାଁ,୨୯।୯ (ଡି.ଏନ.ଏ.)-ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧିନରେ ଥିବା ଜଙ୍ଗଲରୁ ବାରମ୍ବାର ଶାଳ କାଠ ଚୋରି ହେଉଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି । ଜାତୀୟ ରାଜପଥ ପାର୍ଶ୍ୱ ପଞ୍ଚୁପାଣ୍ଡବ ଜଙ୍ଗଲରୁ ମଙ୍ଗଳବାର ୨ଟି ଶାଳ ଗଛକୁ କାଟି କାଠ ମାଫିଆମାନେ ନେଇ ଯାଇଥିବା ଅଭିଯୋଗ ହୋଇଛି ।

ମହିପୁର ବନାଞ୍ଚଳ ବନ କର୍ମଚାରୀ ଓ ବନାଞ୍ଚଳ ଅଧିକାରୀଙ୍କ ନିଷ୍କ୍ରିୟତାର ଫାଇଦା ଉଠାଉଛନ୍ତି କାଠ ମାଫିଆ । ସେମାନେ କାହାରିକୁ ଭୟ ନ କରି ଜଙ୍ଗଲ ଲୁଟିବାରେ ଲାଗି ପଡିଛନ୍ତି । ତେଣୁ ମହିପୁର ବନାଞ୍ଚଳ ଅଧିନସ୍ଥ ବିଭିନ୍ନ ଜଙ୍ଗଲରୁ କାଠ ଚୋରି ଏକ ନିୟମିତ ଘଟଣା ହୋଇଛି। କାଠ ମାଫିଆ ନିର୍ଭୟରେ ଦିନ ଦ୍ୱିପ୍ରହରେ ଜଙ୍ଗଲରେ ପଶି ବିଶାଳ ଶାଳ ଗଛ ଦେଖି କାଟି ନେଉଛନ୍ତି । ଏପରିକି ଗାଡ଼ି ଜଙ୍ଗଲ ଭିତରକୁ ନେଇ ସେଥିରେ କାଠ ଲଦି ନେଇ ଯାଉଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ତାହାର ସୁରାକ୍‌ ପାଉନାହାନ୍ତି । ଯାହା ଫଳରେ ମହିପୁର ବନାଞ୍ଚଳର ବିସ୍ତୃତ ଜଙ୍ଗଲ ଉଜୁଡିବାକୁ ବସିଛି । କାଠ ଚୋରି ବାବଦରେ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁଙ୍କୁ ପଚାରିବାରେ ମୁଁ ଷ୍ଟାଫ୍‌ ପଠାଇ ତଦନ୍ତ କରୁଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ସ୍ବାଧୀନ ଏମ୍‌ପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭବାନୀପାଟଣା,୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଲୋକସଭା ସ୍ବାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କୁ କେତେକ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ନରେଶ...

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri